ନିଦରେ ସ୍ୱାମୀଙ୍କ ବେଷ୍ଟଫ୍ରେଣ୍ଡ୍ ଙ୍କ ନାଁ ନେଉଥିଲା ସ୍ତ୍ରୀ, ଶୁଣିଦେଲେ ସ୍ୱାମୀ ଆଉ ତାପରେ….

ପତି-ପତ୍ନୀଙ୍କ ସମ୍ପର୍କ ଅତ୍ୟନ୍ତ ସୂକ୍ଷ୍ମ ଏବଂ ଛୋଟ ଛୋଟ ଭୁଲ ପାଇଁ ଏହା ସହଜରେ ଭାଙ୍ଗିଯାଇପାରେ । ଯେ କୌଣସି ସଂପର୍କରେ ହେଉ ନ କାହିଁକି ଦୁଇ ଜଣଙ୍କ ପାଇଁ ପରସ୍ପର ପ୍ରତି ସମାନ ଭାବନା ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଅନେକ ଥର ଏପରି ହୁଏ ନାହିଁ ଯେଉଁ କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି ହୁଏ । ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଖବର ଶୁଣିବାକୁ ମିଳିଥାଏ । ଯେଉଁଥିରେ ସ୍ୱାମୀ କିମ୍ବା ସ୍ତ୍ରୀ ମଧ୍ୟରୁ ଜଣେ ଅନ୍ୟ ଜଣଙ୍କୁ ଧୋକା ଦେଇଥାନ୍ତି ।

ଏହିପରି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀ ସେ ଶୁଣିଛନ୍ତି ଯେ ତାଙ୍କ ପତ୍ନୀ ନିଦରେ କହିଛନ୍ତି ସେ ତାଙ୍କର ବେଷ୍ଟଫ୍ରେଣ୍ଡ ଙ୍କୁ ଭଲ ପାଇବାକୁ ଚାହୁଁଛନ୍ତି । ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ ସମସ୍ତେ ତାଙ୍କ ପତ୍ନୀଙ୍କୁ ବହୁତ ପସନ୍ଦ କରନ୍ତି ଏବଂ ସେ ଏତେ ବ୍ୟସ୍ତ ରହୁଛନ୍ତି ଯେ ତାଙ୍କ ପାଖରେ ମୋ ପାଇଁ ସମୟ ନାହିଁ ।

ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ ସେ କେବେ ବି ସ୍ୱପ୍ନ ଭାବି ନଥିଲେ ଯେ ତାଙ୍କ ସ୍ତ୍ରୀ ତାଙ୍କୁ ଧୋକା ଦେଉଛନ୍ତି । ମୋତେ ଲାଗୁଥିଲା ଯେ ମୁଁ ତାଙ୍କୁ ଠିକ୍ ସେ ବୁଝି ପାରିଛି । ମୁଁ ଏକ ଏପରି ଝିଅକୁ ବିବାହ କରିଛି ଯିଏ ମୋ ପ୍ରତି ବିଶ୍ୱସ୍ତ, ଆନନ୍ଦଦାୟକ ଏବଂ ଅତ୍ୟନ୍ତ ସଚ୍ଚୋଟ । ତାଙ୍କ ଭିତରେ ଆଦୌ ଛଳନା ନାହିଁ, ସେ ସମ୍ପୂର୍ଣ୍ଣ ସ୍ଵାଭାବିକ । ସମସ୍ତେ ତାଙ୍କୁ ଭଲ ପାଆନ୍ତି । ତାଙ୍କ ସୌନ୍ଦର୍ଯ୍ୟ ଏବଂ ବ୍ୟକ୍ତିତ୍ୱ ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରନ୍ତି । କିନ୍ତୁ ମୁଁ ଭାବୁଛି ତାଙ୍କର ସମସ୍ତଙ୍କ ସହିତ ମିଶିକି ରହିବା ମୋତେ ଅସୁବିଧାରେ ପକାଉଛି । ଯେତେବେଳେ ମୋ ପତ୍ନୀ ଅନ୍ୟମାନଙ୍କ ଯତ୍ନ ନେବାରେ ବ୍ୟସ୍ତ ରୁହନ୍ତି ସେତେବେଳେ ମୋତେ ବହୁତ୍ ରାଗ ଲାଗିଥାଏ । ସେ ସବୁବେଳେ ଏତେ ବ୍ୟସ୍ତ ରୁହନ୍ତି ଯେ ତାଙ୍କ ପାଖରେ ମୋ ପାଇଁ ସମୟ ନଥାଏ କିନ୍ତୁ ଯେତେବେଳେ ଆମେ ଦୁହେଁ ପରସ୍ପର ସହିତ କିଛି ମୁହୂର୍ତ୍ତ ବିତାଇଥାଉ ସେତେବେଳେ ତାଙ୍କର ଧ୍ୟାନ ଅନ୍ୟ କୋଉଠି ଥାଏ । କିନ୍ତୁ ମୋର କୌଣସି ଧାରଣା ନଥିଲା ଯେ ସେ କାହାକୁ ପସନ୍ଦ କରନ୍ତି ।

ମୁଁ ଏହି ବିଷୟରେ ଜାଣି ନ ଥିଲି ଯେ ମୋ ପତ୍ନୀ ଏବଂ ମୋର ବେଷ୍ଟଫ୍ରେଣ୍ଡ୍ ଙ୍କ ମଧ୍ୟରେ କିଛି ଚାଲିଛି । ଦିନେ ଆମେ ଦୁହେଁ ବହୁତ କ୍ଳାନ୍ତ ହୋଇଯାଇଥଲୁ ତେଣୁ ଘରକୁ ଆସିବା ମାତ୍ରେ ଆମେ ଶୀଘ୍ର ଶୋଇପଡ଼ିଲୁ । ମୋ ପତ୍ନୀ ଶୀଘ୍ର ଶୋଇପଡିଥିଲେ କିନ୍ତୁ ମୁଁ ଶୋଇ ନଥିଲି କାରଣ ମୋ ମନରେ ପ୍ରୋଜେକ୍ଟ ବିଷୟରେ ବହୁତ କିଛି ଚାଲିଥିଲା ​​। ହଠାତ୍ ମୋ ପତ୍ନୀ ନିଦରେ କିଛି କହିବାକୁ ଲାଗିଲେ । ସେ ନିଦରେ କଥାବାର୍ତ୍ତା କଲାବେଳେ ବହୁତ୍ ସୁନ୍ଦର ଦେଖାଯାଉଥିଲେ, ତେଣୁ ମୁଁ ତାଙ୍କୁ ଧ୍ୟାନର ସହ ଦେଖୁଥିଲି । ହଠାତ୍ ସେ ନିଦରେ ମୋ ବେଷ୍ଟଫ୍ରେଣ୍ଡ୍ ଅମାନ୍ ଙ୍କ ନାମ ନେଇ ଜୋରରେ ଚିତ୍କାର କଲେ । ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି । ଅମାନ ମୋର ସବୁଠାରୁ ଭଲ ସାଙ୍ଗ ଏବଂ କଲେଜ ଦିନରୁ ଆମେ ଭଲ ବନ୍ଧୁ ହୋଇ ଆସିଛୁ । ସେ ମୋର ସବୁଠୁ ଭଲ ସାଙ୍ଗ ସହିତ ଶାରୀରିକ ସମ୍ପର୍କ ରଖିବାକୁ ସ୍ୱପ୍ନ ଦେଖୁଥିଲେ । ଏହା ଶୁଣି ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି । ମୋତେ ବିଶ୍ୱାସ ହେଉନାହିଁ ଯେ ସେ ଏମିତି କେମିତି କରିପାରିଲେ ।

କିଛି ସମୟ ପରେ ସେ ଚୁପ୍ ହୋଇ ପୁଣି ଗଭୀର ନିଦ୍ରାରେ ଶୋଇପଡ଼ିଲେ କିନ୍ତୁ ଏସବୁ ଶୁଣିବା ପରେ ମୁଁ ଶୋଇ ପାରିଲି ନାହିଁ । ମୁଁ ମୋ ପତ୍ନୀ ଏବଂ ସାଙ୍ଗ ବିଷୟରେ ସତ୍ୟ ଜାଣିବାକୁ ସ୍ଥିର କଲି । ଯେତେବେଳେ ମୋ ସ୍ତ୍ରୀ କାମରେ ବ୍ୟସ୍ତ ଥିଲେ ସେତେବେଳ ମୁଁ ମୋର ସାଙ୍ଗକୁ ଫୋନ୍ କରିଥିଲି ଏବଂ ସେଦିନ ସେ ମଧ୍ୟ ବ୍ୟସ୍ତ ଥିଲା ଏହା ଶୁଣି ମୋର ସନ୍ଦେହ ଆହୁରି ବଢ଼ିବାକୁ ଲାଗିଲା । ଏଥିପାଇଁ ଗୋଟେ ଦିନ ମୁଁ ମୋ ପତ୍ନୀଙ୍କୁ ଅନୁସରଣ କଲି ଏବଂ ଦେଖିଲି ସେ ଅମାନ୍ ଙ୍କୁ ଭେଟିଲେ ଏବଂ ତା’ପରେ ଦୁହେଁ ଏକାଠି ଚାଲିଗଲେ ।

ଏହା ପରେ ଅନେକ ଥର ଏହା ଘଟିଥିଲା ​​। କିନ୍ତୁ ମୁଁ କେବେ ମୋ ପତ୍ନୀଙ୍କୁ କିଛି କହି ନାହିଁ କିମ୍ବା ତାଙ୍କୁ ଆଜି ପର୍ଯ୍ୟନ୍ତ ସତ ଜଣାଇ ନାହିଁ । ମୋତେ ଭୟ ଥିଲା ଯେ ଯଦି ମୁଁ ଏହା କରେ ତେବେ ସେ ମୋତେ ସତ କହିବେ ଏବଂ ଅନ୍ୟ କାହା ପାଇଁ ମୋତେ ଛାଡିଦେବେ । ମୁଁ ତାଙ୍କୁ ହରାଇବାକୁ ଚାହେଁ ନାହିଁ କି ଅନ୍ୟ କୌଣସି ପୁରୁଷଙ୍କ ସହ ଦେଖିବାକୁ ମଧ୍ୟ ଚାହେଁ ନାହିଁ । ମୋର ବେଷ୍ଟଫ୍ରେଣ୍ଡ୍ କଥା ଛାଡ ଏହି ମିଥ୍ୟବାଦି ସହିତ ବଞ୍ଚିବା ଅସହ୍ୟ ହୋଇପଡୁଛି ।

Leave a Reply

Your email address will not be published. Required fields are marked *