୩ ବର୍ଷର ଝିଅକୁ ଗଣଦୁ-ଷ୍କର୍ମ , ଯନ୍ତ୍ରଣାରେ ଛଟପଟ ହେଇ…

ଛୋଟ ପିଲାଟିଏ । ନା ସେ ଦୁନିଆଁ ବିଷୟରେ ଭଲ ଭାବରେ ଜାଣିଛି ନା ସେ ମଣିଷ ମାନଙ୍କୁ ଭଲ ଭାବରେ ଚିହ୍ନିଛି । ତଥାପି ତା ଉପରେ ଏତେ ଅତ୍ୟାଚାର ଯାହା ବିଷୟରେ କହିବା ସମ୍ଭବ ନୁହେଁ । ଦେଶ ଯେତେ ଯେତେ ଆଗକୁ ବଢ଼ି ଚାଲିଛି ଦୁ-ଷ୍କର୍ମ ଏବଂ ମହିଳା ମାନଙ୍କ ଉପରେ ଅତ୍ୟାଚାର ସେତେ ବଢ଼ି ବଢ଼ି ଚାଲିଛି । ଆଉ ଏହା ପଛରେ ମୁଖ୍ୟ କାରଣ ହେଉଛି ଦୋଷୀକୁ ଉଚିତ୍ ଦଣ୍ଡ ନ ମିଳିବା । ଆଗରୁ ବଡ ବଡ଼ ଝିଅ ମାନଙ୍କୁ ଦୁ-ଷ୍କର୍ମ ହେଉଥିବା ମାମଲା ଆପଣ ଶୁଣିଥିବେ କିନ୍ତୁ ଏବେ ଛୋଟ ପିଲା ମାନଙ୍କୁ ଦୁ-ଷ୍କର୍ମ ହେଉଥିବା ମାମଲା ସାମ୍ନାକୁ ଆସୁଅଛି ।

ତେବେ ପୁଣିଥରେ ଏପରି ଏକ ଛାତିଥରା ମାମଲା ସାମ୍ନାକୁ ଆସିଛି । ଯାହା ବିଷୟରେ ଶୁଣିବା ପରେ ଆପଣଙ୍କ ଦେହ ଶୀତେଇ ଉଠିବ । ମାତ୍ର ତିନି ବର୍ଷର କୋମଳ ଶିଶୁଟିଏ । ବାପା ମାଆ ଡାକ ମଧ୍ୟ ଭଲ ଭାବରେ କରି ପାରୁ ନାହିଁ । ଆଉ ତା ସହିତ ହୋଇଛି ଗଣ-ଦୁ-ଷ୍କର୍ମ । ଏକଥା ପୁରାପୁରି ସତ । ଘଟଣାଟି ହେଉଛି ଜଟାଧାର ମୁହାଣ ଥାନା ଅଞ୍ଚଳର । ତେବେ ସୂଚନା ଅନୁସାରେ ଗତକାଲି ରାତିରେ ଘଟି ଯାଇଛି ଏତେ ବଡ ଦୁର୍ଘଟଣା। ରାତି ୧୧ଟା ସମୟରେ ନିଜ ବାପା ମାଆଙ୍କ ସହ ଖାଇ ପିଇ ଘରେ ଶୋଇ ପଡ଼ିଥିଲା ଝିଅ ।

କିନ୍ତୁ ହଠାତ୍ ଯେତେବେଳେ ରାତି ତିନିଟା ବେଳକୁ ଝିଅର ବାପାଙ୍କର ନିଦ ଭାଙ୍ଗିଥିଲା , ସେତେବେଳେ ତାଙ୍କ ପାଖରେ ନଥିଲା ଝିଅ । ଆଉ ଯାହା ପରେ ବାପା ମାଆ ପୁରାପୁରି ବ୍ୟସ୍ତ ହୋଇ ପଡ଼ିଥିଲେ । ଆଉ ଖୋଜାଖୋଜି କରିବା ଆରମ୍ଭ କରି ଦେଇଥିଲେ । କିନ୍ତୁ ଖୋଜିବା ପରେ ମଧ୍ୟ ପାଇ ନଥିଲେ ଆଉ ଠିକ୍ ୬ଟା ବେଳକୁ ଜଣେ ବୁଢ଼ା ଲୋକ ଜଙ୍ଗଲ ମଧ୍ୟରୁ ଝିଅକୁ ପାଇଛନ୍ତି ବୋଲି କହି ଝିଅର ବାପା ମାଆକୁ ଜଣାଇ ଥିଲେ । ଏହା ପରେ ଝିଅକୁ ଯେତେବେଳେ ବାପା ମାଆ ପାଇଥିଲେ , ସେତେବେଳେ ତାର ରକ୍ତସ୍ରାବ ହେଉଥିବାର ଜାଣିବାକୁ ପାଇଥିଲେ ।

ଆଉ ସାଙ୍ଗେ ସାଙ୍ଗେ ଡାକ୍ତରଖାନା ନେଇ ଯାଇଥିଲେ । ତେବେ ଡାକ୍ତରୀ ମାଇନା ପରେ ଝିଅ ସହିତ ଗଣ-ଦୁଷ୍କର୍ମ ହୋଇଥିବା କଥା ସାମ୍ନାକୁ ଆସିଥିଲା । ତେବେ ଅନୁମାନ କରାଯାଉଛି କି , ଝିଅ ସହିତ ପାଖାପାଖି ୬ ଘଣ୍ଟା ଧରି ଦୁ-ଷ୍କର୍ମ କରାଯାଇଛି । ତେବେ ବର୍ତ୍ତମାନ ପୋଲିସ ମାମଲାର ତଦନ୍ତ କରୁଛି । ଖୁବଶୀଘ୍ର ଦୋଷୀ ମାନଙ୍କୁ ଧରିବା ପାଇଁ ଆଉ ସେମାନଙ୍କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ପୋଲିସ ଚେଷ୍ଟା ଚଳାଇଛି ।

Leave a Reply

Your email address will not be published. Required fields are marked *