ଘର ଉପର ଏହିସବୁ ଗଛର ଛାଇ ନ ପଡ଼ିବା ଦରକାର, ଜାଣନ୍ତୁ ସେହିସବୁ ଗଛ ବିଷୟରେ।

ମଣିଷ ଜୀବନରେ ବାସ୍ତୁ ଶାସ୍ତ୍ରର ମହତ ବହୁତ୍ କିଛି। ସୃଷ୍ଟିର ନିର୍ମାଣ ସମୟରେ ବିଶ୍ଵକର୍ମା ବାସ୍ତୁ ଶାସ୍ତ୍ରର ରଚନା କରିଥିଲେ।ବାସ୍ତୁ ଶାସ୍ତ୍ରରେ ଏତେ ନିୟମ ଅଛି ଯେ ଗୋଟେ ମନୁଷ୍ୟ ତା ଜିବନ କାଳ ଭିତରେ ସବୁ ମାନିପାରିବ ନାହିଁ କିନ୍ତୁ ସେ ଯଦି କିଛି ମହତପୂର୍ଣ୍ଣ ନିୟମକୁ ପାଳନ କରି ସୁଖ ଶାନ୍ତିରେ ରହି ପାରିବ।

ଘର ତିଆରି କଲେ ଯେମିତି ପ୍ରଥମେ ଭୂମି ପରୀକ୍ଷା କରାଯାଏ, ଘର ପାଖରେ ଥିବା ବଡ଼ବଡ଼ ଗଛ,ପାହାଡ଼,ନଦୀ ଇତ୍ୟାଦି ଦେଖାଯାଏ ସେମିତି ଘର କେଉଁ ଦିଗରେ ହେବ ଏ ବିଷୟରେ ଜାଣିବା ନିହାତି ଜରୁରୀ। ଯେ କୌଣସି ଦିଗରେ ଘରର ନିର୍ମାଣ କଲେ ଅଶୁଭ ହେଇଥାଏ। ବାସ୍ତୁ ଶାସ୍ତ୍ରରେ ଅନେକ ପ୍ରକାର ବାସ୍ତୁ ଦୋଷ ବିଷୟରେ ବର୍ଣ୍ଣନା କରାଯାଇଛି।ଏବେ ଆମେ ଘର ଉପରେ ଛାଇ ପଡ଼ିଲେ କ’ଣ ହେବ ସେ ବିଷୟରେ ଜାଣିବା।

ଘରର ଆଗରେ ଗଛ, ନାଳ,ଖୁମ୍ବ,ଜମି ରହିଥିବା ପାଣି, ରହିଲେ ବାସ୍ତୁ ଦୋଷ ଦେଖାଯାଏ। ବାସ୍ତୁ ଶାସ୍ତ୍ରରେ ଅନେକ ପ୍ରକାର ବେଦର ବର୍ଣ୍ଣନା କରାଯାଇଛି। ଦ୍ଵାର ବେଦ, ସ୍ୱର୍ ବେଦ, ବୃକ୍ଷ ବେଦ ଇତ୍ୟାଦି। ଆସନ୍ତୁ ଜାଣିବା କିଛି ଭୟଙ୍କର ବାସ୍ତୁ ଦୋଷ ବିଷୟରେ ଯେଉଁଥିପାଇଁ ମଣିଷକୁ ସାରା ଜୀବନ ଦାରିଦ୍ର୍ୟତା ଭୋଗ କରିବାକୁ ପଡ଼ିଥାଏ।

ଦ୍ଵାର ବେଦ –

ଯଦି ଘରର ଆଗରେ କୌଣସି ପ୍ରକାରର ଗଛ ଥାଏ ତେବେ ଦ୍ଵାର ବେଦ ଦେଖାଯାଏ। ଯେଉଥିପାଇଁ ଘରର ଲୋକଙ୍କୁ ସବୁବେଳେ ଦୁଃଖରେ ରହିବାକୁ ପଡେ ଏବଂ ସବୁବେଳେ ଅପମାନିତ ହେବାକୁ ପଡ଼େ। ଘରର ଆଗରେ କୂଅ ଏବଂ ପାଣିଟାଙ୍କି ନ ରହିବା ଦରକାର।

ସ୍ଵର୍ ବେଦ –

କବାଟ ଖୋଲିଲେ ଏବଂ ବନ୍ଦ ଗଲାବେଳେ ମାଟିରେ ଘୋଷାଡି ହେଇ ଶୁଣା ଯାଉଥିବା ଶଦ୍ଦକୁ ସ୍ଵର୍ ବେଦ କୁହାଯାଏ।ଯେଉଥିପାଇଁ ଘରର ଲୋକମାନଙ୍କ ମଧ୍ୟରେ ସବୁବେଳେ ଝଗଡା ହୁଏ।

ଛିଦ୍ର ବେଦ –

ଘରର ପଛ ପଟ କାନ୍ଥ ଏବଂ କବାଟରେ ଛୁଞ୍ଚି ପରି ଟିକେ ବି କଣା ନ ରହିବା ଦରକାର ଯାହାଦ୍ଵାରା ଘରେ ଖରାପ ଶକ୍ତିମନେ ପ୍ରବେଶ କରନ୍ତି। ଯାହା ଫଳରେ ଘରେ ଅସୁସ୍ଥତା, ଧନ ହାନି ପରି ଅନେକ ସମସ୍ୟା ଦେଖାଯାଏ।

ବୃକ୍ଷ ବେଦ –

ଘରର ମୁଖ୍ୟ ଦ୍ଵାରରେ କୌଣସି ପ୍ରକାର ବୃକ୍ଷ ରହିଲେ ବୃକ୍ଷ ବେଦ ଉତ୍ପନ ହୁଏ। ଯଦି ଗଛର ଛାଇ ଘର ଉପରେ ପଡେ ଘରର କ୍ଷତି ହୋଇଥାଏ। ଯଦି ଘର ଉପରେ ତେନ୍ତୁଳି ଗଛର ଛାଇ ପଡେ ତେବେ ଘର ମୁଖ୍ୟଙ୍କର ଆୟୁଷ କମିଯାଏ। ଯଦି ଘର ଆଗରେ ଭଣ୍ଡା ଗଛର ଛାଇ ପଡେ ତେବେ ଘରର ମୁଖ୍ୟଙ୍କ ମନରେ ସବୁବେଳେ ଡର ସୃଷ୍ଟି ହୁଏ। ଘରର ଆଗରେ କ୍ଷୀରର ବୃକ୍ଷ ନଥିବା ଆବଶ୍ୟକ। ଘରର ଅଗଣାରେ ଚନ୍ଦନ ଗଛ ଲଗାଇ ପାରିବେ କିନ୍ତୁ ଘରର ଆଗରେ ଲଗାଇବେ ନାହିଁ ନହେଲେ ବହୁତ୍ ଅସୁବିଧା ହେବ। ଘରର ଆଗରେ ସବୁବେଳେ ତୁଳସୀ ଗଛ ରହିବା ଦରକାର। ବରଗଛର ଛାଇ ଘର ଉପରେ ନ ପଡ଼ିବା ଦରକାର କାରଣ ଏଥିପାଇଁ ଅନେକ ପ୍ରକାର ବାସ୍ତୁ ଦୋଷ ଦେଖାଯାଏ। ଘର ଆଗରେ କଦଳୀ,ବାଦାମ, ଅଙ୍କୁର, ଆମ୍ବ ଗଛ ଛାଇ ନପଡ଼ିବା ଦରକାର ଏବଂ ଘର ଆଗରେ କଣ୍ଟା ଗଛ ରହିଲେ ଘରେ ଅନେକ ପ୍ରକାର ସମସ୍ୟା ଦେଖାଯାଏ ସେଥିପାଇଁ ଘର ଆଗରେ କଣ୍ଟା ଗଛ ନଥିଲେ ବହୁତ୍ ଭଲ।

Leave a Reply

Your email address will not be published. Required fields are marked *