ଲାଞ୍ଚ ନେବା ମହିଳା SI ଙ୍କୁ ପଡ଼ିଲା ମହଙ୍ଗା । ୨୦,୦୦୦ ଟଙ୍କା କୁକୁଡ଼ା ମାଂସ ନେଇଗଲା ଚାକିରୀ ।

ଆଜିକାଲି ସରକାରୀ କ୍ଷେତ୍ରରେ ଥାଇ ମଧ୍ୟ ଅଧିକାରୀ ମାନେ ଲାଞ୍ଚ ନେଉଛନ୍ତି । ଅନେକ ସମୟରେ ଏଭଳି ଘ-ଟଣା ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ । ପୁଣି କେତେବେଳେ ସରକାରୀ ଅଧିକାରୀ ହାତକୁ ହାତ ଲାଞ୍ଚ ନେଉଥିବାର ଭିଡ଼ିଓ ମଧ୍ୟ ଭାଇରଲ ହୋଇଥାଏ । ବର୍ତ୍ତମାନ ସମୟରେ ମଧ୍ୟ ଏହିଭଳି ଏକ ଘ-ଟଣା ସାମ୍ନାକୁ ଆସିଛି । ଜଣେ ମହିଳା ଏସଆଇଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି । ଯେଉଁ କାରଣରୁ ତାଙ୍କର ଚାକିରୀ ମଧ୍ୟ ଚାଲି ଯାଇଛି । ସୂଚନା ଅନୁଯାୟୀ ଅଟୋରେ ଗ-ଞ୍ଜେଇ କାରବାର ହେଉଥିବାର ଏକ ମାମ-ଲା ଆସିଥିଲା । ଗଜପତି ମୋହନା ଥା-ନା ନୁଣ୍ଡୁଜ ପ୍ରେରିତ ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ଅଟୋରେ ଗ-ଞ୍ଜେଇ ଚା-ଲାଣ ମାମ-ଲାରେ ଛନ୍ଦି ହୋଇ ମୋହନା ଥା-ନାରେ ଅଟକ ଥିଲେ ।

କିନ୍ତୁ ସେହି ଅଟୋକୁ ଛାଡ଼ି ଦେବାପାଇଁ ମୋହନା ଥା-ନାର ଏସଆଇ ଜ୍ୟୋତ୍ସ୍ନା ରୟ ୨୦,୦୦୦ ଟଙ୍କା ଓ କୁକୁଡ଼ା ମାଂସ ଖାଇବେ ବୋଲି ଡି-ମାଣ୍ଡ କରିଥିଲେ । ପ୍ରେରିତ ମାଝୀ ଏସଆଇ ଜ୍ୟୋତ୍ସ୍ନା ରୟଙ୍କୁ ୨୦,୦୦୦ ଟଙ୍କା ଦେବା ସହିତ କୁକୁଡ଼ା ମାଂସ ତରକାରୀ ମଧ୍ୟ ଦେଇଥିଲେ । ତେବେ ଏସବୁ ଦେବା ପରେବି ସୁଦ୍ଧା ଏସଆଇ ଜ୍ୟୋତ୍ସ୍ନା ରୟ ତାଙ୍କ ଗାଡ଼ିକୁ ଛାଡ଼ି ନଥିଲେ । ତାପରେ ପ୍ରେରିତ ମାଝୀ ଗଜପତି ଆରକ୍ଷୀ ଅଧ୍ୟକ୍ଷ ବସନ୍ତ କୁମାର ସେଠୀଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଭି-ଯୋଗ କରିବା ପରେ ଏସଆଇ ଜ୍ୟୋତ୍ସ୍ନା ରୟଙ୍କର ବଦଳି ହୋଇଥିଲା ।

ଏମିତିକି ସେ ନେଇଥିବା ୨୦,୦୦୦ ଟଙ୍କା ମଧ୍ୟ ଫେରାଇ ଦେଇଥିଲେ । କିନ୍ତୁ ଏସଆଇଙ୍କର ଏତିକିରେ ରା-ଗ ଶାନ୍ତ ହୋଇ ନଥିଲା । ମହିଳା ଏସଆଇ ଜ୍ୟୋତ୍ସ୍ନା ଅଭି-ଯୋଗକାରୀ ପ୍ରେରିତଙ୍କୁ କିଛି ବ୍ୟକ୍ତିଙ୍କ ସହଯୋଗରେ ଅପ-ହରଣ କରିନେଇ ଏକ ସାଧା କାଗଜରେ ଦସ୍ତଖତ କରିବା ପାଇଁ ବାଧ୍ୟ କରିଥିଲେ । ଭ-ୟରେ ପ୍ରେରିତ କାଗଜରେ ଦସ୍ତଖତ କରିବା ପରେ ନିଜକୁ ନି-ର୍ଦୋଷ ପ୍ରମାଣିତ କରିବାର ଏକ ଲେଖା ନିଜେ ପ୍ରସ୍ତୁତ କରି ମୋହନା ଥା-ନା ଅଧିକାରୀଙ୍କୁ ଦେଇଥିଲେ । ପରେ ପ୍ରେରିତ ମୋହନା ଥା-ନାରେ ତାଙ୍କୁ ଅପ-ହରଣ କରାଯାଇଥିବା କହି ମହିଳା ଏସଆଇଙ୍କ ବିରୋ-ଧରେ ଏକ ଲିଖିତ ଅଭି-ଯୋଗ କରିଥିଲେ ।

ଅଭି-ଯୋଗ ପରେ ତ-ଦନ୍ତ କରି ଗଜପତିର ଆରକ୍ଷୀ ଅଧ୍ୟକ୍ଷ ବସନ୍ତ କୁମାର ସେଠୀ ଏବେ ଏସଆଇ ଜ୍ୟୋତ୍ସ୍ନା ରୟଙ୍କୁ କାର୍ଯ୍ୟରୁ ନିଲ-ମ୍ବିତ କରିଛନ୍ତି । ତେବେ ମହିଳା ଏସଆଇଙ୍କ ବିରୋ-ଧରେ କା-ର୍ଯ୍ୟାନୁ-ଷ୍ଠାନ ହୋଇଥିବା ଗଜପତି ଏସପି କହିଛନ୍ତି ।

Leave a Reply

Your email address will not be published. Required fields are marked *