ଗାଈକୁ ରୁଟି କାହିଁକି ଖାଇବାକୁ ଦିଅନ୍ତୁ , ଜାଣନ୍ତୁ ଏହାର କାରଣ , ଆପଣ ବି ହୋଇପାରିବେ କୋଟିପତି

ହିନ୍ଦୁ ଧର୍ମରେ ଗାଈକୁ ମାତା ଭାବରେ ବିବେଚନା କରାଯାଏ । ତେଣୁ ଗାଈକୁ ପୂଜା ମଧ୍ୟ କରାଯାଏ । କୁହାଯାଏ ଯିଏ ବିନା କିଛି ଲୋଭରେ ଗାଈର ସେବା କରିଥାନ୍ତି , ସେ କୋଟିପତି ମଧ୍ୟ ହୋଇ ଯାଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ , ଗାଈକୁ ରୁଟି ଖାଇବାକୁ ଦେବା ଦ୍ଵାରା କଣ କଣ ଲାଭ ହୋଇଥାଏ । ତେବେ ଜାଣି ରଖନ୍ତୁ କି , ଗୁରୁବାର ଦିନ ଗାଈକୁ ରୁଟି ଖାଇବାକୁ ଦେବା ଉଚିତ୍ ।

ଗାଈକୁ ରୁଟି ଖାଇବାକୁ ଦେବା ସମୟରେ ସେଥିରେ ଟିକିଏ ହଳଦୀ ମିଶାଇ ଦିଅନ୍ତୁ , ଲାଭ ମିଳିବ । ମାନସିକ ଚିନ୍ତାରେ ମଧ୍ୟ ପୀଡିତ ଥିଲେ , ଗାଈକୁ ରୁଟି ଖାଇବାକୁ ଦେବେ । ତେବେ ଆସନ୍ତୁ ଜାଣିବା ଗାଈକୁ ବାସି ରୁଟି ଖାଇବାକୁ କାହିଁକି ଦେବା ଉଚିତ୍ ନୁହେଁ । ଏହାଦ୍ବାରା ଗାଈର ଅପମାନ ହୋଇଥାଏ । ଅନ୍ୟ ପକ୍ଷରେ ଗାଈକୁ ବଳକା ରହି ଯାଇଥିବା ଖାଦ୍ୟ କେବେ ମଧ୍ୟ ଦେବା ଉଚିତ୍ ନୁହେଁ । ଏହାବ୍ୟତୀତ ଗାଈକୁ କ୍ଷୀର କେବେ ଦେବା ଉଚିତ୍ ନୁହେଁ ।

ଯଦି ପଚି ଯାଇଥିବା ଘାସ ଖାଇବାକୁ ଦେଉଛନ୍ତି , ତେବେ ଏଥିରେ ଅନ୍ୟ କିଛି ଜିନିଷ ମିଶାଇ ଦିଅନ୍ତୁ । ତେବେ ଆପଣ ଜାଣିଛନ୍ତି କି , ଗାଈକୁ ରୁଟି ଖାଇବାକୁ ଦେବା ଦ୍ଵାରା ଘରେ ମାଆ ଲକ୍ଷ୍ମୀ ବାସ କରିଥାନ୍ତି ଏବଂ ଆପଣଙ୍କ ଘର ସୁଖ ସମୃଦ୍ଧିରେ ଭରି ହୋଇ ଯାଇଥାଏ । ଘରକୁ ଧନ ଆଗମନ ହୋଇଥାଏ । ଯଦି ବାଟରେ ଗଲା ବେଳେ ଗାଈ ଆପଣଙ୍କ ବାଟ ରୋକୁଛି , ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

ଯଦି ଗାଈ ଆପଣଙ୍କ ଘରର ଆଖପାଖରେ ବୁଲୁଛି ,ତେବେ ଆପଣଙ୍କ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇ ଯାଇଥାଏ । ଯଦି ଆପଣ ଗାଈ ସେବା ବିଦେଶରେ କରି ପାରୁ ନାହାଁନ୍ତି , ତେବେ ଭାରତକୁ ଆସିଲେ ଗାଈ ନାମରେ ରଖୁଥିବା ଟଙ୍କାକୁ ଆପଣ ଗୋଶାଳା ରେ ଦାନ କରିପାରିବେ । ଆପଣ ଗାଈକୁ ନିଜର ଅଇଁଠା ଖାଦ୍ୟ ଆଦୌ ଦିଅନ୍ତୁ ନାହିଁ । ବାସି ରୁଟି ମଧ୍ୟ ଭୁଲରେ ବି ଦିଅନ୍ତୁ ନାହିଁ ।

କୁହାଯାଏ ଯେ , ଗାଈରେ ୩୩ କୋଟି ଦେବାଦେବୀ ବସ ବାସ କରନ୍ତି , ତେଣୁ ଆପଣ ଗାଈକୁ ସବୁଦିନ ଗୋଟିଏ ଗୋଟିଏ ରୁଟି ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନର ସବୁ ସମସ୍ୟା ଦୁର ହୋଇଯିବ । ଆପଣଙ୍କ ଘରେ ସୁଖ ଭରି ହୋଇଯିବ । ଏହାବ୍ୟତୀତ ଏଥିରେ ଟିକିଏ ହଳଦୀ ମିଶାଇ ଦେଲେ ଅଧିକ ଲାଭ ହୋଇଥାଏ । ଆହୁଟିମଧ୍ୟ ରୁଟି ରେ ଟିକିଏ ଲୁଣ ନେଇ ଗାଈକୁ ଖାଇବାକୁ ଦେଲେ ଆପଣଙ୍କ ଜୀବନରେ ସବୁ ସମସ୍ୟା ଆପେ ଆପେ ଗାଏବ ହୋଇଯିବ । ଟଙ୍କା ପଇସା ସମସ୍ୟା ଦୁର ହୋଇଯିବ । ପିଲାମାନଙ୍କ ପାଠ ପଢାରେ ଉନ୍ନତି ଘଟିବ ।

Leave a Reply

Your email address will not be published. Required fields are marked *