ଠାକୁର ଘରୁ ଏହି ଜିନିଷ ତୁରନ୍ତ ହଟାଇ ଦିଅନ୍ତୁ ନଚେତ ବର୍ବାଦ ହୋଇଯିବେ

ସମସ୍ତଙ୍କ ଘରେ ଏକ ସ୍ୱତନ୍ତ୍ର ପୂଜା ଘର ରହିଥାଏ । ଯେଉଁଠି ଭିନ୍ନ ଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ସ୍ଥାପିତ ରହିଥାଏ । କିନ୍ତୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ କେଉଁ ଦୁଇ ଦେବା ଦେବୀଙ୍କ ମୂର୍ତ୍ତି ପୂଜା ଘରେ ରଖିଲେ ରାଜଯୋଗ ହୋଇଥାଏ ଏବଂ ଘରେ ସବୁବେଳେ ସୁଖ ଶାନ୍ତି ବଜାୟ ରହିବା ସହିତ ସମୃଦ୍ଧି ମଧ୍ୟ ହୋଇଥାଏ ।

୧ . ଶ୍ରୀକୃଷ୍ଣ ଏବଂ ରାଧା :-

ଯଦି ଆପଣ ଘରେ କୃଷ୍ଣଙ୍କ ମୂର୍ତ୍ତି ରଖୁଛନ୍ତି ତେବେ ନିଶ୍ଚିତ ଭାବରେ ଶ୍ରୀରାଧାଙ୍କ ମୂର୍ତ୍ତି ମଧ୍ୟ ରଖନ୍ତୁ ଯାହାକି ଯୁଗଳ ଭାବରେ ଥିବ । ଏହାଦ୍ବାରା ପରିବାରରେ କେବେବି କ୍ଳେଶ ରହେନାହିଁ । ଏହାଛଡ଼ା ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ମଧୁର ହୋଇଥାଏ ।

୨ . ନାରାୟଣଙ୍କ ସହିତ ଲକ୍ଷ୍ମୀ :-

ଯଦି ଆପଣ ନିଜ ପୂଜା ଘରେ ବିଷ୍ଣୁଙ୍କୁ ପୂଜା କରୁଛନ୍ତି ତେବେ ତା ସହିତ ଲକ୍ଷ୍ମୀଙ୍କ ମୂର୍ତ୍ତି ମଧ୍ୟ ସ୍ଥାପନ କରନ୍ତୁ ଏବଂ ପୂଜା କରନ୍ତୁ । ସାଥିରେ ଲକ୍ଷ୍ମୀ ନାରାୟଣଙ୍କ ମୂର୍ତ୍ତି ସ୍ଥାପନା କରି ପୂଜା କଲେ ଘରେ ସୁଖ ଶାନ୍ତି ଏବଂ ଧନର ଅଭାବ ହୁଏ ନାହିଁ ।

୩ . ଲକ୍ଷ୍ମୀ ଏବଂ ଗଣେଶ :-

ଯଦି ଆପଣ ପୂଜା ଘରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ପୂଜା କରୁଛନ୍ତି ତେବେ ତାହାର ବାମ ପଟେ ଭଗବାନ ଶ୍ରୀଗଣେଶ ଏବଂ ଭଗବାନ ସ୍ତ୍ରୀ କୁବେରଙ୍କ ମୂର୍ତ୍ତି ସ୍ଥାପନ କରି ପୂଜା କରିବା ଉଚିତ । କାରଣ ଯେଉଁଠି ମାତା ଲକ୍ଷ୍ମୀ ଧନ ଦିଅନ୍ତି ସେଠାରେ ଶ୍ରୀ ଗଣେଶ ବୃଦ୍ଧି ସିଦ୍ଧି ଏବଂ ଜ୍ଞାନ ଦେଇଥାନ୍ତି । ତେଣୁ ମାତା ଲକ୍ଷ୍ମୀଙ୍କ ସହିତ ଗଣେଶଙ୍କ ପୂଜା କଲେ କେବେବି ଧନର ଅଭାବ ଘରେ ପରିଲକ୍ଷିତ ହୁଏ ନାହିଁ ।

୪ . ଭଗବାନ ରାମଙ୍କ ମୂର୍ତ୍ତି ଏବଂ ହନୁମାନଙ୍କ ମୂର୍ତ୍ତି :-

ଆପଣ ଚାହିଁଲେ ଘରେ ହନୁମାନଙ୍କ ମୂର୍ତ୍ତି ରଖି ପୂଜା କରି ପାରିବେ । ଆଉ ଯଦି ଆପଣ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ମୂର୍ତ୍ତି ରଖି ପୂଜା କରୁଛନ୍ତି ତେବେ ଉଭୟ ରାମ ଏବଂ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । କାରଣ ହନୁମାନ ରାମଚନ୍ଦ୍ରଙ୍କର ସବୁଠାରୁ ବଡ଼ ଭକ୍ତ ଥିଲେ । ନଚେତ ଆପଣ ରାମ ଦରବାରର ଫୋଟକୁ ମଧ୍ୟ ପୂଜା କରିପ ପାରିବେ । ଏହାଦ୍ବାରା ଅନେକ ଦେବଦେବୀଙ୍କ ଆରାଧନା ହୋଇଥାଏ । ଏହାଦ୍ବାରା ରାଜଯୋଗର ପ୍ରାପ୍ତି ହୋଇଥାଏ ।

୫ . ତ୍ରିଦେବଙ୍କ ମୂର୍ତ୍ତି :-

ଆପଣ ପୂଜା ଘରେ ତ୍ରିଦେବଙ୍କ ମୂର୍ତ୍ତି ଏକା ସାଥିରେ ପୂଜା କରିବା ଉଚିତ ଏହାଦ୍ବାରା ସବୁ ପ୍ରକାରର ବାଧା ବିଘ୍ନ ଦୂରେଇ ଯାଏ ଏବଂ ପ୍ରଗତି ମିଳିଥାଏ ।

କେଉଁ ମୂର୍ତ୍ତି ସ୍ଥାପନ କରିବା ଉଚିତ ନୁହେଁ :-
୧ . ଅଯୁଗ୍ମ ସଂଖ୍ୟକ ଗଣେଶ ମୂର୍ତ୍ତି :-

ପୂଜା ଘରେ ଅଯୁଗ୍ମ ସଂଖ୍ୟକ ଗଣେଶ ମୂର୍ତ୍ତି ରଖିବା ଅଶୁଭ ଅଟେ । ଏବଂ ଗଣେଶ ମୂର୍ତ୍ତିକୁ ସବୁବେଳେ ମୁଖ୍ୟ ଦ୍ୱାର ଦିଗକୁ ହିଁ ରଖି ପୂଜା କରିବା ଉଚିତ । ଏହାଦ୍ୱାରା ଧନପାପ୍ତି ହୋଇଥାଏ ।

୨ . ଆଙ୍ଗୁଠି ଆକାର ଠାରୁ ବଡ଼ ଶିବ ଲିଙ୍ଗ :-

ଏମିତିରେ ତ ଘରେ ଶିବ ଲିଙ୍ଗ ରଖିବା ଉଚିତ ନୁହେଁ । କିନ୍ତୁ ଯଦିବି ଆପଣ ରଖୁଛନ୍ତି ତେବେ ଆଙ୍ଗୁଠି ଆକାର ଠାରୁ ବଡ଼ ଶିବ ଲିଙ୍ଗ ରଖନ୍ତୁ ନାହିଁ । ଏହାବ୍ୟତୀତ ଏକାଧିକ ଶିବଲିଙ୍ଗ ରଖନ୍ତୁ ନାହିଁ । ଭୁଲରେ ବି ଶିବଲିଙ୍ଗ ଉପରେ ତୁଳସୀ ପତ୍ର ରଖନ୍ତୁ ନାହିଁ । ନଚେତ ସବୁ ଦେବୀ ଦେବତା କ୍ରୋଧିତ ହୋଇ ଯାଆନ୍ତି ।

୩ . ବସିଥିବା ହନୁମାନ ମୂର୍ତ୍ତି :-

ଯଦି ଆପଣ ଘରେ ହନୁମାନ ମୂର୍ତ୍ତି ରଖୁଛନ୍ତି ତେବେ କେବଳ ବସିଥିବା ହନୁମାନ ମୂର୍ତ୍ତି ରଖନ୍ତୁ । ଏହାବ୍ୟତୀତ ଛୋଟ ଆକାରର ମୂର୍ତ୍ତି ହିଁ ରଖନ୍ତୁ । ବିବାହିତ ଦମ୍ପତ୍ତି ଭୁଲରେ ବି ନିଜ ରୁମରେ ହନୁମାନଙ୍କ ଫୋଟ ରଖିବା ଉଚିତ ନୁହେଁ ନଚେତ ବୌବହିକ ଜୀବନରେ ସମସ୍ୟା ଆସିବାର ସମ୍ଭାବନା ରହିଛି ।

୪ . ମାତା ଦୁର୍ଗାଙ୍କ କ୍ରୋଧିତ ମୂର୍ତ୍ତି କିମ୍ବା ଫୋଟ :-

ଯଦି ଆପଣ ଘରକୁ ମାତା ଦୁର୍ଗାଙ୍କ ମୂର୍ତ୍ତି ଆଣିବାକୁ ଚାହୁଁଛନ୍ତି ତେବେ କ୍ରୋଧିତ ଫୋଟ କିମ୍ୱା ମୂର୍ତ୍ତି ଆଣନ୍ତୁ ନାହିଁ । ସର୍ବଦା ଶାନ୍ତ ଅବସ୍ଥାର ଫୋଟ ହିଁ ଆଣିବା ଉଚିତ ।

Leave a Reply

Your email address will not be published. Required fields are marked *