୪ ବର୍ଷର ଛୁଆକୁ ରାସ୍ତାରେ ଝୁଣି ଝୁଣି ମାରିଦେଲେ ବୁଲା କୁକୁର…

ମଣିଷ ଜୀବନରେ କେତେବେଳେ ଯେ କଣ ଘଟିଯାଏ ଏ କଥା କେହି ଜାଣି ପାରନ୍ତିନି। ସକାଳେ ସୁସ୍ଥ ଥିବା ଲୋକ ସନ୍ଧ୍ୟା ବେଳକୁ ପାଖରେ ନଥାଏ ତ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ହେଇଥିବା ଲୋକ ବହୁଦିନ ପର୍ଯ୍ୟନ୍ତ ବଞ୍ଚିରୁହେ। ଯମ କେତେବେଳେ କାହାକୁ ଆସି ନେଇଯାଏ କେହି ଜାଣି ପାରନ୍ତିନି। ଦୁନିଆ ଦେଖି ନଥିବା ପିଲା ବେଳେବେଳେ ବାପାମାଆଙ୍କ ଆଖି ଆଗରୁ ସବୁ ଦିନ ପାଇଁ ଦୂରେଇ ଯାଏ। ହଁ ଆଜ୍ଞା ହାଇଦ୍ରାବାଦ ବିଲାସପୁରରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ବିଲାସପୁର ଗାଁର କାହ୍ନା ନାମକ ଜଣେ ୪ ବର୍ଷିୟ ବାଳକ ନିଜ ଘର ପଛ ପଟେ ଏକା ଏକା ଖେଳୁଥିଲା। କିନ୍ତୁ ହଠାତ୍ କିଛି ସମୟ ଯିବା ପରେ କୁଆଡୁ ୪-୫ କୁକୁର ଆସି କାହ୍ନାକୁ ଗୋଡେଇଲେ। ଜୀବନ ବିକଳରେ କାହ୍ନା ଘର ଆଡ଼କୁ ଦୌଡ଼ିଲା। କିନ୍ତୁ ସେ ବହୁତ୍ ଛୋଟ ହେଇ ଥିବାରୁ ବେଶୀ ବାଟ ଦଉଡ଼ି ଯାଇ ପାରିଲା ନାହିଁ। ଯେତେବେଳେ ସେ ଦୌଡି ଦୌଡି ତଳେ ପଡିଗଲା ସେତେବେଳେ କୁକୁରମାନେ ତାକୁ କାମୁଡି ଭିଣୀଭିଣା କରିଦେଲେ।

କୁକୁର ଏବଂ କାହ୍ନାର ଚିତ୍କାର ଶୁଣି ଗ୍ରାମବାସୀ ଦଉଡ଼ି ଆସି ତାକୁ ଉଦ୍ଧାର କଲେ ଏବଂ ରକ୍ତାକ୍ତ ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାକୁ ନେଇ ଗଲେ। ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ।

ଖାଲି ବିଲାସପୁରରେ ନୁହଁ ବରଂ କିଛି ଦିନ ତଳେ ଉତ୍ତରପ୍ରଦେଶର ସାହାରନପୁର ଜିଲ୍ଲାରେ କୁକୁର କାମୁଡ଼ିବା ଦ୍ଵାରା ସାତ ବର୍ଷର ବାଳକର ମଧ୍ୟ ମୃତ୍ୟୁ ଘଟିଛି। ଗତ ବର୍ଷ ଅକ୍ଟୋବରରେ, ଉତ୍ତରପ୍ରଦେଶର ନୋଏଡା ସ୍ଥିତ ଏକ ହାଉସିଂ ସୋସାଇଟିରେ ଏକ ସାତ ମାସର ଶିଶୁକୁ ରାସ୍ତାରେ କୁକୁରମାନେ କାମୁଡି ମାରି ଦେଇଛନ୍ତି। ଗତ ମାସରେ କୁକୁର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଜଣେ ଡେଲିଭରି ଯୁବକ ତିନି ମହଲାରୁ ଡେଇଁ ପଡି ମୃତୁ ବରଣ କରିଛନ୍ତି।

Leave a Reply

Your email address will not be published. Required fields are marked *