ସ୍ୱାମୀ ସହିତ ଝ-ଗଡ଼ା କରି ମା-ରିଦେଲା ଚାରି ବର୍ଷର ପୁଅକୁ । ଆଉ ବ୍ୟାଗରେ ପୁରେଇ ବୋହି ନେଉଥିଲା । ଧରା ପଡ଼ିବା ପରେ ……..

ମା’ ନିଜ ସନ୍ତାନ ପାଇଁ ନିଜ ଜୀବନ ଦେବାକୁ ମଧ୍ୟ ପଛାଏ ନାହିଁ । କିନ୍ତୁ ଜଣେ ଯେ ଏହି ମା’ର ନାମକୁ କଳ-ଙ୍କିତ କରିବ ତାହା କେହିବି ସ୍ୱପ୍ନରେ ସୁଦ୍ଧା ଭାବି ପାରିବ ନାହିଁ । ଜଣେ ମହିଳା ନିଜ ସ୍ୱାମୀଙ୍କ ସହିତ ଝ-ଗଡ଼ା କରି ନିଜର ଚାରି ବର୍ଷର ପୁଅକୁ ହ-ତ୍ୟା କରିଛି । କହିରଖିବୁ ଯେ ସେହି ମା’ ଜଣେ ଷ୍ଟାର୍ଟଅପ କମ୍ପାନୀର ସିଇଓ ଅର୍ଥାତ ଜଣେ ଉଚ୍ଚ ଶିକ୍ଷିତ । ଆଉ ଉଚ୍ଚ ଶିକ୍ଷିତ ହୋଇବି ଏଭଳି କାରନାମା । ଉଚ୍ଚ ଶିକ୍ଷିତ ହେବା ଅର୍ଥ ତାର ଯଥେଷ୍ଟ ବୁଝିବାର ଶକ୍ତି ଅଛି । ତଥାପି ସେ ଏଭଳି କାମ କାହିଁକି କଲା ତାହାକୁ କେହିବି ବୁଝି ପାରୁ ନାହାଁନ୍ତି । ମହିଳା ଜଣକ ରା-ଗରେ ପୁରା ପିଶାଚିନି ପାଲଟି ଯାଇଥିଲା ।

ନିଜର ଝ-ଗଡ଼ା ଏବଂ କ୍ରୋ-ଧ ଏତେ ଜରୁରୀ ଯେ ମହିଳା ଜଣକ ନିଜର ଚାରି ବର୍ଷର ପୁଅକୁ ଅତି ନିର୍ମମ ଭାବରେ ହ-ତ୍ୟା କରି ଏକ ବ୍ୟାଗ ଭିତରେ ପୁରେଇ ଦେଇଥିଲେ । ସେହି ବ୍ୟାଗକୁ ଘୋଷାରି ଘୋଷାରି ନେଇ ବେଙ୍ଗାଲୁରୁ ପର୍ଯ୍ୟନ୍ତ ନେଇଥିଲେ । କିନ୍ତୁ ବ୍ୟାଗରୁ ର-କ୍ତ ବୋହୁଥିଲା । ଯାହାକୁ ଲୋକେ ଦେଖି ସ-ନ୍ଦେହ କରିଥିଲେ ।

ସୂଚନା ମୁତାବକ ମହିଳା ଜଣକ ହେଉଛନ୍ତି ୨୯ ବର୍ଷୀୟ ସୂଚନା ସେଠ , ଯିଏକି ବେଙ୍ଗାଲୁରୁର AI ଷ୍ଟାର୍ଟଅପ କମ୍ପାନୀର CEO । ସେ ଉତ୍ତର ଗୋଆର କ୍ୟାଣ୍ଡଲିମର ଏକ ଅପାର୍ଟମେଣ୍ଟରେ ରହୁଥିଲେ । ସେଠାରେ ତାଙ୍କ ପୁଅଙ୍କ ହ-ତ୍ୟା କରିଥିବା ବର୍ତ୍ତମାନ ଅଭି-ଯୋଗ ହୋଇଛି ।

ମହିଳା ଜଣକ ଅପାର୍ଟମେଣ୍ଟ ଛାଡ଼ିବା ପୂର୍ବରୁ ସେଠାକାର ଜଣେ କର୍ମଚାରୀ ତାଙ୍କୁ ତାଙ୍କ ପୁଅଙ୍କ ବିଷୟରେ ପଚାରି ଥିଲେ । କିନ୍ତୁ ସେ ତାଙ୍କ ପୁଅ ତାଙ୍କର ଜଣେ ବନ୍ଧୁଙ୍କ ସହିତ ଥିବା କହିଥିଲେ । କିନ୍ତୁ ପରେ ଅପାର୍ଟମେଣ୍ଟ ଭିତରେ ର-କ୍ତ ଦାଗ ଦେଖି ସେ ସନ୍ଦେହ କରିଥିଲେ ଏବଂ ପୋଲି-ସରେ ଖବର ଦେଇଥିଲେ । ମହିଳା ଜଣକ ବେଙ୍ଗାଲୁରୁ ପହଞ୍ଚିବା ପୂର୍ବରୁ ହିଁ ପୋ-ଲିସ ବ୍ୟାଗ ସହିତ ତାଙ୍କୁ ଧରିଥିଲା ।

ସୂଚନା ସେଠଙ୍କୁ ଗତକାଲି ପୋ-ଲିସ କର୍ଣ୍ଣାଟକ ଚିତ୍ରଦୁର୍ଗାରେ ମୃ-ତ ଦେହ ସହିତ ଗି-ରଫ କରିଥିଲା । ଏହାସହିତ ବ୍ୟାଗରେ ଥିବା ପୁଅର ମୃ-ତ୍ୟୁ ଦେହକୁ ଜ-ବତ କରିଛି । କହିରଖିବୁ ଯେ ଏବେ ସୁଦ୍ଧା ମା’ ଜଣକ ନିଜର ଚାରି ବର୍ଷର ପୁଅକୁ କାହିଁକି ହ-ତ୍ୟା କରିଛି ତାହାର କାରଣ ଜଣା ପଡ଼ିନାହିଁ ।

Leave a Reply

Your email address will not be published. Required fields are marked *