ଦେଖନ୍ତୁ ଭିଡ଼ିଓ:- ବିମାନ ଅବତରଣ ସମୟରେ ଦୁର୍ଘ-ଟଣାର ଶିକାର ହେଲା ବିମାନ, ଅଳ୍ପକେ ବର୍ତ୍ତିଗଲେ ପାଇଲଟ ଏବଂ ଅନ୍ୟ କର୍ମଚାରୀ।

ସୋସିଆଲ ମିଡ଼ିଆରେ ଅନେକ ସମୟରେ କିଛି ନା କିଛି ଫଟୋ ଭିଡ଼ିଓ ଆଦି ଭାଇରାଲ ହୋଇଥାଏ। ତେବେ କିଛି ଏପରି ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକୁ ଦେଖିବା ପରେ ହସକୁ ରୋକି ହୁଏ ନାହିଁ। ସେହିଭଳି ଆଉ କିଛି ଫଟୋ ଓ ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ଆଶ୍ଚର୍ଯ୍ୟ କରି ଦେଲା ଭଳି ଭିଡ଼ିଓ ଭାଇରାଲ ହେଉଛି। ତେବେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ଏକ ବିମାନ ଦୁର୍ଘଟଣା ଘଟିବାର ଦେଖିବାକୁ ପାଇବେ। ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଗଲେ ପାଇଲଟ ଏବଂ ଅନ୍ୟ କର୍ମଚାରୀ।

ତେବେ ଆପଣ ମାନେ ଜାଣିଛନ୍ତି ଯେ ଆଧୁନିକ ଯୁଗରେ ଆଧୁନିକ ସରଞ୍ଜାମ ଏବଂ ଆଧୁନିକ ଉପକରଣର ବ୍ୟବହାର ବହୁଳ ମାତ୍ରାରେ ହେଉଛି। ବର୍ତ୍ତମାନ ସମୟରେ ଗମନାଗମନ ଅତି ସହଜ ହୋଇଯିବାରୁ ବର୍ତ୍ତମାନ ପୃଥିବୀ ଛୋଟ ଜଣା ପଡୁଛି। କାରଣ ବିମାନ ସାହାଯ୍ୟରେ ଆପଣ ଯେ କୌଣସି ସ୍ଥାନକୁ ଅତି ସହଜରେ ଯାତ୍ରା କରି ପାରିବେ। ତେବେ ବିମାନରେ ଯାତ୍ରା କରିବା ସର୍ବଦା ସୁରକ୍ଷିତ ହୋଇ ନଥାଏ। କେତେବେଳେ ଦୁର୍ଘଟଣା ଘଟିବ ତାହା କହି ହେବ ନାହିଁ।

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ମଧ୍ୟ ବିମାନ ଦୁର୍ଘଟଣା ସହ ଜଡିତ ଏକ ଭିଡ଼ିଓ ଭାଇରାଲ ହେଉଛି। ତେବେ ଭାଇରାଲ ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଏକ ନୀଳ ରଙ୍ଗର ବିମାନଟି ରନୱେ ଉପରେ ଅବତରଣ କରୁଛି। ତେବେ ବିମନର ଗତି ମଧ୍ୟ ବହୁତ କ୍ଷିପ୍ର ରହିଛି। ତେବେ ବିମାନଟି ରନୱେ ଉପରେ ଗଡୁଥିବା ସମୟରେ ହଠାତ ନିୟନ୍ତ୍ରଣ ହରାଇ ବସିଲା ଏବଂ ବିମାନଟି ରନୱେ ସାଇଡ଼ରେ ଥିବା ମାଟି ରାସ୍ତା ଉପରକୁ ଚାଲି ଆସିଲା। ଏହାପରେ ଯାଇ ଏକ ସ୍ଥାନରେ ଧକ୍କା ହୋଇଗଲା।

ତେବେ ବିମାନଟି ରହିଯିବ ପରେ ପଛପଟୁ କିଛି ବ୍ୟକ୍ତି ଓହ୍ଲେଇ ପଡିଲେ ଏବଂ ଦୌଡ଼ିକି ଯାଇ ପାଇଲଟ ଗେଟ ଖୋଲିବାକୁ ଲାଗିଲେ। ତେବେ ସୌଭାଗ୍ୟ ବସତ ଏକ ବଡ଼ ଅଘଟଣ ଘଟିବାରୁ ରକ୍ଷା ମିଳିଯାଇଥିଲା। ଏହି ଦୁର୍ଘଟଣା କାହାର କୌଣସି କ୍ଷତି ଘଟି ନଥିବା ଜଣା ପଡ଼ିଛି। ତେବେ ବିମାନ ଦୁର୍ଘଟଣା ଟି କାନପୁର ଠାରେ ଘଟିଥିବା ଜଣା ପଡ଼ିଛି। କିନ୍ତୁ କେଉଁ ବିମାନ ବନ୍ଦରରେ ଘଟିଛି ସେ ନେଇ କୌଣସି ତଥ୍ୟ ମିଳିନାହିଁ। ଏଥିସହିତ କେବେ ଏହି ଦୁର୍ଘଟଣା ଘଟିଛି ସେ କୌଣସି ସୂଚନା ମଧ୍ୟ ମିଳିନାହିଁ।

ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ପଡିଛନ୍ତି। କେବଳ ସେତିକି ନୁହେଁ ଭାଇରାଲ ଭିଡ଼ିଓରେ ଲୋକମାନେ ନିଜ ନିଜର ମତ ମଧ୍ୟ ରଖିଛନ୍ତି। ତେବେ ବିମାନ ଦୁର୍ଘଟଣା ଘଟିବା ପଛରେ କାରଣ କଣ ରହିଛି ସେ ନେଇ ବିମନ କତ୍ତୃପକ୍ଷଙ୍କୁ ଯାଞ୍ଚ କରିବା ପାଇଁ ମଧ୍ୟ ୟୁଜର ମାନେ ଅନୁରୋଧ କରିବାର ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *