ସ୍ତ୍ରୀଙ୍କ ସହିତ ଝଗଡା ପାଇଁ ନିଜେ କରୁଛନ୍ତି ଅନୁଭବ ଜୋତା ପଲିସି ।

ଅନୁଭବ ମହାନ୍ତି ନିଜେ କରୁଛନ୍ତି ନିଜର ଜୋତା ପଲିସି । ସ୍ତ୍ରୀଙ୍କ ସହ ଝଗଡା ପରେ ଅନୁଭବ ମହାନ୍ତିଙ୍କ ଜୋତା ପଲିସି । ବନ୍ଧୁଗଣ ସେଲିବ୍ରିଟି ମାନଙ୍କ ବାସ୍ତବ ଜୀବନ କେମିତି ସେ ତାଙ୍କ ବ୍ୟକ୍ତିଗତ ଜୀବନରେ କଣ କରନ୍ତି କିପରି ଚଳନ୍ତି । ନିଜ କାମ ନିଜେ କରନ୍ତି ନା ସେମାନଙ୍କ କାମ ଆଉ କେହି କରନ୍ତି ଏ ସବୁ ଜାଣିବା ପାଇଁ ଚାହାଁନ୍ତି ତାଙ୍କୁ ଭଲ ପାଉଥିବା ତାଙ୍କର ପ୍ରଶଂସକ ମାନେ । ତେବେ ବନ୍ଧୁଗଣ ଏହାରି ଭିତରେ ଏକ ବଡ ଖବର ଦେଖିବାକୁ ମିଳିଛି । ଅନୁଭବ ମହାନ୍ତି ମାନେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ନିଜ ହାତରେ କରୁଛନ୍ତି ନିଜର ଜୋତା ପଲିସି ।

ହଁ ଆଜ୍ଞା ଏହା କିଛି ଚକିତ କଲା ଭଳି କଥା ନୁହେ କାରଣ ସାଧାରଣତ ଦେଖିବାକୁ ମିଳେ ଯେବେ ଯେବେ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଝଗଡା ହୁଏ ଏମିତି କାମ ସ୍ବାମୀଙ୍କୁ କରିବାକୁ ପଡେ । ଆଉ ସ୍ବାମୀ ସ୍ତ୍ରୀଙ୍କ ଝଗଡା କୋର୍ଟରେ ଚାଲୁଥିଲେ ସ୍ବାମୀଙ୍କୁ ଏମିତି କାମ କରିବାକୁ ପଡେ । ଏମିତି ଅନେକ ଘଟଣା ଦେଖିବାକୁ ମିଳେ ଆଉ ଶୁଣିବାକୁ ମଧ୍ୟ ମିଳେ ।

ହେଲେ ଗାଡ଼ି ଭିତରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ନିଜେ ଯେତେବେଳେ ନିଜ ହାତରେ ନିଜ ଜୋତା ଧରି ପଲିସି କରୁଛନ୍ତି ସେତେବେଳେ ଅନୁଭବଙ୍କ ପ୍ରସଂଶକ ମାନଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେଉଛି । କାରଣ ଅନୁଭବ ଜଣେ ସାଂସଦ ଆଉ ଜଣେ ଅଭିନେତା ହୋଇଥିବା ବେଳେ ଅନୁଭବ ନିଜେ ଏଇ କାମ କରିବା ତାଙ୍କ ପ୍ରଶଂସକ ମାନଙ୍କୁ ସାମାନ୍ୟ ଖଟକା ଲାଗୁଛି ।

ହେଲେ ଅନୁଭବ ମହାନ୍ତି କିନ୍ତୁ ଜୋତା ପଲିସି କରିବା ସମୟରେ କହୁଛନ୍ତି ଛୋଟ ବେଳୁ ତାଙ୍କୁ ନିଜ କାମ କରିବାକୁ ଭଲ ଲାଗେ । ନିଜ ଡ୍ରେସ୍ ଆଇରନ କରିବା ହେଉ , ନିଜ ଜୋତା ପଲିସି କରିବା ହେଉ କି ନିଜର ଡ୍ରେସ୍ ସଜାଇ ରଖିବାକୁ ହେଉ । ନିଜ କାମ ନିଜେ କରିବାକୁ ଅନୁଭବ ମହାନ୍ତି ଖୁବ୍ ପସନ୍ଦ କରନ୍ତି । କେବଳ ଜିନିଷ ନୁହେଁ ଅନୁଭବ ମହାନ୍ତି ଯାହାଙ୍କୁ ଭଲ ପାଆନ୍ତି ତାଙ୍କର ବି ନିଜ ହାତରେ ଯତ୍ନ ନିଅନ୍ତି ଏଇ ଯେମିତି ନିଜ ବାପା ମାଙ୍କର ଯତ୍ନ ନେଉଥିବା ଅନେକ ସମୟରେ ଦେଖିବାକୁ ମିଳେ ।

ଆଉ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ତାଙ୍କ ଜୀବନରେ ଏବେ ବହୁତ୍ ବେସ୍ତ ରହୁଛନ୍ତି । କେତେବେଳେ ରାଜନୀତି ସଭା କାର୍ଯ୍ୟକୁ ଯାଇ ଭାଷଣ ଦେଉଛନ୍ତି ତ ଆଉ କେତେବେଳେ ନିଜ ସିନେମାର ପ୍ରମୋସନ୍ କରାଉଛନ୍ତି । କେତେବେଳେ ଜନତାଙ୍କ ପାଖରେ ପହଞ୍ଚି ସେବା କରୁଛନ୍ତି ତ ଆଉ କେତେବେଳେ ପୁଣି ଷ୍ଟେଜ ପୋଗ୍ରମ୍ କରୁଛନ୍ତି । ଆଉ ଏହାରି ଭିତରେ କୋର୍ଟରେ ତାରିଖ ଆସିଲେ କୋର୍ଟରେ ମଧ୍ୟ ଉପସ୍ଥିତ ହେଉଛନ୍ତି ।

ତେବେ କୋର୍ଟରୁ ସିଧା ଲୋକଙ୍କ ପାଖକୁ ଯିବା ବେଳେ ଅନୁଭବ ମହାନ୍ତି ସମୟ ପାଉ ନାହାନ୍ତି ନିଜର ଜୋତା ପଲିସି କରିବାକୁ । ସେଥିପାଇଁ ଅନୁଭବ ମହାନ୍ତି ଗାଡ଼ି ଭିତରେ ବସି ଜୋତା ପଲିସି କରୁଥିବା ବେଳେ କହୁଛନ୍ତି ନିଜ କାମ ନିଜେ କରିବା କିଛି ଖରାପ କଥା ନୁହେଁ । ଆଉ ଏମିତିରେ କୌଣସି କାମ ଛୋଟ ବଡ ନୁହେଁ । ହେଲେ ଏହାକୁ ନେଇ ଲୋକେ କହୁଛନ୍ତି ଯେତେବେଳେ ସ୍ବାମୀ ସ୍ତ୍ରୀଙ୍କ ଭିତରେ ଝଗଡା ହୁଏ ସେତେବେଳେ ଏମିତି ଜୋତା ପଲିସି କରିବାକୁ ପଡେ ସ୍ବାମୀ ମାନଙ୍କୁ ।

Leave a Reply

Your email address will not be published. Required fields are marked *