ନିଜ ସ୍ତ୍ରୀ କୁ ସବୁବେଳେ ରାଣୀ ଭଳି ରଖିଥାନ୍ତି ଏହି ରାଶିର ପୁଅ ମାନେ , ହୋଇଥାନ୍ତି ସବୁ ଠାରୁ ବେଷ୍ଟ ସ୍ୱାମୀ :-

ଯଦି ଦାମ୍ପତ୍ୟ ଜୀବନରେ ସ୍ୱାମୀ ଭଲ ଥାଏ ତେବେ ସ୍ତ୍ରୀର ଜୀବନ ସ୍ୱର୍ଗ ପାଲଟି ଯାଏ । କିନ୍ତୁ ପ୍ରଶ୍ନ ଏହା ଯେ ଆମକୁ ଏହା କେମିତି ଜଣା ପଡ଼ିବ ଯେ କେଉଁ ପୁଅ ଭଲ ସ୍ୱାମୀ ହେବା ପାଇଁ ଉପଯୁକ୍ତ । ଏହାର ଉତ୍ତର ଆମ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିର ରାଶି ଆଧାରରେ ତାଙ୍କର ସ୍ୱଭାବ ବିଷୟରେ ମଧ୍ୟ ଜାଣିହୁଏ । ତେଣୁ ଆଜିକାର ଲେଖାରେ ଆମେ ସେହି ସବୁ ରାଶିର ପୁଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନକ ରାଶି ଅନୁଯାୟୀ ସେମାନେ ଉପଯୁକ୍ତ ସ୍ୱାମୀ ହୋଇଥାନ୍ତି ।

ବୃଷ ରାଶି :-

ଏହି ରାଶିର ପାର୍ଟନର ନିଜ ସ୍ତ୍ରୀ ପ୍ରତି ଖୁବ ଯତ୍ନଶୀଳ ହୋଇଥାନ୍ତି । ସେମାନେ ନିଜ ସ୍ତ୍ରୀର ଅତି ଛୋଟ ବଡ଼ ଆବଶ୍ୟକତାକୁ ସବୁବେଳେ ଧ୍ୟାନ ଦେଇଥାନ୍ତି । ନିଜ ସ୍ତ୍ରୀ ର ଆଖିରେ କେବେ ଅଶ୍ରୁ ଆସିବାକୁ ଦିଅନ୍ତି ନାହିଁ । ସବୁବେଳେ ସ୍ତ୍ରୀ କୁ ରାଣୀ ଭଳି ରଖିଥାନ୍ତି ଏବଂ ଏମାନେ କେବେବି ନିଜ ସ୍ତ୍ରୀ କୁ ଧୋକା ଦିଅନ୍ତି ନାହିଁ ।

ନିଜ ସ୍ତ୍ରୀ ପ୍ରତି ଏମାନେ ସବୁବେଳେ ବିଶ୍ୱାସ ଯୋଗ୍ୟ ରହନ୍ତି । ଯଦି କୌଣସି ସମୟରେ ସେମାନେ ପରିବାରରେ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତି ତେବେ ସେତେବେଳେ ସ୍ତ୍ରୀର ମତ ମଧ୍ୟ ପଚାରିଥାନ୍ତି ।

କର୍କଟ ରାଶି :-

ଏହି ରାଶିର ବ୍ୟକ୍ତି ମାନଙ୍କ ତାଙ୍କ ସ୍ତ୍ରୀ ଜୀବନ ସଦୃଶ୍ୟ ହୋଇଥାନ୍ତି । ନିଜ ସ୍ତ୍ରୀ କୁ ଏମାନେ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଆନ୍ତି । ନିଜ ସ୍ତ୍ରୀ ର ଖୁସି ପାଇଁ କିଛିବି କରିବାକୁ ପ୍ରସ୍ତୁତ ରହନ୍ତି । ଏମାନେ ସ୍ୱଭାବରେ ଖୁବ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି । ସେମାନଙ୍କୁ ନିଜ ସ୍ତ୍ରୀ ସହିତ ସବୁବେଳେ ବୁଲାବୁଲି କରିବା ପସନ୍ଦ ଥାଏ । ଏମାନେ ନିଜ ସ୍ତ୍ରୀ କୁ ହିଁ ସବୁବେଳେ ଅଧିକ ସମୟ ଦେଇଥାନ୍ତି ।

ସ୍ତ୍ରୀ ର ସବୁ ଖୁସି ପ୍ରତି ଧ୍ୟାନ ଦିଅନ୍ତି । ଏମିତିକି କୌଣସି କଥାରେ ନା କହିବା ତାଙ୍କ ପକ୍ଷରେ ସମ୍ଭବ ହୁଏ ନାହିଁ । ଏମାନେ ନିଜ ସ୍ତ୍ରୀର ସବୁ ସୁଖ ଦୁଃଖର ତାଙ୍କ ସାଥିରେ ରହିଥାନ୍ତି । ସ୍ୱାମୀ ଧର୍ମ ତୁଲାଇବା ସହିତ ସମୟ ପଡ଼ିଲେ ପିତା ହୋଇ ମଧ୍ୟ ତାଙ୍କର ଯତ୍ନ ନିଅନ୍ତି । ତାଙ୍କ ସହିତ ତାଙ୍କ ସ୍ତ୍ରୀ ବାସ୍ତବରେ ହିଁ ବେଶ ଖୁସିରେ ରହନ୍ତି ।

ଧନୁ ରାଶି :-

ଏହି ରାଶିର ପୁଅ ମାନଙ୍କ ମଧ୍ୟରେ ବି ଭଲ ସ୍ୱାମୀ ହେବାର ସମସ୍ତ ଗୁଣ ଅବିହିତ ଥାଏ । ନିଜ ସ୍ଵଭାବ ଦ୍ୱାରା ଏମାନେ ନିଃ ସ୍ତ୍ରୀ ର ହୃଦୟ ଜିତି ନିଅନ୍ତି । ଏମାନେ ସବୁବେଳେ ନିଜ ସ୍ତ୍ରୀର ସମ୍ମାନ କରନ୍ତି । ନିଜ ସ୍ତ୍ରୀ କୁ ନାନା ପ୍ରତିବନ୍ଧକରେ ରଖିବା ଏମାନଙ୍କୁ ଆଦୌ ପସନ୍ଦ ନଥାଏ । ଏମାନଙ୍କୁ ନିଜ ସ୍ତ୍ରୀ କୁ ସରପ୍ରାଇଜ ଦେବା ଅଧିକ ପସନ୍ଦ ଥାଏ । ଯଦି କେହି ତାଙ୍କ ସ୍ତ୍ରୀ ର ଅପମାନ କରେ ତେବେ ସେମାନେ ସହ୍ୟ କରି ପାରନ୍ତି ନାହିଁ ।

ମୀନ ରାଶି :-

ଏହି ରାଶିର ବ୍ୟକ୍ତି ବିଶେଷ ନିଜ ସ୍ତ୍ରୀ କୁ ସବୁବେଳେ ଖୁସିରେ ରଖନ୍ତି । ଯେତେବେଳେ ନିଜ ସ୍ତ୍ରୀ ଜୀବନରେ କୌଣସି ଦୁଃଖ ସମସ୍ୟା ଆସେ ଏମାନେ ସବୁବେଳେ ତାହାର ସମାଧାନ କରିବାକୁ ଚେଷ୍ଟା କରନ୍ତି । ରୋମାନ୍ସରେ ଏମାନେ ଖୁବ ମାହିର ହୋଇଥାନ୍ତି । ନିଜର ଆକର୍ଷକ ବ୍ୟକ୍ତିତ୍ୱ ଦ୍ୱାରା ଏମାନେ କୌଣସି ବ୍ୟକ୍ତିର ହୃଦୟ ଜିଣି ଯାଆନ୍ତି । ଏମାନଙ୍କ ମଧ୍ୟରେ ଖାସ ଏହା ଯେ ଏମାନେ କେବଳ ଭଲ ସ୍ୱାମୀ ଧର୍ମ ନୁହେଁ ବରଂ ସମୟ ପଡ଼ିଲେ ପିତା ବି ହୋଇ ଯାଆନ୍ତି । ସ୍ତ୍ରୀ ଏବଂ ସନ୍ତାନ ସମସ୍ତଙ୍କର ଭଲ ଭାବରେ ଯତ୍ନ ନିଅନ୍ତି

Leave a Reply

Your email address will not be published. Required fields are marked *