ତୁ ଫିଲ୍ମ କରିବୁ ତୋ ବୟଫ୍ରେଣ୍ଡ କାହିଁକି ଡେଟ ଫିକ୍ସ କରିବ…

ଅନେକ ସମୟରେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ବିବାଦ ଦେଖିବାକୁ ମିଳିଥାଏ । ତାହା ଅଭିନେତ୍ରୀ ମାନଙ୍କୁ ନେଇ ହେଉ କି ଅଭିନେତା ପୁଣି ନିର୍ଦ୍ଦେଶକ କିମ୍ବା ପ୍ରଯୋଜକ । ଆଉ ବେଳେ ବେଳେ ଏହି ବିବାଦ ବିଶାଳ ରୂପ ଧାରଣ କରେ । ତେବେ ପୁଣିଥରେ ସେହି ଝଡ ବର୍ଷିଛି ଓଲିଉଡ଼ ଜଗତରେ । ଆଉ ଝଡ କାଷ୍ଟିଙ୍ଗ କାଉଚ୍ କୁ ନେଇ । ଏବେକାର ସମୟରେ କୌଣସି ଛୋଟ ମୋଟ ବ୍ୟକ୍ତିଙ୍କ ଉପରେ ନୁହେଁ ଜଣେ ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମରେ ଆସିଛି କାଷ୍ଟିଙ୍ଗ କାଉଚ୍ ଅଭିଯୋଗ ।

ସୂଚନା ଅନୁଯାୟୀ , ଦୁଇ ଜଣ ଅଭିନେତ୍ରୀ ଜଣେ ବିଶ୍ଚିଷ୍ଟ ବ୍ୟକ୍ତିଙ୍କ ନାମରେ ଆଣିଛନ୍ତି କାଷ୍ଟିଂ କାଉଚ୍ ଅଭିଯୋଗ । ଆଉ ସେହି ବ୍ୟକ୍ତି ଜଣକ ହେଉଛନ୍ତି ପ୍ରଯୋଜକ ଟୁଟୁ ନାୟକ ଅରବ ସଞ୍ଜୟ ନାୟକ । ଆଉ ତାଙ୍କ ନାମରେ ଅଭିଯୋଗ ଆଣିଥିବା ଦୁଇ ଅଭିନେତ୍ରୀ ହେଉଛନ୍ତି ପ୍ରକୃତି ମିଶ୍ର ଏବଂ ଜସ୍ମିନ ରଥ । ସୂଚନା ଅନୁଯାୟୀ , ସେମାନେ ଟୁଟୁ ନାୟକଙ୍କ ନାମରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସେମାନଙ୍କ କହିବା ଅନୁଯାୟୀ , ଟୁଟୁ ନାୟକ କାମ ଦେବା ପାଇଁ କହିଥିଲେ କିନ୍ତୁ କାମ ଦେବା ପାଇଁ ସେ ଏକ ସର୍ତ୍ତ ରଖିଥିଲେ ।

ଆଉ ସେହି ସର୍ତ୍ତ ଅନୁଯାୟୀ , ସେ କ୍ଲବ୍ କୁ ଡାକିଥିଲେ କିନ୍ତୁ ତାଙ୍କ କଥାରେ ରାଜି ହୋଇ ନଥିଲେ ଅଭିନେତ୍ରୀ । ଯାହାପରେ ସଞ୍ଜୟ ନାୟକ ରାଗି ଯାଇ ସେହି ଅଭିନେତ୍ରୀ ମାନଙ୍କୁ କାମ ଦେଇ ନଥିଲେ ବୋଲି ଅଭିନେତ୍ରୀ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଏହି ସବୁ କଥାକୁ ଖଣ୍ଡନ କରିଛନ୍ତି ନିଜେ ଟୁଟୁ ନାୟକ । ତାଙ୍କ କହିବା ଅନୁଯାୟୀ , ପ୍ରକୃତି ମିଶ୍ର କେବଳ ରାଗ ରଖି ଏପରି କାମ କରିଛନ୍ତି । କାହିଁକି ନା ବାବୁଶାନ୍ , ପ୍ରକୃତି ବିବାଦ ସମୟରେ ଟୁଟୁ ନାୟକ ମୁଁହ ଖୋଲିଥିଲେ । ଆଉ ଯାହା ପରେ ପ୍ରକୃତି କ୍ରୋଧିତ ହୋଇ ଯାଇଥିଲେ ।

ଏହାପରେ ସେ ଏପରି କାଷ୍ଟିଂ କାଉଚ୍ ରେ ତାଙ୍କୁ ଫସାଇବା ପାଇଁ ଯୋଜନା କରି ଏପରି କରିଛନ୍ତି । ଅନ୍ୟ ପକ୍ଷରେ ଜସ୍ମିନ ରଥଙ୍କ ବାବଦରେ ଟୁଟୁ ନାୟକ କହିଛନ୍ତି କି , ଯେଉଁ ଝିଅର କିଛି ନିଷ୍ପତ୍ତି ତାର ବାପା ମାଆ ନିଅନ୍ତି ନାହିଁ , ଏପରି ଝିଅକୁ କେବେ ସେ ତାଙ୍କ ଫିଲ୍ମରେ ନେବାକୁ ଚାହୁଁ ନାହାଁନ୍ତି । କାହିଁକି ନା ଜସ୍ମିନଙ୍କୁ ସେ ତାଙ୍କ ଫିଲ୍ମରେ ନେବା ପାଇଁ ଫାଇନାଲ କରି ଦେଇଥିଲେ ।

କିନ୍ତୁ ଜସ୍ମିନଙ୍କ ବାପା ମାଆଙ୍କ ସହିତ ସେ ଯେତେବେଳେ କଥା ହେବାକୁ ଚାହିଁଥିଲେ , ସେତେବେଳେ ତାଙ୍କ ପ୍ରେମିକ ଫୋନ୍ କରି କହିଥିଲେ ମୁଁ ଜସ୍ମିନ କଥା ବୁଝିବି । ତେଣୁ କରି ସେମାନେ ରାଗ ରଖି ଏପରି କାମ କରିଛନ୍ତି ବୋଲି ଟୁଟୁ ନାୟକ କହିଛନ୍ତି ।

Leave a Reply

Your email address will not be published. Required fields are marked *