୩ ବର୍ଷର ଶିଶୁକୁ ପୋଲିସ ଷ୍ଟେସନରୁ ଘରକୁ ନେବାପାଇଁ ଆସିଲେନି ମାତା ପିତା,ପୋଲିସ ପିଲାଟିକୁ ମା ପରି କ୍ଷୀର ଖାଇବାକୁ ଦେଲେ ଏବଂ ପିଲାଟିର ଯତ୍ନ ନେଲେ।

ସମାଜରେ ପୋଲିସର କଠୋର ଭାବମୂର୍ତ୍ତି ରହିଛି। କିନ୍ତୁ ବେଳେବେଳେ ପରିସ୍ଥିତି ଏପରି ହୁଏ ଯେ ଜଣେ ପୋଲିସକୁ ମା ହୋଇ ଶିଶୁର ଯତ୍ନ ନେବାକୁ ପଡେ । ଏପରି ଏକ ମାମଲା ହରିୟାଣାର ପଞ୍ଚକୁଲା ଠାରୁ ସାମ୍ନାକୁ ଆସିଛି।

ହରିୟାଣାର ପଞ୍ଚୁକଲା ଜିଲ୍ଲାର ଏକ ପୋଲିସ୍ ଷ୍ଟେସନରେ ୩ ବର୍ଷର ପିଲାକୁ ଛାଡି ବାପା ମାଆ କୁଆଡେ ପଳେଇ ଗଲେ। ବାସ୍ତବରେ, ପଞ୍ଚକୁଲାର ମୋର୍ନିର କୋଲିଓ ଗାଁର ଜଣେ ସ୍ୱାମୀ-ସ୍ତ୍ରୀ ସେମାନଙ୍କ ଭିତରେ ଚାଲିଥିବା ଝଗଡ଼ା ର ସମାଧାନ ପାଇଁ ମହିଳା ପୋଲିସ ଷ୍ଟେସନ ଗଲେ। ଏସଆଇ ରୀତା ଦେବୀ ତାଙ୍କୁ କହିଲେ ତୁମେ ଦୁହେଁ ଥରେ ବାହାରକୁ ଯାଇ ବ୍ୟକ୍ତିଗତ ଭାବେ କଥା ହେବା ଉଚିତ୍ । କିନ୍ତୁ ଯେତେବେଳେ ଦୁହେଁ ଏକାକୀ କଥାବାର୍ତ୍ତା କରିବାକୁ ଗଲେ, ସେମାନେ ତାଙ୍କ ୩ ବର୍ଷର ଶିଶୁକୁ ସେଠାରେ ଛାଡ଼ିଦେଇ କୁଆଡେ ପଳେଇଗଲେ।

ଏସଆଇ ରୀତା କହିଛନ୍ତି ଯେ ଆମେ ଦିନସାରା ଶିଶୁର ପିତାମାତାଙ୍କୁ ଡାକିଲୁ କିନ୍ତୁ ଦୁହେଁ ନିଜ ପିଲାକୁ ନେବାକୁ ପୋଲିସ ଷ୍ଟେସନକୁ ଆସିଲେ ନାହିଁ। ଆଶ୍ଚର୍ଯ୍ୟର କଥା ହେଉଛି, ସେହି ୩ ବର୍ଷର ଶିଶୁକୁ ମାହିଲା ଥାନାର ପୋଲିସ କର୍ମଚାରୀମାନେ ଦିନସାରା ବହୁତ ଭଲ ଭାବରେ ରଖିଲେ। ପିଲାଟି ପାଇଁ ଏକ ବୋତଲ କ୍ଷୀର ଆଣିଲେ ପୋଲିସ୍ କର୍ମଚାରୀମାନେ ତାଙ୍କୁ ତାଙ୍କ କୋଳରେ ବସାଇ କ୍ଷୀର ପିଇବାକୁ ଦେଲେ । କିଛି ସମୟ ପରେ ପିଲାଟି ମଧ୍ୟ ଚକୋଲେଟ୍ ମାଗିବାକୁ ଲାଗିଲା । ତେଣୁ ପିଲାଟି ପାଇଁ ଚକୋଲେଟ୍ ଏବଂ କିଛି ଖେଳନା ମଧ୍ୟ ଆଣିଥିଲେ। ପିଲାଟି ର ଆବଶ୍ୟକ ରେ ଯେଉଁ ଜିନିଷ ଲାଗୁଥିଲା ପୋଲିସ ସବୁ ପୂରଣ କଲା ।

ପିଲାଟି ଯାହା ଚାହିଁଲା, ବଜାରରୁ ସମାନ ଜିନିଷ ଅଣାଗଲା।କେବଳ ଏତିକି ନୁହେଁ ପିଲାଟି ପୋଲିସର କ୍ୟାପ୍ ପିନ୍ଧିବାକୁ ମଧ୍ୟ ଜିଦ୍ କଲା। ମହିଲା ପୋଲିସ ଷ୍ଟେସନର SHO ଏସଏଚଓ ନେହା ଚୌହାନ ତାଙ୍କ ଟୋପି କୁ ପିଲାଟି ମୁଣ୍ଡରେ ରଖିଲେ ଏବଂ ପିଲାଟି ସହ ସମସ୍ତେ ଖେଳୁଥିଲେ।ପିଲାଟି ସେଠାରେ ବହୁତ ଖୁସିରେ ଥିଲା।

ଯେତେବେଳେ ଏହି ମାମଲା ପଞ୍ଚକୁଲା ଡିସିପି ମୋହିତ ହାଣ୍ଡା ଏବଂ ପଞ୍ଚକୁଲା କମିଶନର ସୌରଭ ସିଂଙ୍କ ପାଖରେ ପହଞ୍ଚିଲା ସେତେବେଳେ ସେହି ଶିଶୁର ପିତାମାତାଙ୍କୁ କଡା ଡାକରା ଦେଲେ। ପିଲାଟିକୁ ନେବା ପାଇଁ ତାଙ୍କ ମାଆ ଆସିନଥିଲେ କିନ୍ତୁ ତାଙ୍କ ବାପା ପିଲାଟିକୁ ନେବାପାଇଁ ଆସିଲେ । ଜନ ନାୟକ ଜନତା ଦଳର ନେତା ଅଜୟ ଗୌତମ ଏବଂ ସୁଦେଶ ରାନୀ ଶିଶୁର ପିତାଙ୍କୁ ପୋଲିସ ଷ୍ଟେସନକୁ ନେଇକି ଆସିଲେ। ପୋଲିସ କର୍ମଚାରୀମାନେ ବିଳମ୍ବିତ ରାତିରେ ପିଲାଟିକୁ ତାଙ୍କ ପିତାଙ୍କୁ ଫେରାଇ ଦେଲେ।

Leave a Reply

Your email address will not be published. Required fields are marked *