ନିଜ ଝିଅକୁ ବୁଝାଇ ଏମିତି କିଛି ସୋସିଆଲ ମିଡିଆରେ ପୋଷ୍ଟ କଲେ ଅଭିନେତା ସାତ୍ୱକି ମିଶ୍ର । କ୍ୟାନ୍ସର ହୋଇ ଯାଇଛି ଚେହେରା ପରିବର୍ତ୍ତନ ।

କ୍ୟାନ୍ସର ପରେ ଯଦି ସାତ୍ୟକି ମିଶ୍ରଙ୍କୁ କିଛି ଜିନିଷ ଚିନ୍ତିତ କରାଉଛି ତେବେ ତାହା ହେଉଛି ତାଙ୍କ ପରିବାର । ନିଜ ପରିବାର କଥା ଭାବି ସେ ସବୁବେଳେ ଦୁଃଖିତ ହେଉଛନ୍ତି । ସେଥିପାଇଁ ସେ ନିଜର ଏକ ପୋଷ୍ଟରେ ଲେଖିଛନ୍ତି ଯେ ” ଝିଅ ତୁ ଚିନ୍ତା କରନି , ମୁଁ ଏବେବି ବଞ୍ଚିଛି , ଭଗବାନ ବହୁତ ବଡ଼ ଏବଂ ଆମେ ବହୁତ ଦୂରକୁ ଯିବୁ ” । ବାପାଙ୍କୁ ଟିଭି ଫିଲ୍ମ ସିରିଏଲରେ ଦେଖି ଝିଅ ସବୁବେଳେ ବାପାଙ୍କୁ ଖୁବ ପ୍ରଶଂସା କରୁଥିଲା । ଆଉ ବର୍ତ୍ତମାନ ନିଜ ବାପାଙ୍କ ସହିତ ଯାହା ଘଟୁଛି ତାହା ଦେଖି ଝିଅକୁ ଖୁବ କଷ୍ଟ ହୋଇଛି । ବାପାଙ୍କ ମୁହଁ କ୍ୟାନ୍ସର ପରେ ତାଙ୍କ ମୁହଁ ବଙ୍କେଇ ଯାଇଛି । ତେବେ ସେହି ସାତ୍ୟକି ମିଶ୍ର ଖୁବ କଷ୍ଟ ସହିଛନ୍ତି ।

ଆଉ ଯେଉଁ କଷ୍ଟ ସେ ସହିଛନ୍ତି ତାହାକୁ ନେଇ ଲୋକଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି । ଜୀବନରେ ତାଙ୍କର ଏଭଳି ଏକ ମୋଡ଼ କେବେ ଆସିବ ବୋଲି ସେ କଳନା ସୁଦ୍ଧା କରି ନଥିଲେ । ସେ ଭାବି ନଥିଲେ ଯେ ଯେଉଁ ଗୁଟଖା ଏବଂ ତମାଖୁ ସାଧରଣ ଭାବି ସେ ପାଟିରେ ପକାଇ ଦେଉଥିଲେ ତାହାହିଁ ଦିନେ ତାଙ୍କ ଜୀବନର ସବୁଠାରୁ ବଡ଼ ଶତ୍ରୁ ପାଲଟି ଯିବ ବୋଲି ।

ସେ ନିଜ ସୋସିଆଲ ମିଡିଆରେ ନିଜର ଏଭଳି ଅବସ୍ଥାକୁ ନେଇ ଯେଉଁ ଭିଡ଼ିଓ ଏବଂ ପୋଷ୍ଟ କରିଛନ୍ତି ତାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । କ୍ୟାନ୍ସର କାରଣରୁ ତାଙ୍କର ମୁହଁ ସମ୍ପୂର୍ଣ୍ଣ ବଦଳି ଯାଇଛି । ଗତ ଏକ ବର୍ଷ ତଳେ ତାଙ୍କର ମୁହଁ ଅପରେସନ ହୋଇଛି ।

ତାହା ଅତ୍ୟନ୍ତ ଯନ୍ତ୍ରଣା ଦାୟକ ବୋଲି ସେ କହିଛନ୍ତି । ଖାସ କରି ମାଦକ ଦ୍ରବ୍ୟ ଏବଂ ତମାକୁ ଦ୍ରବ୍ୟ ସେବନ ନକରିବା ପାଇଁ ସେ ସମସ୍ତଙ୍କୁ ନେହୁରା ହୋଇ ଅନୁରୋଧ କରିଛନ୍ତି । ସେ ଯେତିକି କଷ୍ଟ ଭୋଗିଛନ୍ତି ତାହା ଯେମିତି କେହି ନ ଭୋଗନ୍ତୁ ସେଥିପାଇଁ ସେ ତମାଖୁ ସେବନ କରିବାକୁ ମନା କରିଛନ୍ତି । ଅଭିନେତା ସାତ୍ୱକି ମିଶ୍ର ମୁଖ କର୍କଟ ରୋଗରେ ପୀଡ଼ିତ ହେବାପରେ ଗତ ଏକ ବର୍ଷ ତଳେ ତାଙ୍କର ମୁଖ ଅପରେସନ ହୋଇଛି । ଆଉ ବର୍ତ୍ତମାନ ସୋସିଆଲ ମିଡ଼ିଆ ଜରିଆରେ ଲୋକଙ୍କୁ ନିଜେ ବିତାଇ ଥିବା କଷ୍ଟ ବିଷୟରେ କହିଛନ୍ତି ଏବଂ କହିଛନ୍ତି ଯେ ଅନ୍ୟ କାହାରି ଏଭଳି ପରିସ୍ଥିତି ସେ କେବେ ଦେଖି ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *