ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଆସନରୁ କାହିଁକି ବିଧାୟକ ପ୍ରାର୍ଥୀ ହେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାରଣ।

କାହିଁକି କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେଲେ ନବୀନ? ଦ୍ୱିତୀୟ ସିଟ ଭାବେ କାହିଁକି କଣ୍ଟାବାଞ୍ଜିକୁ ବାଛିଲେ।କଣ୍ଟାବାଞ୍ଜିକୁ ଲଢ଼ିବା ପାଇଁ ରହିଛି ନିର୍ଦିଷ୍ଟ କାରଣ।ଆଜ୍ଞା ହଁ ବନ୍ଧୁଗଣ ବିଜେଡି ଆଜି ଘୋଷଣା କରିଛି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଏହି ପର୍ଯ୍ୟାୟରେ ୯ ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି ଶାସକ ଦଳ। ତେବେ ଦଳର ପଞ୍ଚମ ପର୍ଯ୍ୟାୟ ପାର୍ଥି ତାଲିକାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଏଥର ହି ହିଞ୍ଜିଣି ସହ କଣ୍ଟାବାଞ୍ଜିକୁ ନିଜ ଦ୍ଵିତୀୟ ବିଧାନସଭା ଆସନ ଭାବେ ବଛିଛନ୍ତି ବିଜେଡି ସଭାପତି।

ତେବେ ଏଥର କଣ୍ଟାବାଞ୍ଜି ଆସନରୁ ଲଢ଼ିବା ପାଇଁ ନବୀନ କାହିଁକି ନିଷ୍ପତ୍ତି ନେଲେ ଆସନ୍ତୁ ଏହାର ୭ ଟି ସମ୍ଭାବ୍ୟ କାରଣ ଉପରେ ଆଲୋଚନା କରିବା।ପ୍ରଥମରେ। ପଶ୍ଚିମ ଓଡ଼ିଶାରେ ଦଳକୁ ସ୍ଥିତିକୁ ମଜବୁତ କରିବା ପାଇଁ ବିଜେଡି ମୁଖିଆ କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥୀ ହୋଇଥାଇ ପାରନ୍ତି। କାରଣ ୨୦୧୯ରେ ବିଜେଡି କଣ୍ଟାବାଞ୍ଜି ଆସନରୁ ପରାସ୍ତ ହୋଇଥିଲା। ଖାଲି ପରାସ୍ତ ହୋଇନଥିଲା ବରଂ ଗତ ନିର୍ବାଚନରେ କଣ୍ଟାବାଞ୍ଜି ବିଧାନସଭା ଆସନରେ ବିଜେଡି ତୃତୀୟ ସ୍ଥାନରେ ରହିଥିଲା।

ଦ୍ଵିତୀୟରେ। ଗତ ୩ ଟି ସାଧାରଣ ନିର୍ବାଚନରେକଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ଦୁଇଥର କଣ୍ଟାବାଞ୍ଜି ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ୨୦୦୯ ଏବଂ ୨୦୧୯ ରେ ସାଲୁଜା ଏଠାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୪ ରେ ବିଜେଡି ପ୍ରାର୍ଥୀ ଆୟୁବ ଖାଁ କଣ୍ଟାବାଞ୍ଜି ଆସନରୁ ମାତ୍ର ୩୮୬୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।

ତୃତୀୟରେ। ବଲାଙ୍ଗୀର ଜିଲ୍ଲାର ୫ ଟି ବିଧାନସଭା ଆସନ ମଧ୍ୟରୁ ୨୦୧୯ ରେ କଂଗ୍ରେସ ୨ଟି ସିଟରେ ବିଜୟୀ ହୋଇଥିଲା। ବଲାଙ୍ଗୀର ବିଧାନସଭା ଆସନରୁ ନରସିଂହ ମିଶ୍ର|କଣ୍ଟାବାଞ୍ଜିରୁ ସନ୍ତୋଷ ସିଂହ ସାଲୁଜା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଅନ୍ୟ ୩ ଟି ବିଧାନସଭା ଆସନ ମଧ୍ୟରୁ ଲୋଇ ସିଂଘାରୁ ବିଜେପି ପ୍ରାର୍ଥୀ ମୁକେଶ ମୁହାଲି ବିଜୟୀ ହୋଇଥିବା ବେଳେ କେବଳ ୨ ଟି ଆସନ ଟିଟଲା ଗଡ଼ ଏବଂ ପାଟଣା ଗଡ଼ ବିଜେଡି ହାତକୁ ଯାଇଥିଲା। ଟିଟଲା ଗଡ଼ରୁ ଟୁକୁନି ସାହୁ ଏବଂ ପାଟଣା ଗଡ଼ରୁ ସରୋଜ କୁମାର ମେହେର ବିଜୟୀ ହୋଇଥିଲେ। ଆଉ ବଲାଙ୍ଗୀର ଲୋକସଭା ଆସନ ବିଜେପି ହାତକୁ ଯିବା ସହ ସଂଗୀତା ସିଂହ ଦେଓ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ଚତୁର୍ଥରେ ଖାଲି କଣ୍ଟାବାଞ୍ଜି ବିଧାନସଭା ଆସନ ନୁହେଁ ବରଂ ପୁରା ବଲାଙ୍ଗୀର ଜିଲ୍ଲାରେ ବିଜେଡିର ସ୍ଥିତି ମଜବୁତ ନାହିଁ। ତେଣୁ ୨୦୧୯ ତୁଳନାରେ ଏଠାରେ ଦଳର ସ୍ଥିତିରେ ସୁଧାର ଆଣିବା ପାଇଁ ହୁଏତ କଣ୍ଟାବାଞ୍ଜି ଆସନକୁ ବାଛି ଥାଇ ପାରନ୍ତି ନବୀନ।ପଞ୍ଚମରେ। ବଲାଙ୍ଗୀର ଜିଲ୍ଲାର ସୀମାକୁ ଲାଗି ରହିଛି କଳାହାଣ୍ଡି ବୌଦ୍ଧ ସୁବର୍ଣ୍ଣପୁର ନୂଆପଡା ଏବଂ ବରଗଡ଼ ଜିଲ୍ଲା। କଦ୍ଧମାଳ ମଧ୍ୟ ଏଠାରୁ ବହୁତ ବେଶି ଦୂର ନୁହେଁ। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ କଣ୍ଟାବାଞ୍ଜିରୁ ପ୍ରାର୍ଥୀ କରି ବଲାଙ୍ଗୀର ବରଗଡ଼ କଳାହାଣ୍ଡି ଓ କଦ୍ଧମାଳର ୪ ଟି ଲୋକସଭା ଆସନ ସହିତ ଏହା ଅଧ୍ଯନସ୍ଥ ୨୮ ଟି ବିଧାନସଭା ଆସନରେ ବିଜେଡି ନିଜ ଦଳର ପ୍ରଚାର ଅଭିଯାନକୁ ଅଧିକ ବଳ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଥାଇପାରେ।

କାରଣ ୨୦୧୯ ରେ ବଲାଙ୍ଗୀର ବରଗଡ଼ ଏବଂ କଳାହାଣ୍ଡି ଜିଲ୍ଲାର ଲୋକସଭା ଆସନ ବିଜେଡି ହାତରୁ ଖସିଥିଲା। ତେଣୁ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀତ୍ବ ନିକଟସ୍ଥ ଏହି ୩ ଟି ସଂସଦୀୟ କ୍ଷେତ୍ରରେ ଡବଲ ଶଙ୍ଖ ପ୍ରଚାର ଅଭିଯାନକୁ ବଳ ଦେବା ସହ ବିପକ୍ଷ ଦଳକୁ ମୁକାବିଲା କରିବା ସହଜ ବେବ ବୋଲି ବିଜେଡି ଆଶା ରଖିଥାଇପାରେ।ଷଷ୍ଠରେ।

ଯେଉଁ ଅଞ୍ଚଳରେ ବିପକ୍ଷ ଦଳ ଅପେକ୍ଷାକୃତ ମଜବୁତ ସ୍ଥିତିରେ ରହିଛି ସେଭଳି ଏକ ଆସନରୁ ପ୍ରାର୍ଥୀ ହୋଇ ନବୀନ ହୁଏତ ବିଜେଡି ନେତା ଏବଂ କର୍ମୀଙ୍କୁ ବାର୍ତା ଦେବାକୁ ଚାହୁଁଛନ୍ତି ଯେ ସମସ୍ତ ବିପରୀତ ପରିସ୍ଥିତି ସ୍ୱତେ ଲଢେଇ କରିବା ଦରକାର ଏବଂ ସର୍ବପରି ଦଳର ସ୍ୱାର୍ଥକୁ ଗୁରୁତ୍ୱ ଦେବା ଦରକାର।ସପ୍ତମରେ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକଙ୍କୁ ଦଳ କଣ୍ଟାବାଞ୍ଜରୁ ଦଳ ନବୀଙ୍କୁ ପ୍ରାର୍ଥୀ କରିବାର ଶେଷ ସମ୍ଭାବ୍ୟ କାରଣଟି ହେଉଛି ଯେ ଏହାଦ୍ୱାରା ପୁରା ପଶ୍ଚିମ ଓଡିଶାରେ ବିଜେଡି ନେତା ଏବଂ କର୍ମୀଙ୍କ ମନ ବଳ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *