ଇନଷ୍ଟାଗ୍ରାମରେ ହୋଇଥିଲା ପ୍ରେମ । କିନ୍ତୁ ବିବାହକୁ ବର୍ଷେ ନପୁରୁଣୁ ସ୍ୱାମୀକୁ ମାରି କିଡନୀ ଏବଂ ଆଖିକୁ ବାହାର କରିଦେଲା ସ୍ତ୍ରୀ ।

ବାହାଘରକୁ ମାତ୍ର ବର୍ଷେ ପୁରିବା ସହିତ ସ୍ତ୍ରୀ ମଧ୍ୟ ନିଷ୍ଠୁର ପାଲଟି ଯାଇଛି । କାରଣ ସ୍ତ୍ରୀ ବିବାହ ପରେ ରୋମାନ୍ସ କଲା ଏବଂ ପରେ ସ୍ୱାମୀର ଜୀବନ ମଧ୍ୟ ନେଇଗଲା । ଏହାପରେ ସ୍ୱାମୀର କିଡ୍ନୀ ଏବଂ ଆଖିକୁ ମଧ୍ୟ ବିକ୍ରି କରି ଦେଇଛି । ଖାଲି ଯେ ସ୍ତ୍ରୀ ତାହା ନୁହେଁ ଏହି କୁକ-ର୍ମରେ ସାମିଲ ଥିଲେ ଶ୍ୱଶୁର ଏବଂ ଶଳା ମଧ୍ୟ । ସାଗର ଏବଂ ଦେବସ୍ମିତା ଉଭୟେ ଇନଷ୍ଟାଗ୍ରାମରୁ ପରିଚିତ ହୋଇଥିଲେ । ସାଗରଙ୍କର ବୟସ ୨୨ ବର୍ଷ ହୋଇଥିବା ବେଳେ ସ୍ତ୍ରୀ ଦେବସ୍ମିତାଙ୍କର ବୟସ ତାଙ୍କ ଠାରୁ ପାଞ୍ଚ ବର୍ଷ ଅଧିକ ଥିଲା । ଉଭୟେ ପ୍ରେମ ସମ୍ବନ୍ଧରେ ରହିବା ପରେ ଘରେ ନଜଣାଇ ବିବାହ କରିଥିଲେ । କିନ୍ତୁ ବିବାହର ବର୍ଷେ ନପୁରୁଣୁ ସ୍ତ୍ରୀ ନିଜ ସ୍ୱାମୀର ଜୀବନ ନେଇ ଯାଇଛି ।

ଢେଙ୍କାନାଳ ଜିଲ୍ଲା ଇନ୍ଦୋଳ ଘୟୁ ରୂପାଲି ଗାଁର ବିଜୟ ନାୟକଙ୍କ ଝିଅ ଦେବସ୍ମିତା ନାୟକ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ବିଜୟ ବାରିକଙ୍କ ପୁଅ ସାଗର ବାରିକଙ୍କୁ ଇନଷ୍ଟାଗ୍ରାମରେ ପ୍ରେମ କରୁଥିଲେ । ଗତ ଜାନୁଆରୀରେ ବିବାହ କରି ସାଗର ଏବଂ ଦେବସ୍ମିତା ପ୍ରଥମେ ବାଲେଶ୍ଵର ଏବଂ ତାପରେ ଇନ୍ଦୋଳ ଘୟୁର ଦେବସ୍ମିତାଙ୍କ ଘରେ ରହିଥିଲେ ।

ସାଗରଙ୍କ ପରିବାର ଲୋକେ ଜାଣିବାକୁ ପାଇଥିଲେ ଯେ ତାଙ୍କ ପୁଅର ମୃତ୍ୟୁ ହୋଇଛି । ପୁଅକୁ ହ-ତ୍ୟା କରିବା ପରେ ତାଙ୍କର କିଡ୍ନୀ ଏବଂ ଆଖି ବାହାର କରି ୪୦ ଲକ୍ଷ ଟଙ୍କାରେ ବିକ୍ରି କରିବା ନେଇ ପରିବାର ଲୋକେ ଇନ୍ଦୋଳ ଥା-ନାରେ ଏକ ଲିଖିତ ଅଭି-ଯୋଗ କରିଛନ୍ତି ।କେବଳ ସେତିକି ନୁହେଁ ଏତେ ସବୁ କରିବା ପରେ ତାଙ୍କ ମୃ-ତ ଦେହକୁ ମଧ୍ୟ ଜା-ଳି ଦେଇଥିଲେ । ଲିଖିତ ଅଭି-ଯୋଗକୁ ଭିତ୍ତି କରି ଇନ୍ଦୋଳ ପୋ-ଲିସ ଏକ ମାମ-ଲା ରୁ-ଜ୍ଜୁ କରି ତ-ଦନ୍ତ ଜାରି ରଖିଛି ।

ସାଇଣ୍ଟିଫିକ ଟିମ ଶ-ବ ପୋଡ଼ା ସ୍ଥାନରେ ପହଞ୍ଚି ହାଡ଼ ଏବଂ ପାଉଁଶ ସଂଗ୍ରହ କରି ଲାବୋରେଟୋରୀକୁ ପଠାଇଛି । ରି-ପୋର୍ଟ ଆସିବା ପରେ ହିଁ ପ୍ରକୃତ ଘ-ଟଣା ଜଣା ପଡ଼ିବ । ଇନ୍ଦୋଳ ପୋଲି-ସର ପ୍ରାଥମିକ ତଦନ୍ତ ଅନୁଯାୟୀ ଗତକାଲି ବିଜୟ ନାୟକ ଏବଂ ତାଙ୍କ ପୁଅକୁ ଗି-ରଫ କରି କୋର୍ଟ ଚା-ଲାଣ କରିବା ପରେ ଏହି ମାମ-ଲା ସହିତ ବାସ୍ତବରେ କିଏ ଜଡ଼ିତ ଅଛନ୍ତି ଏବଂ ମୁଖ୍ୟ ଅଭି-ଯୁକ୍ତ ସ୍ତ୍ରୀ ଦେବସ୍ମିତା ନାୟକଙ୍କୁ ପୋ-ଲିସ କେବେ ଗିର-ଫ କରୁଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *