ଘରେ ଯଦି ଲଗାଇଛନ୍ତି ମନିପ୍ଲାଣ୍ଟ , ତେବେ ଭୁଲରେ ମଧ୍ୟ ଏହି କାମ କରନ୍ତୁ ନାହିଁ , ନଚେତ୍ ହେବ ସମସ୍ୟା

ଧନର ଦେବୀଙ୍କୁ ଆବାହନ କରିବା ପାଇଁ ଲୋକମାନେ ଅନେକ ପ୍ରକାରର ଉପାୟ ଆପଣାଇ ଥାଆନ୍ତି । ତେବେ ପ୍ରଥମେ ତାଙ୍କୁ ଖୁସି କରିବାପାଇଁ ଲୋକ ମାନେ ତାଙ୍କର ପୂଜା ପାଠ କରିଥାନ୍ତି । ଆଉ ମଧ୍ୟ ଅନେକ ଉପାୟ ଗ୍ରହଣ କରିଥାନ୍ତି । ତେବେ ମାଆ ଲକ୍ଷ୍ମୀଙ୍କୁ ଘରକୁ ଆବାହନ କରିବା ପାଇଁ ମନିପ୍ଲାଣ୍ଟ ଗଛକୁ ଏକ ଗୁରୁତ୍ୱପୂର୍ଣ୍ଣ ଗଛ ଭାବରେ ବିବେଚନା କରାଯାଏ ।

କୁହାଯାଏ ଯେଉଁ ଘରେ ମନିପ୍ଲାଣ୍ଟ ଗଛ ଥାଏ , ସେହି ଘରେ ମାଆ ଲକ୍ଷ୍ମୀ ବାସ କରିଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଜାଣିବା ମନିପ୍ଲାଣ୍ଟ ଗଛର ଫାଇଦା ଏବଂ ଏହି ଗଛରେ କେଉଁ ପାଣି ଢ଼ାଳିବା ଉଚିତ୍ ନୁହେଁ । ତେବେ ଆମେ ଆପଣଙ୍କୁ କହିରଖୁଛୁ କି , ସେମାନଙ୍କ ଘରୁ ମନିପ୍ଲାଣ୍ଟ ଗଛ ଆଣନ୍ତୁ , ଯେଉଁ ମାନଙ୍କ ଘରେ ଧନ ଦୌଲତ ପୂରି ହୋଇଥିବ ଏବଂ ଘରେ ପୂଜା ପାଠ ହେଉଥିବ । ଦେଖିବେ ଘରକୁ ଧନ ସମ୍ପତ୍ତି ଟାଣି ହୋଇ ଆସିବ । କିନ୍ତୁ ଧ୍ୟାନ ରଖନ୍ତୁ , ଏହାକୁ କେବେ କିଣିବା ଉଚିତ୍ ନୁହେଁ ।

ତେବେ ଆପଣଙ୍କୁ କହିରଖୁଛୁ କି , ଏହାର ପାଣିକୁ କେବେ ଅନ୍ୟକୁ ଦେଖାଇବା ଉଚିତ୍ ନୁହେଁ। ସେଥିପାଇଁ ଏହା ଉପରେ ଲାଲ ରଙ୍ଗର କପଡ଼ା ବାନ୍ଧି ଦିଅନ୍ତୁ । ଅନ୍ୟ ପକ୍ଷରେ ଏହାକୁ ଘରେ ମୁଖ୍ୟତଃ ଦକ୍ଷିଣ ପୂର୍ବ ଦିଗରେ ଲଗାଇବା ଉଚିତ୍ , ଏହାଦ୍ବାରା ମାଆ ଲକ୍ଷ୍ମୀଙ୍କର ଆଶୀର୍ବାଦ ସବୁବେଳେ ଲାଗି ରହିଥାଏ । ଏହାକୁ ଆପଣ ଘରର ମୁଖ୍ୟ ଦ୍ଵାର , ଟେରେସ କିମ୍ବା ଯେକୌଣସି ସ୍ଥାନରେ ରଖିପାରିବେ । ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ସଂଚାର ହୋଇଥାଏ ।

ତେବେ ଜାଣି ରଖନ୍ତୁ କି , ମନିପ୍ଲାଣ୍ଟରେ ଆପଣଙ୍କ ପିଇବା ପାଣି ଦେବା ଉଚିତ୍ । ଏଥିରେ ଅପରିଷ୍କାର ପାଣି ଦେବା ଉଚିତ୍ ନୁହେଁ । ଆହୁରିମଧ୍ୟ ଆଳୁର ଟିକିଏ ରସ ମିଶାଇ ଆପଣ ଏଥିରେ ଦେଇପାରିବେ , ଏହାଦ୍ବାରା ଗଛ ସବୁବେଳେ ସତେଜ ରହିଥାଏ । ମାସିକ ଋତୁସ୍ରାବ ସମୟରେ ଗଛରେ ପାଣି ଦେବା ଅନୁଚିତ୍ । ରବିବାର ଦିନ ଏଥିରେ ପାଣି ମଧ୍ୟ ଦେବା ଉଚିତ୍ ନୁହେଁ ।

ମନିପ୍ଲାଣ୍ଟ ଗଛର ତଳେ ମୁଦ୍ରା ପକାଇ ଦେବା ଉଚିତ୍ , ଏହାଦ୍ବାରା ଘରକୁ ଟଙ୍କା ଆସିଥାଏ । ଏହାକୁ କାହାକୁ ଉପହାରରେ ଦେବା ଅନୁଚିତ୍ । ଏହାର ଗୋଟିଏ ପତ୍ର ବି ହଳଦିଆ ପଡିଗଲେ , ଏହାକୁ କାଟି ଫିଙ୍ଗି ଦିଅନ୍ତୁ । ସକାଳୁ ଉଠି ଏହାକୁ ପ୍ରଥମେ ଦେଖନ୍ତୁ , ଏହାଦ୍ବାରା ଦିନ ଭଲ ଯାଇଥାଏ । ମନିପ୍ଲାଣ୍ଟ ରେ ଟିକିଏ କ୍ଷୀର ଦେଇ ଦିଅନ୍ତୁ , ଦେଖିବେ ଏହା ବହୁତ ଶୀଘ୍ର ବଢିଯିବ ।

ଏହାକୁ ଶୁକ୍ରବାର ଦିନ ଲଗାଇବା ଉଚିତ୍ , ଏହାଦ୍ବାରା ଶୁକ୍ର ଗ୍ରହ ଖୁସି ହୋଇଥାନ୍ତି । ଏହାକୁ ଆପଣ ଆପଣଙ୍କ ଅଫିସରେ ମଧ୍ୟ ଲଗାଇ ପାରିବେ । ଯଦି ଆପଣ ଦେଖିବେ କି , ମନିପ୍ଲାଣ୍ଟ ରେ କଳା ଦାଗ ପଡିଯାଇଛି , ତେବେ ଏହାକୁ ଶୀଘ୍ର ଫୋପାଡ଼ି ଦିଅନ୍ତୁ , ଏହାଦ୍ବାରା ନକାରାତ୍ମକ ଶକ୍ତି ଘରୁ ବାହାର ହୋଇଯିବ ।

Leave a Reply

Your email address will not be published. Required fields are marked *