ଆଉ ସମ୍ଭାଳି ହେଉନି, ଆମକୁ ଦୋ-ଷ ଦେବନି ବାଧ୍ୟ ହୋଇ ହୀରାକୁଦ ଗେଟ ଖୋଲୁଛୁ…

ପାଣିରେ ଭରି ହୋଇଗଲା ହୀରାକୁଦ ଡ୍ୟାମ। ଆଉ ଏତେ ପାଣିକୁ ସମ୍ଭାଳି ପାରିବନି ଡ୍ୟାମ। ହୋଇଯାଅନ୍ତୁ ସାବଧାନ ଏବେ ଗୋଟେ ପରେ ଗୋଟେ ଗେଟ ଖୋଲା ହେବାକୁ ଯାଉଛି। ଆଜ୍ଞା ହଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।

ତା ସହିତ ମୌସୁମୀର ନିମ୍ନଚାପ ରେଖା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଘୂର୍ଣ୍ଣିବଳୟ ପ୍ରଭା-ବରେ ଆଜି ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି।

ଗତ କିଛିଦିନ ଧରି ରାଜ୍ୟରେ ମୌସୁମୀ ଜନିତ ବର୍ଷା ଜାରି ରହିଥିବାରୁ ଏହା ମଧ୍ୟରେ ହୀରାକୁଦ ଡ୍ୟାମର ଜଳସ୍ତର ଧୀରେଧୀରେ ବଢ଼ିବାରେ ଲାଗିଥିଲା। ତେଣୁ ଡ୍ୟାମ ପାଣି ବଢ଼ିବାକୁ ନେଇ ଲୋକଙ୍କ ମନରେ ଆଶ-ଙ୍କା ଜାତ ହୋଇଥିଲା। ବନ୍ୟା ଜଳ ଛଡ଼ାଯିବା ନେଇ 14 ଟି ଜିଲ୍ଲାର ଜନସାଧାରଣଙ୍କୁ ଆଗୁଆ ସତ-ର୍କ କରାଯାଇଛି।

ଅଚାନକ ବନ୍ୟାଜଳ ଛାଡ଼ିବା ଫଳରେ ଲୋକଙ୍କର ଅନେକ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ଏନେଇ ଡ୍ୟାମ କର୍ତ୍ତୃପକ୍ଷ ସ-ତର୍କ କରିଛନ୍ତି। ଜଳଭଣ୍ଡାରର ଜଳସ୍ତର 613 ଫୁଟ ଛୁଇଁଛି। ହୀରାକୁଦକୁ 1 ଲକ୍ଷ 40 ହଜାର 575 କ୍ୟୁସେକ ଜଳ ପ୍ରବେଶ କରୁଛି। ହୀରାକୁଦରୁ 40 ହଜାର 270 କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ସୂଚନା ଅନୁସାରେ, ଜୁଲାଇ 23 ରେ ହୀରାକୁଦ ଡ୍ୟାମ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କା-ସନ କରିବ ବୋଲି ହୀରାକୁଦ ବରିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି।ଆସନ୍ତା ରବିବାର ସକାଳ 9ଟାରେ ପୂଜାର୍ଚ୍ଚନା ପରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କା-ସିତ ହେବ। ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଏଥିପାଇଁ ସତ-ର୍କତା ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *