ମାତ୍ର ୧୦ ଟଙ୍କା ପାଇଁ ତାଙ୍କୁ ଦିନେ ଗାଳି କରିଥିଲେ ମା’ ଆଜି ତାଙ୍କ ପାଖରେ ସବୁ ଅଛି :-

ଆଜି ସାରା ଓଡ଼ିଶା ଗର୍ବିତ ଯେ ଭାରତର ରାଷ୍ଟ୍ରପତି ହେଉଛନ୍ତି ଆମ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ । ଆଉ ରାଷ୍ଟ୍ରପତିଙ୍କର ଜୀବନୀ ପ୍ରାୟ ସବୁ ଦେଶବାସୀଙ୍କୁ ଅନୁପ୍ରାଣିତ କରିଛି । ରାଷ୍ଟ୍ରପତି ଯେତେ ବଡ଼ ପଦରେ ଥାଆନ୍ତୁ ନା କାହିଁକି ତାଙ୍କ ମନରେ ତିଳେ ହେଲେ ବି ଗର୍ବ ଅହଂକାର ନାହିଁ ।

ଆଉ ଏହାରି ମଧ୍ୟରେ ରାଷ୍ଟ୍ରପତିଙ୍କର ଜଣେ ପିଲାଦିନର ସାଙ୍ଗଙ୍କର କିଛି ଅନୁଭୂତିରୁ ରାଷ୍ଟ୍ରପତିଙ୍କ ସମ୍ବନ୍ଧରେ ଅନେକ କିଛି ଶୁଣିବାକୁ ମିଳିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ଟ୍ରାଇବଲ ପରିବାରରୁ ଆସିଛନ୍ତି । ଯେଉଁ ପରିବାର କଥା କହିଲେ ଅସହାୟ , ଦୁଃଖୀ ପରିବାର , ଖାଇବାକୁ ବି ପର୍ଯ୍ୟାପ୍ତ ଧନ ନଥିଲା ।

ଆଉ ସେତେବେଳେ ଦ୍ରୌପଦୀ ମୁର୍ମୁ ଏକ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ । ସାଙ୍ଗ ଥିଲେ ଚୁନି , ଯିଏକି ତାଙ୍କର ଖୁବ ପ୍ରିୟ । ଆଉ ବର୍ତ୍ତମାନ ରାଷ୍ଟ୍ରପତି ହେବା ପରେ ବି ସେ ଚୁନି କିମ୍ବା ତାଙ୍କର କୌଣସି ସାଙ୍ଗଙ୍କୁ ଭୁଲି ନାହାଁନ୍ତି । ଚୁନି କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯେତେବେଳେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ ସେତେବେଳେ ସେ ନିଜ ସାଙ୍ଗ ମାନଙ୍କୁ ଦେଖା କରି ଅନେକ ଉପହାର ଦେଇଥିଲେ ।

ଆଉ ଉପହାରରେ ଦେଇଥିବା ଶାଢ଼ୀକୁ ପିନ୍ଧି ସେ ଖୁବ ଗର୍ବିତ ଅନୁଭବ କରନ୍ତି । ସେ ଏଥିପାଇଁ ମଧ୍ୟ ଗର୍ବିତ ଅନୁଭବ କରନ୍ତି ଯେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏତେ ବଡ଼ ପଦରେ ଥାଇବି ସୁଦ୍ଧା ତାଙ୍କ ମନରେ ତିଳେ ହେଲେବି ଗର୍ବ ଅହଂକାର ନାହିଁ ।

ଚୁନିଙ୍କୁ ଯେତେବେଳେ ରାଷ୍ଟ୍ରପତିଙ୍କ ପିଲାଦିନର କୌଣସି ଖାସ ଅନୁଭୂତି ବିଷୟରେ ସେୟାର କରିବାକୁ କୁହାଯାଇଛି ସେତେବେଳେ ଚୁନି କହିଛନ୍ତି ଯେ , ହଷ୍ଟେଲରେ ଥିବାବେଳେ ଯେତେବେଳେ ଦ୍ରୌପଦୀ ମୁର୍ମୁ ଥରେ ନିଜ ବାପାଙ୍କ ପାଖକୁ ୧୦ ଟଙ୍କା ପଠାଇବାକୁ ଚିଠି ଲେଖିଥିଲେ ସେତେବେଳେ ତାଙ୍କ ମା’ ତାଙ୍କୁ ଖୁବ ଗାଳି ଦେଇଥିଲେ । କହିଥିଲେ ଯେ ତାଙ୍କ ବାପାଙ୍କ ଅବସ୍ଥା ଭଲ ନାହିଁ ଏବଂ ଅବସ୍ଥା ସୁଧୁରିଲେ ଯାଇ ସେ ଟଙ୍କା ପଠାଇବେ । ଯେତେବେଳେ ଚୁନିଙ୍କୁ ରାଷ୍ଟ୍ରପତିଙ୍କ ପ୍ରିୟ ଖାଦ୍ୟ ବିଷୟରେ ପଚରା ଯାଇଛି ସେତେବେଳେ ସେ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ପୂର୍ଣ୍ଣ ନିରାମିଶାସି ଅଟନ୍ତି ।

ଏମିତିକି ତାଙ୍କ ରୋଷେଇ ଘରକୁ ପିଆଜ ଏବଂ ରସୁଣ ମଧ୍ୟ ଯାଏନାହିଁ । ଆଉ ଦ୍ରୌପଦୀ ମୁର୍ମୁ ଛତୁ ତରକାରୀ ଖାଇବାକୁ ଅଧିକ ଭଲ ପାଆନ୍ତି । ତେଣୁ ଚୁନି କହିଛନ୍ତି ଯେ ଯଦି ତାଙ୍କୁ କେବେ ପୁଣିଥରେ ସୁଯୋଗ ମିଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଖା କରିବାକୁ କିମ୍ବା ଦ୍ରୌପଦୀ ମୁର୍ମୁ ତାଙ୍କ ଘରକୁ ଭବିଷ୍ୟତରେ କେବେ ଆସନ୍ତି ତେବେ ସେ ନିଶ୍ଚୟ ଛତୁ ତରକାରୀ କରି ଖାଇବାକୁ ଦେବେ । ଆଉ ଚୁନିଙ୍କ ଠାରେ ନିଜ ସାଙ୍ଗ ଅର୍ଥାତ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଥିବା ଭଲ ପାଇବା ଏବଂ ସମ୍ମାନରୁ ଆପଣ ଏହା ନିଶ୍ଚୟ ଜାଣି ପାରୁଥିବେ ଯେ ତାଙ୍କ ବ୍ୟକ୍ତିତ୍ୱ କିଭଳି ଏବଂ ସେ କାହିଁକି ସାରା ବିଶ୍ୱର ଲୋକଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

Leave a Reply

Your email address will not be published. Required fields are marked *