ଦେଶର ପ୍ରଥମ ରେଲୱେ ଷ୍ଟେସନ ଯେଉଁଠାରେ ଶିକ୍ଷିତ ଝିଅମାନେ ବିକ୍ରି କରୁଛନ୍ତି ଚା, ଜାଣନ୍ତୁ ବିଶେଷତା:-

ଆପଣ ନିଶ୍ଚିତ ଭାବରେ ଅନେକ ସୁନ୍ଦର ଝିଅଙ୍କୁ ବିମାନରେ ପାଣି ଏବଂ ଚା ଦେଉଥିବାର ଦେଖିଥିବେ । କିନ୍ତୁ ଯଦି କେହି ଆପଣଙ୍କୁ କୁହନ୍ତି ଯେ ବର୍ତ୍ତମାନ ବିମାନ ଭଳି ରେଲୱେ ଷ୍ଟେସନରେ ମଧ୍ୟ ସୁନ୍ଦର ଝିଅମାନେ ଚା ପିଆଇବାକୁ ଆସିବେ, ତେବେ କ’ଣ ଆପଣ ଏହା ବିଶ୍ୱାସ କରିବେ ? କିନ୍ତୁ ଏହା ସତ୍ୟ ।

ଆଜ୍ଞା ହଁ… ବର୍ତ୍ତମାନ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ରେଲୱେ ଷ୍ଟେସନରେ ଆପଣ ଶିକ୍ଷିତ ଝିଅମାନଙ୍କୁ ଚା ପିଆଉଥିବାର ଦେଖିବେ, ଏହି ଚା ମଧ୍ୟ ଏପରି ସେପରି ହେବ ନାହିଁ, ବରଂ ଗୁଣବତ୍ତା ଯୁକ୍ତ ହେବ, କାରଣ ଏଥିରେ ବ୍ୟବହୃତ ହେଉଥିବା ଜଳ ମଧ୍ୟ ପ୍ୟାକ୍ ହୋଇଥିବ । ଯେଉଁ ଝିଅମାନେ ଆପଣଙ୍କୁ ଚା ପିଆଇବେ ତାଙ୍କ ପୋଷାକ ଏବଂ ହାତ ସାନିଟାଇଜ୍ କରାଯାଉଛି, ଯାହା ଫଳରେ କୌଣସି ପ୍ରକାରର ସଂକ୍ର-ମଣ ହେବାର ଭ-ୟ ରହିବ ନାହିଁ ।

ବାସ୍ତବରେ ଏୟାର ହୋଷ୍ଟେସ୍ ପରେ ରେଲୱେ ଭୋପାଳ ଷ୍ଟେସନରେ ଏହି ଝିଅମାନଙ୍କ ମାଧ୍ୟମରେ ଯାତ୍ରୀମାନଙ୍କୁ ଅନ-ପେମେଣ୍ଟ ଚା ଯୋଗାଇବା ଆରମ୍ଭ କରିଛି । ଭୋପାଳ ଏହି ସେବା ଆରମ୍ଭ କରିବାରେ ଦେଶର ପ୍ରଥମ ଷ୍ଟେସନ ହୋଇଛି । DRM ସୌରଭ ବନ୍ଦୋପାଧ୍ୟାୟଙ୍କ ଉଦ୍ୟମରେ ଏକ କମ୍ପାନୀକୁ ଏହି ଝିଅମାନଙ୍କ ମାଧ୍ୟମରେ ଭେଣ୍ଡିଂ ଲାଇସେନ୍ସ ପ୍ରଦାନ କରାଯାଇଛି । ବର୍ତ୍ତମାନ ଏହି ସେବା ଇଟାରସି ଷ୍ଟେସନରେ ମଧ୍ୟ ଆରମ୍ଭ ହେବ ।

ଯେତେବେଳେ ରେଳ ଷ୍ଟେସନରେ ଚା ବିକ୍ରୟ କରୁଥିବା ଏହି ଝିଅମାନଙ୍କୁ ସେମାନଙ୍କ ଅଧ୍ୟୟନ ବିଷୟରେ ପଚରାଗଲା, ସେତେବେଳେ ଆଶ୍ଚର୍ଯ୍ୟକର କଥା ସାମ୍ନାକୁ ଆସିଲା, ଏହି ଝିଅମାନଙ୍କ ମଧ୍ୟରୁ କେତେଜଣ BAC କରିଛନ୍ତି, କେତେଜଣ ହାଇସ୍କୁଲ , ତ କେହି ହାୟର ସେକେଣ୍ଡାରି କରିଛନ୍ତି, କିଛି ଝିଅ ବି ଟେକ୍ ମଧ୍ଯ କରିଛନ୍ତି । ଏପରିକି ଝିଅମାନେ ମଧ୍ୟ କହିଥିଲେ ଯେ ଆମେ ଆମର ଅଧ୍ୟୟନ ଜାରି ରଖିବାବେଳେ ଏହି କାର୍ଯ୍ୟ କରୁଛୁ, ଯାହାଫଳରେ ଆମକୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

ରେଳ ବିଭାଗର ଅଧିକାରୀ କହିଛନ୍ତି ଯେ ଅନ୍-ପେମେଣ୍ଟ ଚା ସିଷ୍ଟମରେ ଚା ’ର ଗୁଣ ମେସିନ୍ ମାଧ୍ୟମରେ ଯାଞ୍ଚ କରାଯାଇଥାଏ । ବିକ୍ରେତା ଝିଅମାନେ ଚା ’ତିଆରି କରିବା ପାଇଁ ସ୍ୱତନ୍ତ୍ର ପାଣି ବ୍ୟବହାର କରନ୍ତି । ଏହା ପରେ ଚା’କୁ ଏକ ମେସିନରେ ଯାଞ୍ଚ କରାଯାଏ । ମେସିନ୍ ସେନ୍ସର ଦ୍ୱାରା କରାଯାଇଥିବା ପରୀକ୍ଷଣରେ ଚା’ର ଗୁଣ ଜଣାପଡ଼େ ।

ଚା’ ବିକ୍ରୀ ବ୍ୟବସାୟରେ ନିୟୋଜିତ ଏହି ଯୁବତୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନହେବାପାଇଁ ସେମାନେ ନିଜ ସହିତ ଏକ ୱାକି ଟକି ରଖନ୍ତି । ଏହା ସହିତ ହିଡେନ୍ କ୍ୟାମେରା ମଧ୍ୟ ସେମାନଙ୍କ ୟୁନିଫର୍ମରେ ଲଗାଯାଇଛି, ଯାହା ସୁରକ୍ଷା ଦୃଷ୍ଟିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଅଟେ । ସେମାନଙ୍କର ହାତ ଏବଂ ୟୁନିଫର୍ମକୁ UV ସାନିଟାଇଜିଂ ମେସିନରେ ସାନିଟାଇଜ୍ କରାଯାଏ ।

Leave a Reply

Your email address will not be published. Required fields are marked *