ଆଉ ଜଣେ ଗୋପାଳର ଟାର୍ଗେଟ ରେ ବିଧାୟକ….

ଗୋଟିଏ ଗୋପାଳ ସାରା ରାଜ୍ୟରେ ଚହଳ ପକାଇ ଥିବା ବେଳେ ଗୋଟିଏ ଗୋପାଳକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା କମି ନଥିବା ବେଳେ ପୁଣି ଏକ ଜଣେ ଗୋପାଳକୁ ନେଇ ରାଜ୍ୟ ପୋଲିସ ବିଭାଗରେ ମୁଣ୍ଡ ଟେକିଛି ଆଉ ଜଣେ ଗୋପାଳ । ଆଉ ସବୁଠୁ ବଡ଼ କଥା ହେଲା ଗୋପାଳ ଦାସ ଟାର୍ଗେଟରେ ମନ୍ତ୍ରୀ ନବ ଦାସ ଥିବା ବେଳେ ଏଥର ଏହି ଗୋପାଳ ଟାର୍ଗେଟରେ ଅଛନ୍ତି ଜଣେ ବିଧାୟକ ସେହି ବିଧାୟକଙ୍କ ଉପରେ କୁଆଡେ ଏହି ପୋଲିସ ବିଭାଗରେ କାର୍ଯ୍ୟରତ ଥିବା କନେଷ୍ଟବଳଙ୍କର ରହିଛି ସାଙ୍ଘାତିକ ରାଗ ।

ପୂର୍ବରୁ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଯେଉଁ ଭଳି ଭାବେ ଅଭିଯୁକ୍ତ ପୋଲିସ ଏଏସସାଇ ଭିଆଇ ଥିଲା ତାହା ସମସ୍ତଙ୍କୁ ଚକିତ କରିଥିଲା ଆଉ ଏବେ ଏହି ଗୋପାଳ ଆଉ ଜଣେ ବିଧାୟକଙ୍କ ଉପରେ ରାଗ ରଖିବା । ତାଙ୍କୁ ଟାର୍ଗେଟ କରିବା ରାଜ୍ୟ ପୋଲିସ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏ କଥା ଆମେ ନୁହେଁ ଯାହା ଶୁଣିବାକୁ ମିଳୁଛି କି ଆଉ ଜଣେ ଗୋପାଳ ନିଜେ କହିଛି କି ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଠାରୁ ବଦଲା ନେବ।

କୁହାଯାଉଛି କି ଏହି ଖାକି ପୋଷାକ ପିନ୍ଧିଥିବା ଏ ଗୋପାଳ ପାଖରେ ମଧ୍ୟ ରହିଛି ଏକ-47 ଆଉ ମନରେ ଆଖିରେ କେବଳ ଆଉ କେବଳ ପ୍ରତିଶୋଧର ନିଆଁ ଜଳୁଛି । ଆଉ ଯାହା କୁହାଯାଉଛି କି ଏହି ପ୍ରତିଶୋଧର ନିଆଁରେ ଏ ଗୋପାଳ କୁଆଡେ ଜାଳି ଦେବ ଅନୁପ ସାଏଙ୍କୁ । ବ୍ରଜରାଜନଗର ପୂର୍ବତନ ବିଧାୟକ ହେଉଛନ୍ତି ଅନୁପ ସାଏ । ଆଉ ଅନୁପ ସାଏଙ୍କ ଠାରୁ ପ୍ରତିଶୋଧ ନେବେ ବୋଲି କହି ଏଭଳି ସାଙ୍ଘାତିକ ବୟାନ ଦେଇ ବର୍ତ୍ତମାନ ବିବାଦରେ ଅଛନ୍ତି ଏହି ପୋଲିସ କନେଷ୍ଟବଳ ।

ଆଉ ଏହି କନେଷ୍ଟବଳ ଜଣଙ୍କ ହେଉଛନ୍ତି ଝାରସୁଗୁଡା ଜିଲ୍ଲା କୋଲାବରା ଥାନାର କନେଷ୍ଟବଳ ସରୋଜ ଦାସ । ତେବେ ଯାହା କୁହାଯାଉଛି କି ଝାରସୁଗୁଡାରେ ବର୍ତ୍ତମାନ ଆଉ ଜଣେ ଗୋପାଳର ଉତ୍ପତ୍ତି ହୋଇଛି । ଆଉ ଏହି ଗୋପାଳ କୁଆଡେ ଭାରି ସାଙ୍ଘାତିକ ଭାବେ ରାଗରେ ଅଛି । ଆଉ ତାର ରାଗ ଅଛି ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଉପରେ । ଦିନେ ଗୋପାଳ ଦାସ ମଧ୍ୟ ମନେ ମନେ ନବ ଦାସଙ୍କ ଉପରେ ରାଗ ରଖି ପ୍ରତିଦିନ ନବ ଦାସଙ୍କୁ ଜୀବନରୁ ମାରିଦେବାକୁ ସୁଯୋଗ ଖୋଜୁଥିବା ବେଳେ ଶେଷରେ ନବ ଦାସଙ୍କୁ ମାରିଥିଲା ।

ଆଉ ସେହି ଗୋପାଳ ପ୍ରଥମେ ଝାରସୁଗୁଡା ଓ ପରେ ଚୌଦାର ଜେଲରେ ଥିବା ଜଣା ପଡ଼ିଛି । ଗୋପାଳ ଯେଉଁ ଭଳି ଭାବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଜୀବନ ନେଇଥିଲା ତାହା ସାରା ଓଡିଶାବାସୀଙ୍କ ପାଇଁ ବେଶ ଚିନ୍ତାର କାରଣ ସାଜିଥିଲା । ନବ ଦାସଙ୍କ ହତ୍ୟାକାରୀ ଅଭିଯୁକ୍ତ ଗୋପାଳ ବର୍ତ୍ତମାନ ଜେଲରେ ଥିବା ବେଳେ ନବ ଦାସଙ୍କ ମୃତ୍ୟୁର ଏତେ ଦିନ ପରେ ବି ଏ ପର୍ଯ୍ୟନ୍ତ ସ୍ପଷ୍ଟ ହେଲା ନାହିଁ ନବ ଦାସ କାହିଁକି ଓ କଣ ପାଇଁ ହତ୍ୟାକାଣ୍ଡ ଭିଆଇ ଥିଲେ ।

ଆଜି ମଧ୍ୟ ଗୋପାଳ ଦାସଙ୍କୁ ନେଇ ଚର୍ଚ୍ଚା ହେଉଛି ଆଉ ଗୋପାଳ କାହିଁକି ନବ ଦାସଙ୍କ ଜୀବନ ନେଲା ତାକୁ ନେଇ ମଧ୍ୟ ଏବେ ନା ନା ଆଲୋଚନା ଚାଲିଛି । ତେବେ ଏହାରି ଭିତରେ ପୁଣି କନେଷ୍ଟବଳ ସରୋଜ ଏଭଳି ସାଙ୍ଘାତିକ କଥା କହି ଚର୍ଚ୍ଚା ପରିସରକୁ ଆସିଥିବା ବେଳେ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି । ସତରେ ସେ ମଧ୍ୟ ଯଦି ଗୋପାଳ ଦାସଙ୍କ ପରି କାଣ୍ଡ ଭିଆଇ ଦିଅନ୍ତି ତାହାଲେ ପରିସ୍ଥିତି ସାଙ୍ଘାତିକ ହୋଇଯିବ ବୋଲି କୁହାଯାଉଛି ।

ତେବେ ଏହି ସରୋଜ ଦାସଙ୍କ ରାଗ କଣ ପାଇଁ ଅଛି ପୂର୍ବତନ ବିଧାୟକ ଅତନୁ ସାଏଙ୍କ ଉପରେ ତାହା କେବଳ ସେ ହିଁ ଜାଣିଥିବେ । ମାତ୍ର ବର୍ତ୍ତମାନ ସେ ଏଭଳି କଥା କହିବା ପରେ ସମସ୍ତଙ୍କ ପାଇଁ ତାହା ଚିନ୍ତାର କାରଣ ହୋଇଯାଇଛି । ତେବେ ରାଜ୍ୟ ପୋଲିସ ବିଭାଗ ସରୋଜ ଦାସଙ୍କୁ ନେଇ ସଜାଗ ଥିବା ମଧ୍ୟ କୁହାଯାଉଛି ତେବେ ଦେଖିବାକୁ ବାକି ରହିଲା ସରୋଜଙ୍କୁ ନେଇ ରାଜ୍ୟ ପୋଲିସ ବିଭଗ ଆଗୁଆ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ।

Leave a Reply

Your email address will not be published. Required fields are marked *