ସ୍ତ୍ରୀ ଥାଉ ଥାଉ ଅନ୍ୟ ଯୁବତୀ ସହିତ ଘରେ ପଶି କରୁଥିଲା ପ୍ରୀତି । ସ୍ତ୍ରୀ ଧରି କଲା ଝାଡ଼ୁ ବର୍ଷା

ଆଜିକାଲି ଦୁନିଆରେ ବିବାହର ମାନେ କିଛି ନାହିଁ । ଆଜିକାଲି ଲୋକଙ୍କ ମଧ୍ୟରେ ସେଭଳି ସ୍ନେହର ସମ୍ପର୍କ ନାହିଁ । ଯେତେ ଟେକ୍ନୋଲୋଜିରେ ଉନ୍ନତି ହେଉଛି ସେତେ ଲୋକଙ୍କ ମଧ୍ୟରେ ମାନବିକତା , ଭାବିବାର କ୍ଷମତା ଏବଂ ଇମୋସନ ମଧ୍ୟ ଲୋପ ପାଇବାରେ ଲାଗିଛି । କାରଣ ଆଜିକାଲି ଯେଉଁ ବିବାହ ଭଳି ପବିତ୍ର ସମ୍ପର୍କରେ ବାନ୍ଧି ହେବା ଲୋକଙ୍କ ଜୀବନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଜିନିଷ ଅଟେ ତାହାର ବର୍ତ୍ତମାନ କୌଣସି ଅର୍ଥ ନାହିଁ । ନିଜର ସ୍ତ୍ରୀ କିମ୍ବା ସ୍ୱାମୀ ଥାଉ ଥାଉ ଲୋକେ ପର ସ୍ୱାମୀ ଓ ସ୍ତ୍ରୀ ସହିତ ସମ୍ପର୍କ ରଖୁଛନ୍ତି । ଏଥିରେ କିଛି ପୀଡ଼ିତ ଭାଗ୍ୟକୁ ଆଦରି ରହି ଯାଉଛନ୍ତି ।

ଆଉ କିଛି ନ୍ୟାୟ ପାଇଁ ଲଢ଼େଇ କରୁଛନ୍ତି । ବର୍ତ୍ତମାନ ସମୟରେ ମଧ୍ୟ ଏଭଳି କିଛି ଘଟଣା ଶୁଣିବାକୁ ମିଳିଛି । ଯେଉଁଠି ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ଅନ୍ୟ ଜଣେ ଯୁବତୀ ଘରେ ପରକିୟା ପ୍ରୀତି କରୁଥିବାର ଧରି ନେଇଛି ଏବଂ ସ୍ୱାମୀ ଏବଂ ଉକ୍ତ ଯୁବତୀକୁ ମନ ଇଚ୍ଛା ମାଡ଼ ମଧ୍ୟ ମାରିଛି । ଉଭୟଙ୍କର ବିବାହ ୨୦୧୮ ମସିହାରେ ହୋଇଥିଲା ଏବଂ ବିବାହର ଏକ ବର୍ଷ ପରେ ହିଁ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଅନ୍ୟ ଜଣେ ଯୁବତୀଙ୍କ ସହିତ ସମ୍ପର୍କ ରଖିଥିବାର ସନ୍ଦେହ କରିଥିଲେ । ନିଜ ଶାଶୁ ଘର ଲୋକଙ୍କୁ ସବୁ ପ୍ରମାଣ ଦେଖାଇଲେବି ସୁଦ୍ଧା ପରିବାର ଲୋକେ ଆଦୋୖ ବିଶ୍ୱାସ କରୁନଥିଲେ ଏବଂ ଓଲଟା କହୁଥିଲେ ଯେ ତାଙ୍କ ପୁଅର କିଛିବି ଭୁଲ ନାହିଁ ।

ମାତ୍ର ବର୍ତ୍ତମାନ କିନ୍ତୁ ମହିଳା ଜଣକ ପୁରା ପ୍ରତ୍ୟେକ୍ଷ ପ୍ରମାଣ ସହିତ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ତୁରେଇକେଲା ବ୍ଲକର ଯନ୍ତ୍ରୀ ଗୋଲକ ବିହାରୀ ମାରାଣ୍ଡି । ସେ କେଉଁଝର ଜିଲ୍ଲାର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ହେଲେ ଯନ୍ତ୍ରୀ ବାବୁଙ୍କୁ ଘାରିଛି ପରକିୟା ନିଶା । ଗତକାଲି ରାତିରେ ସେ କପ୍ତିପଦା ଥାନା ମାଝିଆ ଗ୍ରାମର ଜଣେ ଯୁବତୀଙ୍କ ଘରେ ପଶି ପରକିୟା ପ୍ରୀତିରେ ମାତିଥିଲେ ।

ତେବେ ଯନ୍ତ୍ରୀଙ୍କ ସ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଯନ୍ତ୍ରୀ ଏବଂ ଉକ୍ତ ଯୁବତୀଙ୍କୁ ଧରିଥିଲେ । ଏହାପରେ ଉଦଳା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି । ଏପଟେ ମହିଳା ଜଣକ ଘଟଣାର ସମାଧାନ ସହିତ ଯଦି ତାଙ୍କ ସ୍ୱାମୀ ଉକ୍ତ ଯୁବତୀଙ୍କ ସହିତ ରହନ୍ତି ତେବେ ତାଙ୍କୁ ଭରଣ ପୋଷଣ ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *