ବାପା ମା’ ସାମ୍ନାରେ ଚାଲିଗଲେ ଦୁଇ ପୁଅ । ୨ ପୁଅକୁ କାନ୍ଧ ଦେଇ ଭାଙ୍ଗି ପଡ଼ିଛନ୍ତି ବାପା ।

ବାପା ମା’ ବୃଦ୍ଧ ଏବଂ ଘରେ ବଡ଼ ପରିବାର ସହିତ ଅନେକ ଖର୍ଚ୍ଚ ରହିଛି । ଘରେ ଦୁଇ ରୋଜଗାରିଆ ପୁଅ ଥିଲେ ଯେ କିନ୍ତୁ ଏବେ ଆଉ ନାହାଁନ୍ତି । ବୃଦ୍ଧ ବାପା ମା’ଙ୍କ ସାମ୍ନାରେ ଦୁଇ ରୋଜଗାରିଆ ପୁଅର ଜୀବନ ଚାଲିଯାଇଛି । ଯାହାକୁ ମନେ ପକାଇ ବାପା ମା’ ଝୁରି ଝୁରି ଦିନ କା-ଟୁଛନ୍ତି । ସୂଚନା ଅନୁଯାୟୀ ସାଲେପୁର ବ୍ଲକ ବାରିଗଳା ପଞ୍ଚାୟତ ବଦାମୁଣ୍ଡାଇର ବୃଦ୍ଧ ଧର୍ମାନନ୍ଦ ସାମଲଙ୍କ ପରିବାରରେ ଏଭଳି ଏକ ଘ-ଟଣା ଘଟି ଯାଇଛି ।

ଦୁଇ ପୁଅ ତାଙ୍କ ମୃ-ତ୍ୟୁ ସମୟରେ ତାଙ୍କୁ କାନ୍ଧ ଦେଇଥାନ୍ତେ , କିନ୍ତୁ ଦୁଇ ପୁଅଙ୍କ କାନ୍ଧ ଦେଇ ବାପର କାନ୍ଧ ଯେମିତି ଭାଙ୍ଗି ପଡ଼ିଛି । ଧର୍ମାନନ୍ଦଙ୍କ ବଡ଼ ପୁଅ ପବିତ୍ର ସାମଲ ଯାହାଙ୍କ ବୟସ ୩୫ ବର୍ଷ , ସେ ସ୍ଥାନୀୟ ବଜାରରେ ଏକ କମ୍ପ୍ୟୁଟର ଦୋକାନ ଦେଇ ବେଶ ଭଲ ରୋଜଗାର କରୁଥିଲେ ।

ଏପଟେ ସାନ ପୁଅ ପ୍ରତୀକ ସାମଲ ଡ୍ରାଇଭର ଭାବରେ କାମ କରି ବେଶ ଭଲ ରୋଜଗାର କରି ପରିବାର ଚଳାଉଥିଲେ । କିନ୍ତୁ ହଠାତ ସବୁ ସୁଖ ଦୁଃ-ଖରେ ପରିଣତ ହୋଇଗଲା ଏବଂ ବଡ଼ ପୁଅର ମୃ-ତ୍ୟୁ ହୋଇଗଲା । ଆଉ ମାତ୍ର ୨ ମାସ ପରେ ସାନ ପୁଅର ମଧ୍ୟ ମୃ-ତ୍ୟୁ ହୋଇଗଲା । ଏପଟେ ଘରେ ରୋଗୀଣା ମା’ । ପରିବାର ଚଳାଇବାର ଦାୟିତ୍ବ କେବଳ ବାପା ଏବଂ ବଡ଼ ବୋହୂ ଉପରେ ନ୍ୟସ୍ତ ।

ବଡ଼ ବୋହୂ ବାସନ୍ତୀ କହିଛନ୍ତି ଯେ ଘରେ ଚଳିବା ଖୁବ କଷ୍ଟକର ହେଉଛି । ପିଲାଙ୍କୁ ଟିଉସନ ଦେବାକୁ ପଇସା ନାହିଁ । ପିଲାମାନେ କେବଳ ସ୍କୁଲରେ ଯାହା ପାଠ ପଢୁଛନ୍ତି । ଏପଟେ ବଡ଼ ପୁଅର ଦୁଇ ପୁଅ ଜଣେ ୧୧ ବର୍ଷର ଏବଂ ଜଣେ ୫ ବର୍ଷର । ବଡ଼ ପୁଅ ପ୍ରଭାତ ମେଧାବୀ ଛାତ୍ର ଏବଂ କହିଛି ଯେ ସେ ଦିନେ ପାଠ ପଢ଼ି ଡାକ୍ତର ହେବ ।

କିନ୍ତୁ ତାଙ୍କ ପାଖରେ ତାର ବାପା ଆଉ ନାହାଁନ୍ତି । ଯେଉଁ ପରିବାର କିଛି ମାସ ଆଗରୁ ପୁଅ ବୋହୂ ଏବଂ ନାତି ପରିବାରରେ ବେଶ ଖୁସିରେ ଜୀବନ ବିତାଉଥିଲା , ସେହି ପରିବାରରେ ଆଜି ହଠାତ ଦୁଃ-ଖର କଳା ବାଦଲ ଛାଇ ଯାଇଛି । ବୃଦ୍ଧ ମା’ ନିଜର ଦୁଇ ପୁଅର ଫୋଟକୁ ଧରି ଲୁ-ହ ଗଡ଼ାଇ ପକାଉଛନ୍ତି । ପରିବାର ଅବସ୍ଥା ଖୁବ ଖରାପ ।

ତେଣୁ ପରିବାର ଲୋକେ କିଛି ସହାୟତା ପାଇଁ ଅନୁରୋଧ କରିଛନ୍ତି । ତେଣୁ ଯଦି ପରିବାରର ଏହି ମେଧାବୀ ଛାତ୍ରକୁ ସାହାଯ୍ୟ କରି କେହି ପାଠ ପଢ଼ିବାରେ ସାହାଯ୍ୟ କରନ୍ତି ତେବେ ପରିବାର ଲୋକେ ତାଙ୍କ ପାଖରେ କୃତଜ୍ଞ ରହିବେ ବୋଲି କହିଛନ୍ତି । ତେବେ ଯାଇ ସେ ଆଗକୁ ନିଜ ପରିବାରର ଭରଣ ପୋଷଣ କରିବାକୁ ସକ୍ଷମ ହେବେ ।

Leave a Reply

Your email address will not be published. Required fields are marked *