କାର୍ତ୍ତିକ ମାସରେ ଗାଧୋଇବା ପାଣିରେ ଢାଳି ଦିଅନ୍ତୁ ଏହି ଜିନିଷ , ମିଳିବ ଗଙ୍ଗା ସ୍ନାନର ପୁଣ୍ୟ , ମିଳିବ ଏମିତି ଲାଭ

ତେବେ ବନ୍ଧୁଗଣ ଆଜିର ଏହି ଲେଖାରେ ଆମେ ଆପଣଙ୍କ ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ ଖବର ନେଇ ଆସିଛୁ , ଯାହା ଆପଣଙ୍କ ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ଆପଣ ସମସ୍ତେ ଜାଣିଥିବେ କି , କାର୍ତ୍ତିକ ମାସ ଅତ୍ୟନ୍ତ ଶୁଭ ମାସ ହୋଇଥାଏ। ଏହିଦିନ ଦାନ ପୁଣ୍ୟ କଲେ ଅନେକ ଫାଇଦା ମିଳିଥାଏ । ଏହାକୁ ଦାନ ପୁଣ୍ୟର ମାସ ମଧ୍ୟ କୁହାଯାଏ । ତେଣୁ ଏହି ମାସରେ ଅନେକ ଲୋକ ଦାନ ମଧ୍ୟ କରିଥାନ୍ତି ।

ଏଥର କାର୍ତ୍ତିକ ମାସ ୧ ନଭେମ୍ବର ରବିବାର ଠାରୁ ଆରମ୍ଭ ହୋଇ ୩୦ ନଭେମ୍ବର ସୋମବାରରେ ଶେଷ ହେବ । ତେବେ ଏହି ସମୟରେ ମନ୍ଦିର ଏବଂ ଅନୁଷ୍ଠାନ ମାନଙ୍କରେ ପୂଜା କରା ଯାଇଥାଏ । ଏବଂ ଧନ ଆଦି ପାଇବା ପାଇଁ ପ୍ରାର୍ଥନା କର ଯାଇଥାଏ । ଏହାଦ୍ବାରା ସୁଖ ଶାନ୍ତିର ବୃଦ୍ଧି ହେବା ସହିତ ବେପାର ବାଣିଜ୍ୟରେ ମଧ୍ୟ ବୃଦ୍ଧି ହୋଇଥାଏ । ଏହି ମାସରେ ଏପରି ଅନେକ ପର୍ବ ପର୍ବାଣୀ ପଡୁଅଛି , ଯାହାକି ମହିଳା ମାନଙ୍କ ସହିତ ଜଡିତ ଅଟେ ।

ତେବେ ଧର୍ମ ଶାସ୍ତ୍ର ଅନୁଯାୟୀ , ଯାହା ଶୁଣିବାକୁ ମିଳିଥାଏ କି ଏହି ମାସରେ ଶିବଙ୍କର ପୁତ୍ର କାର୍ତ୍ତିକ ତାଡକାସୁର ରାକ୍ଷସର ବଧ କରିଥିଲେ । ତେଣୁ ଏହାର ଅନେକ ମହତ୍ତ୍ଵ ମଧ୍ୟ ରହିଛି । ଆଉ ଏହି ମାସର ନାମ କାର୍ତ୍ତିକ ମାସ ରଖାଯାଇଛି । ତେବେ ଏହି ମାସରେ ସ୍ନାନ ଆଦିର ଅନେକ ମହତ୍ତ୍ଵ ରହିଛି , ଏ କଥା ଆପଣ ସମସ୍ତେ ଜାଣିଥିବେ । ତେବେ ଆଜି ଆସନ୍ତୁ ଜାଣି ନେବା ଏହି ମାସରେ ଗାଧୋଇବା ପାଣିରେ କଣ କଣ ପକାଇବା ଉଚିତ ।

ତେବେ ଏହି ମାସରେ ପବିତ୍ର ସରୋବର ରେ ଗାଧୋଇବାର ବିଧାନ ରହିଛି । ଯଦି ଏପରି ସୁଯୋଗ ଆପଣଙ୍କୁ ମିଳୁନାହିଁ , ତେବେ ଆପଣ ଗାଧୋଇବା ପାଣିରେ ଗଙ୍ଗା ଜଳ ପକାଇ ଗାଧୋଇ ପାରିବେ । ଏହା ବ୍ୟତୀତ ଗାଧୋଇବା ପାଣିରେ ଦୁଇଟି ତୁଳସୀ ପତ୍ର ପକାଇ ନିୟମିତ ଭାବରେ ଗାଧୋଇ ପାରିବେ । ଏହାଦ୍ବାରା ଗଙ୍ଗାରେ ଗାଧୋଇବା ଭଳି ଲାଭ ମିଳିବ । ଯଦି ଘରେ ତୁଳସୀ ପତ୍ର ନାହିଁ , ତେବେ ରାତିରେ ତମ୍ବା ପାତ୍ରରେ ପାଣି ରଖି ଦିନରେ ନିୟମିତ ପାଣିରେ ପକାଇ ଗାଧୋଇ ଦିଅନ୍ତୁ , ଏହାଦ୍ବାରା ଅନେକ ଲାଭ ମିଳିବ ।

Leave a Reply

Your email address will not be published. Required fields are marked *