ଘରର ପରିସ୍ଥିତି ପାଇଁ ଯାତ୍ରା ଜଗତରେ ପାଦ ଥାପିଥିଲେ ରଞ୍ଜିତା ନାୟକ । ନିଜର ସେହି ଦୁଃ-ଖଦ ସମୟକୁ ମନେ ପକାଇ କା-ନ୍ଦି ପକାଇଛନ୍ତି ରଞ୍ଜିତା ।

ଯାତ୍ରାରେ ଯେଉଁ କଳାକାର ମାନେ ଅଛନ୍ତି ସେମାନଙ୍କ ପ୍ରତିଭା ବାସ୍ତବରେ ଅନନ୍ୟ । ଫିଲ୍ମ ଭଳି ନା ସେଥିରେ ବିରତି ଅଛି ନା କୌଣସି ଉପଯୁକ୍ତ ମେକଅପ କିମ୍ବା ପରଫେକସନ । ତଥାପି ଯାତ୍ରା ଅନନ୍ୟ ଅଟେ । କାରଣ ସେଥିରେ ଅଭିନୟ କରୁଥିବା ସବୁ କଳାକାରଙ୍କ ପ୍ରତିଭା ଉଚ୍ଚକୋଟିର ହୋଇଥାଏ ।

ନକଲି ଲୁ-ହ ବ୍ୟବହାର ନକରି ଯାତ୍ରା ଦୁନିଆରେ ନିଜକୁ ହଜାଇ ସେମାନେ ବାସ୍ତବ ଇମୋସନକୁ ପ୍ରକାଶ କରନ୍ତି । ପୁଣି କିଏ ନିଜ ପେଟ ପାଟଣା ପାଇଁ ଯାତ୍ରାକୁ ଆସେ । ଏହିଭଳି ଜଣେ ଯାତ୍ରା କଳାକାର ରଞ୍ଜିତା ନାୟକ ଅବିବାହିତ ଥିବା ବେଳେ ନିଜର ପରିବାରର ଆର୍ଥିକ ପରିସ୍ଥିତି ଖରାପ ଥିବାରୁ ଯାତ୍ରା ଜଗତରେ ପାଦ ଦେଇଥିଲେ ।

ଯେଉଁ କାରଣରୁ ତାଙ୍କୁ ନାନା ପ୍ରକାରର କଥା ଲୋକଙ୍କ ଠାରୁ ଶୁଣିବାକୁ ପଡ଼ିଥିଲା । ଘର ସାହି ପଡ଼ିଶା ଏମିତିକି ନିଜର ସମ୍ପ-ର୍କୀୟ ପିଉସୀ ମଧ୍ୟ ଛି ଛାତର କରି ତାଙ୍କ ଘର ଲୋକଙ୍କ ସହିତ ସମ୍ପ-ର୍କ କା-ଟି ଦେଇଥିଲେ । ଆଉ ଏଭଳି ଏକ ଦୁଃ-ଖଦ ଅତୀତକୁ ମନେ ପକାଇ ରଞ୍ଜିତା କା-ନ୍ଦି ପକାଇଛନ୍ତି ।

ପୁଣି ଯାତ୍ରାରେ କାମ କରୁଥିବା ସମୟରେ ସେ ଯାତ୍ରା ମାଷ୍ଟରଙ୍କୁ ବିବାହ କଲେ ଯାହାଙ୍କ ଘର ଲୋକ ମଧ୍ୟ ପ୍ରଥମେ ବିବାହ ପାଇଁ ରାଜି ହେଉ ନଥିଲେବି ସୁଦ୍ଧା ପରେ ବେଶ ସୁରୁଖୁରୁରେ ବିବାହ ହେଲା । ନିଜ ଶାଶୁ ଘରର ଲୋକେ ତାଙ୍କୁ କେବେ ଯାତ୍ରା କରିବାକୁ ବାରଣ କରି ନାହାଁନ୍ତି ବରଂ ତାଙ୍କୁ ସପୋର୍ଟ କରିଛନ୍ତି । ଯେଉଁ ପିଉସୀ ଲୋକ ଘର ତାଙ୍କ ସହିତ ସ-ମ୍ପର୍କ କା-ଟି ଦେଇଥିଲେ, ସେଦିନ ବି ଆସିଲା ଯେତେବେଳେ ସେମାନେ ରଞ୍ଜିତାଙ୍କୁ ଦେଖିବାକୁ ଇଚ୍ଛା କରିବି ସୁଦ୍ଧା ପାଇ ନାହାଁନ୍ତି ।

ତେବେ ରଞ୍ଜିତାଙ୍କ କ୍ୟାରିଅର ବିଷୟରେ କହିଲେ ସେ ପ୍ରଥମେ ପାର୍ବତୀ ଗଣନାଟ୍ୟରେ କାମ କରୁଥିଲେ । ମାତ୍ର ଅସଲ ପରିଚୟ ତାଙ୍କୁ କଉଡ଼ି ଖେଳ ଯାତ୍ରାରେ ଦୈତାରୀ ପଣ୍ଡାଙ୍କ ମା’ ଭୂମିକାରେ ମିଳିଥିଲା । ସେବେଠାରୁ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଇଲା । ଆଉ ଆଜକୁ ସେ ୪୨ ବର୍ଷ ହେବ ଯାତ୍ରାରେ କାମ କରି ଆସୁଛନ୍ତି । ସେ ଓଡ଼ିଶାର ସବୁ ଘରେ ପ୍ରାୟ ପରିଚିତ । ପୁଣି ତାଙ୍କୁ ସମସ୍ତେ ଦୈତାରୀ ପଣ୍ଡାଙ୍କ ମା’ ଭାବରେ ଜାଣିଛନ୍ତି । ବାସ୍ତବ ଜୀବନରେ ମଧ୍ୟ ଦୈତାରୀଙ୍କ ସହିତ ତାଙ୍କର ମା’ ପୁଅ ଭଳି ସ-ମ୍ପର୍କ । ତେବେ ବର୍ତ୍ତମାନ ବିଷୟରେ କହିବାକୁ ଗଲେ ସେ ରଙ୍ଗମଞ୍ଚରେ କାମ କରୁଛନ୍ତି ।

Leave a Reply

Your email address will not be published. Required fields are marked *