ଏହି ଛବିରେ ଆପଣ ପ୍ରଥମେ କ’ଣ ଦେଖିଲେ ? ଜାଣନ୍ତୁ କିପରି ଅଟେ ଆପଣଙ୍କ ବ୍ୟକ୍ତିତ୍ୱ:-

ଆମେ ଅସୁବିଧାରେ ପଡ଼ିବା ସମୟରେ ଆମର ଅଭିଜ୍ଞତା ବ୍ୟବହାର କରେ କିମ୍ବା କାହାର ସାହାଯ୍ୟ ପାଇଁ ଆଶା କରିଥାଏ । ଯଦିଓ ଆପଣ ନିଜେ ନିଜ ବୁଦ୍ଧିମତା ବଳରେ ସମସ୍ୟାର ସମାଧାନ କରିପାରିବେ । ଏଥିପାଇଁ ଆପଣଙ୍କ ମନ ଅତ୍ୟନ୍ତ ତୀକ୍ଷ୍ଣ ହେବା ଉଚିତ୍ । ତୀକ୍ଷ୍ଣ ମନ ପାଇଁ ବ୍ରେନ୍ ସିଷ୍ଟମକୁ ମଜବୁତ କରିବାକୁ ପଡିବ । ଯଦି ଆପଣ ପ୍ରତିଦିନ ଜଟିଳ ପ୍ରଶ୍ନ ଗୁଡ଼ିକର ସମାଧାନ କରନ୍ତି କିମ୍ବା ଅପ୍ଟିକାଲ୍ ଇଲ୍ୟୁଜନ୍ ଚିତ୍ରଗୁଡିକୁ ସମାଧାନ କରନ୍ତି, ତେବେ ଆପଣ ନିଜେ ନିଜ ସମସ୍ୟାର ସମାଧାନ କରିପାରିବେ ।

ଏକ ଅପ୍ଟିକାଲ୍ ଇଲ୍ୟୁଜନ ଚିତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହା ଏକ ବ୍ଲାକ ଆଣ୍ଡ ୱାଇଟ ରଙ୍ଗର ଚିତ୍ର ଅଟେ । ଏହି ଚିତ୍ରରେ ଜହ୍ନ, ହ୍ୱେଲ ମାଛ ଏବଂ ଏକ ସର୍ଫର୍ ଦୃଶ୍ୟମାନ ହେଉଛନ୍ତି । ତେବେ ଆପଣ ପ୍ରଥମେ କ’ଣ ଦେଖିଲେ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଆମେ ଆପଣଙ୍କୁ ଏହି ଚିତ୍ର ମାଧ୍ୟମରେ ଆପଣଙ୍କର ବ୍ୟକ୍ତିତ୍ୱ ବିଷୟରେ କହିବାକୁ ଯାଉଛୁ ।

ଯଦି ଆପଣ ପ୍ରଥମେ ଜହ୍ନ ଦେଖିଲେ:-

ଯଦି ଆପଣ ପ୍ରଥମେ ଜହ୍ନ ଦେଖିଥିବେ, ତେବେ ଆପଣ ଜଣେ ସରଳ ବ୍ୟକ୍ତି ଅଟନ୍ତି । ରେବେକା ଅନୁଯାୟୀ, ଆପଣ ବିଶ୍ୱାସ କରନ୍ତି ଯେ ଯେକୌଣସି ଜିନିଷ ହାସଲ କରିବା ପାଇଁ ଅଭିଜ୍ଞତା ଥିବା ଅତ୍ୟନ୍ତ ଆବଶ୍ୟକ ଯାହା ଆପଣଙ୍କୁ ଜଣେ ଭଲ ମଣିଷ କରିଥାଏ । ବଡ ମାଛ ଧରିବାର ଏକମାତ୍ର ଉପାୟ ହେଉଛି ସମୁଦ୍ରରେ ନୌକା ଚଳାଇବା ଏବଂ ଏହା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ । ଅବିଶ୍ୱାସର କୋଳରୁ ବାହାରି ଢେଉର ସବାରି କରିବାର ସମୟ ଆସିଛି ।

ଯଦି ଆପଣ ପ୍ରଥମେ ଏକ ହ୍ୱେଲ୍ ଦେଖିଲେ:-

ରେବେକା ଅନୁସାରେ ଯଦି ଆପଣ ପ୍ରଥମେ ଏକ ହ୍ୱେଲ ଦେଖିଛନ୍ତି, ତେବେ ଆପଣ ଅନେକ ସମୟରେ ଅତ୍ୟନ୍ତ ଏକୁଟିଆ ଅନୁଭବ କରୁଥିବେ କାରଣ ଆପଣ ସର୍ବଦା ନମ୍ବର ୱାନ ଖୋଜୁଛନ୍ତି । ଏହା ମଧ୍ୟ ଧ୍ୟାନରେ ରଖିବା ଉଚିତ ଯେ ବେଳେବେଳେ ପ୍ରେମର ଅର୍ଥ ଅନ୍ୟର ଆବଶ୍ୟକତାକୁ ନିଜଠାରୁ ଉପରେ ରଖିବା ଅଟେ । ଏହା ଏକ ପାର୍ଟନରସିପ୍ ଅଟେ ।

ଯଦି ଆପଣ ଏକ ସର୍ଫର୍ ଦେଖୁଛନ୍ତି:-

ଏହା ଏକ ମୁକ୍ତ ମନର ପ୍ରତୀକ ଅଟେ । ରେବେକା ଅନୁସାରେ, ଯଦି ଆପଣ ପ୍ରଥମେ ସର୍ଫର୍ ଦେଖୁଛନ୍ତି, ତେବେ ଆପଣ ମଧ୍ୟ ଏକୁଟିଆ ଅନୁଭବ କରୁଥିବେ କାରଣ ଆପଣ ଲୋକମାନଙ୍କ ମଧ୍ୟରେ ବାନ୍ଧି ହୋଇ ରହିବାକୁ ଭୟ କରନ୍ତି । ଖୋଲା ଆକାଶରେ ବଞ୍ଚିବାକୁ ପସନ୍ଦ କରନ୍ତି । ଆପଣଙ୍କ ପାଇଁ ପ୍ରେମ ଖୋଲା ଆକାଶ ପରି ମୁକ୍ତିଦାୟକ ମନେ ହୋଇ ନପାରେ ।ପ୍ରକୃତ ପ୍ରେମ ହେଲେ ଆପଣ ରିସ୍କ ନେବା ପରିବର୍ତ୍ତେ, ନିଜ ଆଡ଼କୁ ଝଡ଼ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି ।

Leave a Reply

Your email address will not be published. Required fields are marked *