ପେଟ୍ରୋଲ ପମ୍ପ ଖୋଲିବାର ସୁଯୋଗ ଦେଉଛନ୍ତି ମୁକେଶ ଅମ୍ବାନୀ, ଜାଣନ୍ତୁ କିପରି କରିବେ ଆବେଦନ….

ନୂଆଦିଲ୍ଲୀ:- ଦେଶର ବଡ଼ ବିଜିନେସ ମ୍ୟାନ୍ ଲିଷ୍ଟରେ ଆସିବା ଏବଂ ଜିଓ କମ୍ପାନୀ ଆରମ୍ଭ କରିଥିବା ମୁକେଶ ଅମ୍ବାନୀଙ୍କ ବିଷୟରେ କିଏ ଅବା ନ ଜାଣିଛି। ଜିଓ ସିମ୍ କମ୍ପାନୀ ଲଞ୍ଚ କରି ନିଜ ବିଜିନେସକୁ ଆଗକୁ ନେଇଥିଲେ। ତେବେ ତାଙ୍କର ନାମ ଧନୀକ ଗୋଷ୍ଠୀରେ ସୁମାର ଅଛି। ବର୍ତ୍ତମାନ ସେ ଲୋକମାନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ଦେବାକୁ ଯାଉଛନ୍ତି। ଯେଉଁଥିରେ ଆପଣ ପେଟ୍ରୋଲ ପମ୍ପ ଖୋଲି କରି ବିଡା ବିଡା ଟଙ୍କା ରୋଜଗାର କରି ପାରିବେ। ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଟେ। ଆପଣ ପେଟ୍ରୋଲ ପମ୍ପର ଡିଲର ହୋଇ ଅତି ସହଜରେ ମୋଟା ଟଙ୍କା ରୋଜଗାର କରି ପାରିବେ।

ଆସନ୍ତୁ ଜାଣିବା ଗ୍ରାହକଙ୍କୁ କେଉଁ ପ୍ରକାର ସୁବିଧା ମିଳିବ

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ JIO-BP ପ୍ରଥମେ ମୋବିଲିଟି ୨୦୨୧ ମସିହା ଅକ୍ଟୋବର ମାସରେ ଆରମ୍ଭ କରିଥିଲା। ତେବେ ଏଠାରେ ଗ୍ରାହକ ମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ଓ ସହଯୋଗ ଉପଲବ୍ଧ ରହିଥିବାର ଦେଖିବାକୁ ମିଳିଥିଲା। ତେବେ ସେଠାରେ ଗ୍ରାହକ ମାନଙ୍କ ପାଇଁ ସ୍ୱତନ୍ତ୍ର ସରଞ୍ଜାମ ସହ fuel, EV charging, Battery swap ସମେତ ଅନେକ ପ୍ରକାର ସୁବିଧା ଉପଲବ୍ଧ ରହିଛି।

ଜାଣନ୍ତୁ ପେଟ୍ରୋଲ ପମ୍ପ ଖୋଲିବା ପାଇଁ କେତେ ନିବେଶ କରିବାକୁ ପଡିଥାଏ

ତେବେ ଅନେକ ଲୋକଙ୍କ ମନରେ ଇଚ୍ଛା ରହିଥାଏ କି ନିଜର ଏକ ପେଟ୍ରୋଲ ପମ୍ପ ଖୋଲିବା ପାଇଁ। କିନ୍ତୁ ବହୁତ କମ୍ ଲୋକେ ଜାଣିଥିବେ ଏଥିପାଇଁ କେତେ ଅର୍ଥ ଓ ଅନ୍ୟାନ୍ୟ ଜିନିଷର ଆବଶ୍ୟକତା ମଧ୍ୟ ରହିଥାଏ। ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ।

ନିଜର ପେଟ୍ରୋଲ ପମ୍ପ ଖୋଲିବା ପାଇଁ ହେଲେ ଆପଣଙ୍କ ସହରରେ ନିଜର ଜାଗା ରହିଥିବା ଆବଶ୍ୟକ। ତେବେ ଅତି କମ୍ ରେ ୧୨୦୦ ବର୍ଗ ମିଟର ଜାଗା ଆବଶ୍ୟକତା ରହିଛି। ଯଦି ଆପଣ National/ State Highway ଉପରେ ଖୋଲିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ୩୦୦୦ ବର୍ଗ ମିଟର ଜାଗା ଆବଶ୍ୟକତା ରହିଛି। ସେହିଭଳି ଅନ୍ୟ ରୋଡ଼ ସାଇଡ଼ରେ ଖୋଲିବା ପାଇଁ ହେଲେ ୨୦୦୦ ବର୍ଗ ମିଟର ଜାଗା ଆବଶ୍ୟକତା କରିଥାଏ।

ତେବେ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ହେଲେ ଆପଣଙ୍କୁ ୨ କୋଟି ଟଙ୍କା ପ୍ରଥମେ ନିବେଶ କରିବାକୁ ହେବ ଏବଂ ଏଥିସହିତ ଅଧିକ ଦିନ ପର୍ଯ୍ୟନ୍ତ ଭୂମିକୁ ଲିଜିରେ ନେବାକୁ ପଡିବ। ଯଦି ଆପଣ ଲୋକେଶନ ବିଷୟରେ ଭାବୁଛନ୍ତି ତେବେ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଦିଲ୍ଲୀରେ ହିଁ ଅନୁମତି ଦିଆଯାଇଛି।

ତେବେ ଦିଲ୍ଲୀର ଭଲସ୍ୱା ଜାହାଙ୍ଗିର ପୁର, କରୱାଲ୍ ନଗର, କରାରୀ ସୁଲମେନ ନଗର, ନୂଆ ଦିଲ୍ଲୀ ସୁଲତାନ ନଗରରେ ଖୋଲିବା ପାଇଁ ବର୍ତ୍ତମାନ ସୁଦ୍ଧା ଅନୁମତି ରହିଛି। ତେବେ ଏହି ପେଟ୍ରୋଲ ପମ୍ପ ସାରା ଭାରତ ବର୍ଷରେ ଧୀରେ ଧୀରେ ଖୋଲା ହେବ ବୋଲି ଯୋଜନା ମଧ୍ୟ ରହିଛି।

Leave a Reply

Your email address will not be published. Required fields are marked *