ସ୍ତ୍ରୀ ଅପରେସନ କରିବାରୁ ଘରୁ ବାହାର କରିଦେଲା ସ୍ୱାମୀ । ଫ୍ୟାମିଲି ପ୍ଲାନିଂ ଅସ୍ତ୍ରୋପଚାର ହେଲା କାଳ

ଆଜିକା ସମୟରେ ଆଉ ସେମିତି ଲୋକ ପାଇବା କଷ୍ଟକର ଯେ କହୁଥିବ ଯେ ଦୁଇଟି କିମ୍ବା ଗୋଟିଏ ପ୍ରସବ ପରେ ଅସ୍ତ୍ରୋପଚାର କରିବା ପାପ ବୋଲି । ଏହା ଏକ ଅନ୍ଧ ବିଶ୍ୱାସ ମଧ୍ୟ ଅଟେ । ପୁରୁଣା କାଳରେ ଏଭଳି ଘଟଣା ଘଟୁଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଯେଉଁ ଘଟଣା ସାମ୍ନାକୁ ଆସୁଛି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଜଣେ ମହିଳା ୧୧ ଟି ସନ୍ତାନଙ୍କୁ ଜନ୍ମ ଦେବା ସତ୍ତ୍ୱେ ଯେତେବେଳେ ଅସ୍ତ୍ରୋପଚାର କରାଇଛନ୍ତି ସେତେବେଳେ ତାଙ୍କ ସ୍ୱାମୀ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି । ଯାହାକି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା କହିଲେ ଚଳେ । ତେବେ ଘଟଣା ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ତେଲଗୋଇରେ । ତେଲଗୋଇ ବ୍ଲକ ସଲେଇଗିନା ପଞ୍ଚାୟତର ଡିମିରିଆ ଗାଁ ର ରବି ଦେହୁରୀଙ୍କ ସ୍ତ୍ରୀ ଜାନକୀ ଦେହୁରୀ । ଜାନକୀ ଦେହୁରୀଙ୍କର ୧୧ ଟି ସନ୍ତାନ ମଧ୍ୟରୁ ଜଣଙ୍କ ମୃତ୍ୟୁ ପରେ ବର୍ତ୍ତମାନ ୧୦ ଟି ସନ୍ତାନ ଅଛନ୍ତି । ଏବେ ଜାନକୀଙ୍କ କୋଳରେ ଏକ ମାସର କଅଁଳ ଶିଶୁ ଟିଏ ମଧ୍ୟ ଅଛି । ଗତ ୧୪ ତାରିଖରେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିପାନ୍ୟ ଜନ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଥିଲା । ଏପଟେ ଜାନକୀ ପ୍ରତ୍ୟେକ ବର୍ଷ ଗୋଟିଏ ଲେଖାଏଁ ପିଲା ଜନ୍ମ କରି ଅତ୍ୟନ୍ତ କଷ୍ଟ ପାଉଥିବା ବେଳେ ଅସ୍ତ୍ରୋପଚାର ଶିବିରକୁ ଯାଇ ଅସ୍ତ୍ରୋପଚାର କରାଇ ନେଇଥିଲେ ।

ମେଡିକାଲରୁ ଫେରିବା ପରେ ସ୍ବାମୀ ରବି ଦେହୁରୀ ତାଙ୍କୁ ଆଉ ଘରେ ପଶିବାକୁ ଦେଇ ନଥିଲେ । ଏମିତିକି ସେ ଘରେ ପଶିଲେ ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ରବି ଧମକ ଦେଇଥିଲେ । ତେଣୁ ଜାନକୀ ଆଉ ଉପାୟ ନପାଇ ଘର ସାମ୍ନାରେ ଥିବା ଏକ ଆମ୍ବ ଗଛ ମୂଳରେ ନିଜର ୧୧ ଜଣ ସନ୍ତାନକୁ ଧରି ବସିଛନ୍ତି । ଯିଏ ଯେତେ ବୁଝାଇଲେ ବି ରବି ଆଦୋୖ ବୁଝୁ ନାହାଁନ୍ତି । କାହାକୁ ନପଚାରି ତାଙ୍କ ସ୍ତ୍ରୀଙ୍କ ଅସ୍ତ୍ରୋପଚାର କରାଗଲା । ତେଣୁ ତାଙ୍କୁ ସମାଜର ନିୟମ ଅନୁଯାୟୀ ଘରକୁ ପ୍ରବେଶ କରିବାର ଅନୁମତି ମିଳିବ ନାହିଁ । ସେ ପଣା ପାଣି ଦେଇପାରିବ ନାହିଁ । ତେଣୁ ସେ ଘରେ ପଶିପାରିବ ନାହିଁ ବୋଲି ରବି ଜିଦ ଧରି ବସିଛି ।

ଅନ୍ୟପଟେ ବାରମ୍ବାର ପ୍ରସବ ଯୋଗୁଁ ଜାନକୀ ଦୁର୍ବଳ ହୋଇପ ପଡୁଥିଲେ ବୋଲି ତାଙ୍କୁ ଅନେକ ବୁଝାସୁଝା କରାଯାଇଥିଲା । କିନ୍ତୁ ଜାନକୀ ଅନେକ ବୁଝାଇବା ପରେ ବୁଝିଥିଲେ । ଜାନକୀ ବୁଝି ଯାଇଥିଲେ ହେଁ ତାଙ୍କ ସ୍ୱାମୀ ବୁଝୁ ନାହାଁନ୍ତି । ଓଲଟା ଧନୁ ତୀରରେ ମାରି ଦେବାକୁ ଧମକ ଦେଉଛନ୍ତି । ତଥାପି ଆଶାକର୍ମୀ ମାନେ ଜାନକୀ ଏବଂ ତାଙ୍କ ଛୁଆଙ୍କ କଥା ବୁଝୁଛନ୍ତି ବୋଲି କହିଛନ୍ତି । ଅନ୍ୟପଟେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଚର୍ଚ୍ଚା ହୋଇଛି ।

Leave a Reply

Your email address will not be published. Required fields are marked *