ହସ୍ପିଟାଲ ବେଡ୍ ରେ ପଡ଼ି ସଂ-ଘର୍ଷ କରୁଛି ଅନୁରାଧା , କହୁଛି ମୋତେ ବଞ୍ଚାଇ ଦିଅ

କେତେବେଳେ ଯେ କଣ ହେବ , କେହି ବି ଜାଣି ନଥାଏ । ଆଉ ଠିକ୍ ଯେମିତି ହୋଇଗଲା ଅନୁରାଧାର । ବେଶ୍ ହସ ଖୁସିରେ ଜୀବନ ବଞ୍ଚୁଥିଲା ବାପା ମାଆ ଛେଉଣ୍ଡ ଅନୁରାଧା କିନ୍ତୁ କେଜାଣି କାହାର ନଜର ପଡ଼ିଗଲା ଆଉ ତାର ଏମିତି ହୋଇଗଲା । ପିଲାଟି ଦିନରୁ ବାପା ମାଆଙ୍କୁ ହରାଇଥିବା ଅନୁରାଧା ନିଜ ମାଉସୀ ଘରେ ରହୁଥିଲେ ଆଉ ପାଠ ପଢ଼ାପଢ଼ି କରୁଥିଲେ । ମାଉସୀ ତାର ମାଆ ଭଳି ଥିଲେ ଆଉ ତାଙ୍କ ସହିତ ବହୁତ ଭଲ ମିଶୁଥିଲେ । କିନ୍ତୁ ଯାହା କେହି ବି ଭାବି ନଥିଲେ ତାହା ହୋଇଗଲା ।

ସେଦିନ ଥିଲା ରଜ । ରଜରେ ସମସ୍ତେ କେତେ ଉପଭୋଗ କରିବେ ବୋଲି ଭାବିଥିଲେ । ଆଉ ଏହାରି ବିଷୟରେ ଅନୁରାଧା ମଧ୍ୟ ଭାବି ନେଇଥିଲେ କି , ସେ ଆଜି ସଜବାଜ ହୋଇ , ଅଳତା ଲଗାଇ , ନୂଆ ଡ୍ରେସ ପିନ୍ଧି ନିଜ ସାଙ୍ଗ ସାଥି ସହିତ ଦୋଳି ଝୁଲିବାକୁ ଯିବେ ଆଉ ଦିନ ସାରା ଆଜି ପିଠା ପଣା ଖାଇବେ । କିନ୍ତୁ ତାଙ୍କର ସବୁ ଆଶା ଆଉ ସବୁ ଇଚ୍ଛା , ସେହି ଆଶାରେ ହିଁ ରହିଗଲା । କାହିଁକି ନା କାର୍ ଚକ ତଳେ ଚାପି ହୋଇଗଲେ ଅନୁରାଧା । ସେଦିନ ମାର୍କେଟ ଯାଇଥିଲେ ଅନୁରାଧା । କିଛି କାମ ସାରି ଘରକୁ ଫେରୁଥିଲେ ।

କିନ୍ତୁ ହଠାତ୍ ନିମାପଡ଼ା ଅଞ୍ଚଳରେ ଏକ ଦ୍ରୁତ ବେଗରେ କାର୍ ଟିଏ ମାଡ଼ି ଆସିଥିଲା ଆଉ ଅନୁରାଧାଙ୍କୁ ୫୦ ମିଟର ବାଟ ଘୋଷାଡି ନେଇ ଯାଇଥିଲା । ଲୋକ ମାନେ ବଞ୍ଚାଇବା ପାଇଁ ଧାଇଁ ଯିବା ବେଳକୁ ସବୁକିଛି ଶେଷ ହୋଇ ଯାଇଥିଲା । କାର୍ ଚକା ତଳେ ଜୀବନ ଆଉ ମ-ରଣ ସହିତ ସଂ-ଘର୍ଷ କରୁଥିଲେ ଅନୁରାଧା । ଏପରିକି ତାଙ୍କ ଜୀବନ ଚାଲିଯିବ ବୋଲି ଲୋକେ ଭାବି ଦେଇଥିଲେ । କିନ୍ତୁ ଭଗବାନଙ୍କ ଆଶୀର୍ବାଦରୁ ତାଙ୍କ ନିଃ-ଶ୍ୱାସ ଚାଲିଥିଲା । ଆଉ ସ୍ଥାନୀୟ ଲୋକ ମାନେ ତାଙ୍କୁ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ତାଙ୍କୁ ନେଇ ଯାଇଥିଲେ ।

ତେବେ ସେଠାରେ ଡାକ୍ତର ତାଙ୍କ ଅବସ୍ଥା ବହୁତ ଖରାପ ଅଛି ବୋଲି କହି ଭୁବନେଶ୍ୱର ସ୍ଥାନାନ୍ତର କରି ଦେଇଥିଲେ । ଆଉ ସେଠାରେ ଏକ ଘରୋଇ ହସ୍ପିଟାଲରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ଦୁର୍ଘଟଣାରେ ଅନୁରାଧାଙ୍କ ମୁଣ୍ଡରେ ଆ-ଘାତ ଲାଗିବା ସହିତ ତାଙ୍କ ମୁଁହ ପୁରା ଖରାପ ହୋଇ ଯାଇଛି । ଯାହାର ପ୍ଲାଷ୍ଟିକ ସର୍ଜରୀ ହେବ ବୋଲି ଡ଼ାକ୍ତର କହିଛନ୍ତି ଏବଂ ମୁଣ୍ଡର ସର୍ଜରୀ କରାଯିବ ବୋଲି ଶୁଣିବାକୁ ମିଳିଛି । ତେବେ ଏଥିପାଇଁ ବହୁତ ଟଙ୍କା ଦରକାର । କେବଳ ଏତିକି ନୁହେଁ , ତାଙ୍କର ବିଜୁ ସ୍ବାସ୍ଥ୍ୟ କାର୍ଡ ନଥିବାରୁ ତାଙ୍କୁ ଏହି ସୁବିଧା ମଧ୍ୟ ମିଳି ପାରୁନାହିଁ । ତେଣୁ ତାଙ୍କ ପରିବାର ସାହାଯ୍ୟ ପାଇଁ ହାତ ବଢ଼ାଇଛନ୍ତି । ଅନ୍ୟ ପକ୍ଷରେ ବର୍ତ୍ତମାନ କିଛି ସମାଜସେବୀ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ।

Leave a Reply

Your email address will not be published. Required fields are marked *