ସ୍ଵାମୀ ମାନଙ୍କର ପୋଷାକ ସଫା କରୁଥିବା ମହିଳା ଜାଣି ନିଅନ୍ତି ଏହି କଥା , ନଚେତ୍ ପରେ ହେବେ ହଇରାଣ , ହେବେ ଏହି ଦୁଃଖର ସମ୍ମୁଖୀନ

ଜୀବନରେ ସମସ୍ତେ ସବୁ ସୁଖ ପ୍ରାପ୍ତ କରିବାକୁ ଚାହିଁଥାନ୍ତି କିନ୍ତୁ ବେଳେ ବେଳେ ଏପରି କିଛି ଜିନିଷ ରହିଥାଏ , ଯାହା ସେମାନଙ୍କୁ ଆଗକୁ ବଢ଼ିବାକୁ ଦେଇ ନଥାଏ ଆଉ ଅନେକ ସମସ୍ୟାରେ ପକାଇ ଥାଏ । ତେବେ ମଣିଷ ନିଜ ଭୁଲ ପାଇଁ ହିଁ କଷ୍ଟ ଭୋଗିଥାଏ । ଏ କଥା ଆପଣ ସମସ୍ତେ ଆଶା ରଖିଥିବେ କି ଆପଣ ବି ଜୀବନରେ ଅନେକ ଟଙ୍କା ରୋଜଗାର କରନ୍ତୁ ଆଉ ବହୁତ୍ ଆଗକୁ ବଢନ୍ତୁ କିନ୍ତୁ ଥରେ ଥରେ ଏପରି ହୋଇ ପାରି ନଥାଏ , ତେବେ ଆସନ୍ତୁ ଆଜି ସେ ବିଷୟରେ ଜାଣି ନେବା ।

ଏପରି କଣ ରହିଛି , ଯାହା ମଣିଷକୁ ଆଗକୁ ବଢ଼ିବାକୁ ଦେଇ ନଥାଏ ଆଉ ତାର ଧନ ହାନି କରିଥାଏ । ତେବେ ଗୋଟିଏ କଥା ଜାଣି ରଖନ୍ତୁ କି , ଏହା ମଧ୍ୟରୁ ଗୋଟିଏ ଅଭ୍ୟାସ ଆମ ଗାଧୋଇବା ସହିତ ଜଡିତ ହୋଇ ରହିଛି । ଜୀବନରେ ଧନ ସଂପତ୍ତି ପାଇବାକୁ ଚାହୁଁଥିଲେ ଭୁଲରେ ମଧ୍ୟ ଏହି କାମ କରନ୍ତୁ ନାହିଁ । ଗାଧୋଇବା ପରେ ଆପଣ ଯେଉଁ ବାଲଟି ରେ ଗାଧୋଉଛନ୍ତି , ସେହି ବାଲଟି ର ପାଣି ଅଧା ଛାଡନ୍ତୁ ନାହିଁ । ଏହା ଦ୍ବାରା ଧନ ହାନି ହୋଇଥାଏ ।

ସଦାବେଳେ ଗାଧୋଇ ସାରିବା ପରେ ବାଲଟି କୁ ଓଲଟା କରି ରଖି ଆସନ୍ତୁ । ଆଉ ଏକ କଥା ମନେରଖନ୍ତୁ କି , କେବେ ମଧ୍ୟ ପୁରୁଷ ମାନଙ୍କୁ ନିଜ ଅନ୍ତ ବସ୍ତ୍ରକୁ ମହିଳା ମାନଙ୍କୁ ଧୋଇବା ପାଇଁ ଦେବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ଆଉ ଅଶାନ୍ତି ଦେଖା ଦେଇଥାଏ । ଏହାବ୍ୟତୀତ ଆଉ ଏକ କଥା ଜାଣି ରଖନ୍ତୁ , ଗାଧୋଇ ସାରିବା ପରେ ସାଙ୍ଗେ ସାଙ୍ଗେ ଗୋଡ ଧୋଇବା ଉଚିତ୍ ନୁହେଁ ।

ଏପରି କରିବା ଦ୍ବାରା ଭଗବାନ ଋଷି ଯାଇଥାନ୍ତି । ଗାଧୋଇ ସାରିବା ପରେ ଭଗବାନଙ୍କୁ ପୂଜା କରିବା ଉଚିତ୍ ଆଉ ତାଙ୍କ ପ୍ରାର୍ଥନା କରିବା ଉଚିତ୍ । ଗାଧୋଇ ସାରିବା ପରେ ତୁରନ୍ତ ବିବାହିତା ମହିଳା ମାନଙ୍କୁ ସିନ୍ଦୂର ଲଗାଇବା ଉଚିତ୍ ନୁହେଁ । ଏହାଦ୍ବାରା ସେମାନଙ୍କ ସ୍ଵାମୀ ମାନଙ୍କର ଆୟୁ ଘଟିବା ସହିତ ସିନ୍ଦୂର ର ଅପମାନ ଭାବରେ ବିବେଚନା କରା ଯାଇଥାଏ । ଆଉ ଏକ କଥା ଜାଣି ନିଅନ୍ତୁ କି , ଗାଧୋଇ ସାରିବା ପରେ ନିଶ , ଦାଢ଼ି ସଫା କରିବା ଉଚିତ୍ ନୁହେଁ । ଏପରି କଥା ଅତ୍ୟନ୍ତ ଅଶୁଭ ହୋଇଥାଏ ।

ତେବେ ଆପଣ ଜାଣି ରଖିବେ କି , ଗାଧୋଇ ସାରିବା ପରେ ଖାଲି ପେଟରେ ଅଗ୍ନୀକୁ ଛୁଇଁବା ଉଚିତ୍ ନୁହେଁ । ତେଣୁ ଆପଣ କିଛି ଫଳ ଖାଇବା ପରେ ମାଆ ଅନ୍ନପୂର୍ଣ୍ଣାଙ୍କୁ ପ୍ରାର୍ଥନା କରି ଅଗ୍ନି ଛୁଇଁ ପାରିବେ । ନଦୀ କିମ୍ବା ପୋଖରିରେ ଗାଧୋଇବା ସମୟରେ ପ୍ରଥମେ ନଦୀକୁ ପ୍ରଣାମ କରି ଗାଧୋଇବା ଉଚିତ୍ ଆଉ ଗାଧୋଇ ସାରିବା ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଉଚିତ୍ । ଘରେ ଯଦି ଦୁଇ ଜଣ ବ୍ୟକ୍ତି ଏକା ସହିତ ଗାଧୋଉଛନ୍ତି , ତେବେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ ।

ଗାଧୋଇବା ସମୟରେ ଦକ୍ଷିଣ ଦିଗକୁ ମୁହଁ କରି ଗାଧୋଇବା ଉଚିତ୍ ନୁହେଁ । ଏହା ପିତୃ ଦିଗ ହୋଇଥାଏ । ଗାଧୋଇ ସାରିବା ପରେ ଛୋଟ ପିଲା ମାନଙ୍କୁ କଳା ଟିକା ସାଙ୍ଗେ ସାଙ୍ଗେ ଲଗାଇବା ଉଚିତ୍ । ଏହା ବ୍ୟତୀତ ଆଉ ଏକ କଥା ଜାଣି ନିଅନ୍ତୁ କି , କେବେ ମଧ୍ୟ ସନ୍ଧ୍ୟା ସମୟରେ ଅର୍ଥାତ୍ ସୂର୍ଯ୍ୟ ଅସ୍ତ ସମୟରେ ଗାଧୋଇବା ଠିକ୍ ନୁହେଁ ।

Leave a Reply

Your email address will not be published. Required fields are marked *