ସ୍ଵାମୀ ଆଣୁଛନ୍ତି ସ୍ତ୍ରୀ ନାମରେ ଅଭି-ଯୋଗ , ସ୍ତ୍ରୀ ପାଦରେ ଲେଖା ହୋଇଥିଲା ଲୁଲୁ ଆଇ ଲଭ୍ ୟୁ , ଏପଟେ ସ୍ଵାମୀ ଘର ଆଗରେ ଧାରଣାରେ ସ୍ତ୍ରୀ

ସମାଜରେ ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କରେ ଆଉ ମଧୁରତା ନାହିଁ । ସମସ୍ତେ ବର୍ତ୍ତମାନ ସମୟରେ ବିବାହ କରିଥିଲେ ମଧ୍ୟ ତୃତୀୟ ଲୋକ ପ୍ରତି ଆକୃଷ୍ଟ ହେଉଛନ୍ତି । ଯାହା ଫଳରେ ସ୍ଵାମୀ ସ୍ତ୍ରୀଙ୍କ ସମ୍ପ-ର୍କରେ ଆସୁଛି ଫାଟ । ତେବେ ଏପରି କିଛି ଘ-ଟଣା ବର୍ତ୍ତମାନ ଲୋକ ଲୋଚନକୁ ଆସିଅଛି । ସ୍ଵାମୀ ସେପଟେ ସ୍ତ୍ରୀ ନାମରେ ଅଭି-ଯୋଗ କରୁଥିବା ବେଳେ ଏପଟେ ସ୍ତ୍ରୀ ଆସି ସ୍ଵାମୀ ଘର ଆଗରେ ଧାରଣା ଦେଇ ବସିଛନ୍ତି ଆଉ ନ୍ୟା-ୟ ପାଇବା ପାଇଁ ଥା-ନାକୁ ଦୌଡ଼ି ବୁଲୁଛନ୍ତି ।

ତେବେ ଘଟ-ଣାଟି ଖୋର୍ଦ୍ଧା ଜିଲ୍ଲା ପୋଡ଼ାଡିହ ଥା-ନାର ଅଟେ । ତେବେ ଏହି ଥା-ନାର ଚୂଡା ଗ୍ରାମର ବସନ୍ତ ରାଉତ  ବଡପାଣ୍ଡୁସରା ଗ୍ରାମର ମଞ୍ଜୁଲତା ରାଉତଙ୍କୁ ୨୦୦୮ ମସିହାରେ ବିବାହ କରିଥିଲେ । ଦୁହିଁଙ୍କ ମଧ୍ୟରେ ଠିକ୍ ଠାକ୍ ସ-ମ୍ପର୍କ ରହିଥିଲା । ଦୁହିଁଙ୍କର ବର୍ତ୍ତମାନ ସମୟରେ ନଅ ବର୍ଷର ପୁଅ ଏବଂ ଛଅ ବର୍ଷର ଝିଅଟିଏ ମଧ୍ୟ ରହିଛି । କିନ୍ତୁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ରହିଛି ମନ ମାଳିନ୍ୟତା । ତେବେ ସ୍ଵାମୀ ବସନ୍ତ ବାହାରେ କାମ କରନ୍ତି । ମାସକୁ ମାସ ସେ ଥରେ ଘରକୁ ଆସନ୍ତି ।

ଦୁହିଁଙ୍କ ମଧ୍ୟରେ କୌଣସି ଏକ କଥା ପାଇଁ ଝ-ଗଡା ହୋଇଥିଲା , ଯାହା ପରେ ସ୍ତ୍ରୀ ଯାଇ ବାପ ଘରେ ରହୁଥିଲେ । ସେପଟେ ସ୍ଵାମୀ ଆଉ ଥରେ ପୋଡ଼ାଡିହ ଗ୍ରାମର ଆଉ ଜଣେ ଝିଅଙ୍କୁ ବିବାହ କରିଥିବା କଥା ଶୁଣି ସ୍ତ୍ରୀ ବାପ ଘରୁ ଆସି ପୋଡ଼ାଡିହ ଗ୍ରାମକୁ ଯାଇ ସେହି ଝିଅ ଘର ଆଗରେ ଧାରଣା ଦେଇ ବସିଥିଲେ । ଆଉ ପୋ-ଲିସ ପାଖକୁ ଯାଇଥିଲେ । ତେବେ ଏ ବାବ-ଦରେ ଯେତେବେଳେ ସ୍ବାମୀଙ୍କୁ ପ-ଚରା ଯାଇଥିଲା , ସେ ଏହି କଥାକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଥିଲେ ଆଉ କହିଥିଲେ କି , ସ୍ତ୍ରୀ ନିଜେ ଆଉ ଜଣକ ସହ ସମ୍ପ-ର୍କ ରଖିଛନ୍ତି ।

ସେଥିପାଇଁ ସେ ନିଜ ପାଦରେ ର-କ୍ତରେ ଲେଖିଥିଲେ ଆଇ ଲଭ୍ ୟୁ ଲୁଲୁ । ତେବେ ଏହି ଲୁଲୁ କିଏ ସେ କଥା ସ୍ଵାମୀ ଜାଣିବାକୁ ଚାହୁଁଛନ୍ତି ଆଉ କହିଛନ୍ତି କି , ସେ ଘରେ ନଥିବା ସମୟରେ ସ୍ତ୍ରୀ ଆଉ କାହା ସହିତ ସମ୍ପ-ର୍କ ରଖିଥିଲେ । ଅନ୍ୟ ପକ୍ଷରେ ସ୍ତ୍ରୀ ଏହି କଥାକୁ ଖଣ୍ଡନ କରି କହିଥିଲେ କି , ସ୍ଵାମୀ ତାଙ୍କ କଥା ଏବଂ ପିଲା ମାନଙ୍କ କଥା ବୁଝୁ ନଥିଲେ । ଟଙ୍କାଟିଏ ମଧ୍ୟ ଘରକୁ ପଠାଇ ନଥିଲେ । ଆଉ ସେଥିପାଇଁ ଦୁହିଁଙ୍କ ମଧ୍ୟରେ ଝ-ଗଡା ଆରମ୍ଭ ହୋଇଥିଲା । ତେବେ ଏମାନଙ୍କ ମଧ୍ୟରୁ ସତ କିଏ କହୁଛି ଆଉ ମି-ଛ କିଏ କହୁଛି , ସେ କଥା କେବଳ ତଦ-ନ୍ତ କରିବା ପରେ ହିଁ ଜଣାପଡ଼ିବ ।

Leave a Reply

Your email address will not be published. Required fields are marked *