୫୨ ବର୍ଷୀୟା ପ୍ରଫେସରଙ୍କ ପ୍ରେମରେ ପଡ଼ିଲେ ୨୦ ବର୍ଷୀୟା ଛାତ୍ରୀ । ପୁରା କାହାଣୀ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ :-

ପ୍ରଫେସର ଏବଂ ଛାତ୍ରୀ ମଧ୍ୟରେ ପ୍ରେମ ସମ୍ପର୍କ ! ଏଭଳି ଘଟଣା କୌଣସି ନୂଆ ନୁହେଁ । କାରଣ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏପରି ଘଟଣା ନିଶ୍ଚୟ ଶୁଣିବାକୁ ମିଳିଥାଏ । ତେବେ ଆଜିକାର ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏପରି ଏକ ଅଦ୍ଭୁତ ଘଟଣା ବିଷୟରେ କହିବୁ । ଯେଉଁଠି ଜଣେ ୫୨ ବର୍ଷୀୟ ପ୍ରଫେସର ଏବଂ ୨୦ ବର୍ଷୀୟା ଯୁବତୀଙ୍କ ସୁଲଭ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଛି । କୁହାଯାଏ ଯେ ପ୍ରେମ ଚିରନ୍ତନ । ପ୍ରେମରେ ବୟସ ଦେଖାଯାଇ ନଥାଏ । ଆଉ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପାକିସ୍ତାନରେ ।

ପ୍ରେମ କେତେବେଳେ କାହାକୁ ଯେ ହୋଇଯାଏ ଯାହା କେହି କହି ପାରିବେ ନାହିଁ । ଯେଉଁଠି ବୟସର ତାରତମ୍ୟ ନଥାଏ । ପାକିସ୍ତାନର ଜଣେ ଦମ୍ପତ୍ତିଙ୍କ ସହିତ ଏପରି କିଛି ହୋଇଛି । ଯେଉଁଠି ଜଣେ ପ୍ରଫେସର ନିଜର ୨୦ ବର୍ଷୀୟ ଛାତ୍ରୀକୁ ବିବାହ କରିଛନ୍ତି । ଯେଉଁ ମାନଙ୍କ ଲୋଭ ଷ୍ଟୋରି ଏବେ ଚର୍ଚ୍ଚାରେ । ପାକିସ୍ତାନର ଜଣେ ୨୦ ବର୍ଷୀୟ ଛାତ୍ରୀ ୫୨ ବର୍ଷୀୟ ପ୍ରଫେସରଙ୍କ ପ୍ରେମରେ ପଡ଼ିଥିଲେ ।

ପ୍ରଥମେ ପ୍ରଫେସର ତାଙ୍କ ପ୍ରସ୍ତାବଙ୍କୁ ଅଦ୍ଭୁତ ମନେ କରିଥିଲେ । ମାତ୍ର ପରବର୍ତ୍ତୀ ସପ୍ତାହରେ ସେ ନିଜେ ତାଙ୍କ ଶିଷ୍ୟର ପ୍ରେମରେ ପଡ଼ି ଯାଇଥିଲେ । ଆଉ ସେହିଠାରୁ ଆରମ୍ଭ ହୋଇଥିଲା ଏକ ନୂଆ ପ୍ରେମ କାହାଣୀ । ଆଉ ଶେଷରେ ବିବାହ ସହିତ ଶେଷ ହୋଇଥିଲା । ଜଣେ ୨୦ ବର୍ଷୀୟ ବିକମ ଛାତ୍ରୀ ଜୟା ନିଜର ୫୨ ବର୍ଷିୟ ପ୍ରଫେସର ସାଜିଦ ଅଲ୍ଲୀଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଜୟା ନିଜେ କହନ୍ତି ଯେ ତାଙ୍କ ପ୍ରଫେସର ପୂର୍ବରୁ ତାଙ୍କ ପ୍ରେମରେ ପଡ଼ି ନଥିଲେ । ଯେତେବେଳେ ଜୟା ତାଙ୍କୁ କଲେଜରେ ଏହି ପ୍ରସ୍ତାବ ଦେଇଥିଲେ ସେତେବେଳେ ପ୍ରଫେସର ତାଙ୍କୁ ଏହି ବିଷୟରେ ପଚାରି ଥିଲେ ।

ତେବେ ସେତେବେଳେ ସାଜିଦ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ କାରଣ ଦୁହିଁଙ୍କ ବୟସ ମଧ୍ୟରେ ୩୨ ବର୍ଷର ବ୍ୟବଧାନ ଥିଲା । ତେଣୁ ସେ ସମୟ ମାଗିଥିଲେ । ପ୍ରାୟ ଏକ ସପ୍ତାହ ସମୟ ମାଗିବା ପରେ ସେ ଚିନ୍ତା କରିଥିଲେ ଯେ ସେ ମଧ୍ୟ ଜୟାଙ୍କୁ ଭଲ ପାଆନ୍ତି ବୋଲି । ସେମାନଙ୍କ ପରିବାର ମଧ୍ୟ ଏହାକୁ ବିରୋଧ କରିଥିଲେ । ସାଜିଦଙ୍କ ପରିବାର ଅନୁଭବ କରିଥିଲେ ଯେ ଜୟା ଅଧିକ ସୁନ୍ଦର ଅଟନ୍ତି । ସାଜିଦ ଜୟାଙ୍କ ରନ୍ଧା ଖାଦ୍ୟ ତେଣୁ ତାଙ୍କୁ ଭଲ ପାଆନ୍ତି । ଏହି ଦମ୍ପତ୍ତି ଏମାଜନର ଏଫବିଏ ହୋଲ ସେଲର ହୋଇ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ତେବେ ପାକିସ୍ତାନରେ ଏପରି ବିବାହର କୌଣସି ଅଭାବ ନାହିଁ । ଏହିପରି ଆଗରୁ ଅନେକ ଘଟଣା ମଧ୍ୟ ଶୁଣିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *