ଗୋଟିଏ କୋଣରୁ କାହିଁକି ସିମ୍ କାର୍ଡ କଟାଯାଏ? ଜାଣନ୍ତୁ ସିମ୍ ର ଡିଜାଇନ୍ ସହିତ ଜଡିତ ଏହି ମଜାଦାର କାହାଣୀ।

ସମୟ ଗଡିବା ସହିତ ମୋବାଇଲ୍ ଫୋନ୍ ମଧ୍ୟ ଲୋକମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡୁଛି। ଅତୀତରେ ଯେତେବେଳେ ଫିଚର୍ ଫୋନ୍ ଥିଲା, ଫୋନ୍ କେବଳ କଲ କରିବା ଏବଂ ଉଠାଇ କଥା ହେବା ପାଇଁ ବ୍ୟବହୃତ ହେଉଥିଲା, କିନ୍ତୁ ଯେବେ ଠାରୁ ସ୍ମାର୍ଟଫୋନ୍ ଫିଚର୍ ଫୋନ୍ ର ଜାଗା ନେଲାନି ସେବେ ଠାରୁ କଲ୍ ବ୍ୟତୀତ ଅନ୍ୟ ଜିନିଷ ବହୁ ସହଜରେ ହେଇ ପାରୁଛି। କିନ୍ତୁ ମୋବାଇଲ୍ ଫୋନ୍ ଗୁଡିକ ସିମ୍ କାର୍ଡ ବିନା କୌଣସି କାମର ନୁହଁ। ସିମ୍ କାର୍ଡଗୁଡ଼ିକ ହେଉଛି ଫୋନର ରକ୍ତ। କିନ୍ତୁ ଆପଣ ଜାଣନ୍ତି କି ସିମ୍ ର ଏକ ନିଆରା ଡିଜାଇନ୍ କାହିଁକି।

ଯଦି ଆପଣ ସିମ୍ କାର୍ଡ ଦେଖିଥିବେ, ତେବେ ଆପଣ ନିଶ୍ଚିତ ଭାବରେ ଜାଣିଥିବେ ଯେ ଏହା ଗୋଟିଏ କୋଣରୁ କାଟି ଦିଆଯାଇଛି। ଆପଣ କେବେ ଚିନ୍ତା କରିଛନ୍ତି କି ଏହାର କାରଣ କ’ଣ? ଚାଲନ୍ତୁ ଜାଣିବା, କିଛି ବର୍ଷ ପୂର୍ବେ ସିଡ଼ିଏମ୍ଏ ଟେକ୍ନୋଲୋଜି ଫୋନ୍ ଥିଲା ଯେଉଁଥିରେ ସିମ୍ ନଥିଲା। ସେମାନେ କେବଳ ଗୋଟିଏ କ୍ୟାରିୟର ସହିତ ସଂଯୁକ୍ତ ଥିଲେ। କିନ୍ତୁ ପରେ ଯେତେବେଳେ ସିମ୍ ପଡ଼ିବା ଆରମ୍ଭ ହେଲା ଯଥା ଜିଏସ୍ଏମ୍ ଟେକ୍ନୋଲୋଜି ବ୍ୟବହାର ହେବା ଆରମ୍ଭ ହେଲା। ସେତେବେଳେ ସିମ୍ ର ଡିଜାଇନ୍ ଆୟତାକାର ଆକାରରେ ଥିଲା।

ସେହି ସମୟରେ ସିମ୍ ର କୋଣଗୁଡ଼ିକ କଟାଯାଇ ନଥିଲା। ତା’ପରେ ସିମ୍ ଫୋନ୍ ରୁ କଢ଼ିକି ଆଉଥରେ ଲଗାଇବାରେ କଷ୍ଟକର ହେଲା। କେବଳ ଏତିକି ନୁହେଁ, ଲୋକମାନେ ସିମ୍ ର ସିଧା ଏବଂ ଓଲଟା ପାର୍ଶ୍ୱ ମଧ୍ୟ ବୁଝିପାରିଲେ ନାହିଁ। ଏପରି ପରିସ୍ଥିତିରେ, ସିମ୍ ସହିତ ଜଡିତ ଅନେକ ସମସ୍ୟା ଦେଖାଦେଲା। ତା’ପରେ ନେଟୱର୍କ ପ୍ରଦାନକାରୀମାନେ ସିମ୍ ପାଇଁ ଏକ ଭିନ୍ନ ଡିଜାଇନ୍ ସ୍ଥିର କଲେ। ସିମ୍ ର ଗୋଟିଏ କୋଣ କାଟି ଦିଆଗଲା ଯାହା ଦ୍ଵାରା ଏହା ମୋବାଇଲରେ ସହଜରେ ଫିଟ୍ ହୋଇ ବାହାରି ପାରିଲା।

ସିମ୍ ବ୍ୟତିତ ମୋବାଇଲରେ ସିମ୍ ଲଗା ଯାଇଥିବା ସ୍ଥାନର ଡିଜାଇନ୍ ମଧ୍ୟ ପରିବର୍ତ୍ତନ କରାଗଲା। ଏପରି ଏକ ସ୍ଲଟ୍ କରାଗଲା ଯେଉଁଥିରେ ସିମ୍ ସହଜରେ ଫିଟ୍ ହେବ ଏବଂ ସିମ୍ କାଢିବା ପାଇଁ କିଛି ଖାଲି ସ୍ଥାନ ରଖାଗଲା। ଟେଲିକମ୍ କମ୍ପାନୀଗୁଡିକର ଏହି ବ୍ୟବସ୍ଥା ପାଇଁ ଲୋକଙ୍କୁ ସିମ୍ ଚଳାଇବାରେ କମ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା। ବର୍ତ୍ତମାନ ଯଦି ଆପଣ ଫୋନରେ ଦେଖନ୍ତି, ସିମ୍ କାର୍ଡ ଟ୍ରେରେ ମଧ୍ୟ ଡାହାଣ ପାର୍ଶ୍ୱରୁ ସିମ୍ ରଖିବାର ଏକ ଚିହ୍ନ ଅଛି।

Leave a Reply

Your email address will not be published. Required fields are marked *