ଦେଖନ୍ତୁ ଭିଡ଼ିଓ:- ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ସୋନାଲିଙ୍କ ନାମରେ ବାହାରିଥିବା ଗୀତ, ” ସୋନାଲି ତତେ ଭଲ ପାଇ ମୁଁ ଭୁଲ କଲି।”

ସୌମ୍ୟ ରଞ୍ଜନ ଆତ୍ମ-ହତ୍ୟା ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ନିଜ ପ୍ରେମିକା ପାଇଁ ସୌମ୍ୟ ଏକ ସୁସାଇଡ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି। ଯୁବତୀଙ୍କ ପାଇଁ ଆଜି ସୌମ୍ୟ ନିଜ ପ୍ରାଣ ହରାଇଛନ୍ତି ଓ ଆଜି ତାଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି। ଏହି ମାମଲାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି।

ବର୍ତ୍ତମାନ ସମୟରେ ସୌମ୍ୟଙ୍କ ମୃତ୍ୟୁ ପଛରେ ସୋନାଲିଙ୍କୁ ସମସ୍ତେ ଦାୟୀ କରୁଛନ୍ତି। କାରଣ ସୋନାଲିଙ୍କ ଅନ୍ୟ ଯୁବକଙ୍କ ସହ ଅନୈତିକ ସମ୍ପର୍କ ରଖିବା ସୌମ୍ୟ ସହ୍ୟ କରି ପାରିଲେ ନାହିଁ। ତେବେ ହୃଦୟ ଦୁଃଖର ଭାର ବୋହି ପାରିଲା ନାହିଁ। ତେଣୁ ସେ ଏକ ଭୁଲ ନିଷ୍ପତ୍ତି ନେଇ ଯାଇଥିଲେ। ତାହା ହେଉଛି ଆତ୍ମହତ୍ୟା। ସେ ଭାବିଥିଲେ ଯେ ଆତ୍ମହତ୍ୟା କରିଦେଲେ ବୋଧହୁଏ ସମସ୍ତ ସମସ୍ୟାର ସମାଧାନ ହୋଇଯିବ। ହେଲେ ସେ ଜାଣି ନଥିଲେ ଯେ ସମସ୍ୟାର ସମାଧାନର ବାଟ ଆତ୍ମ-ହତ୍ୟା ନୁହେଁ।

ତେବେ ପୁଣିଥରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାକୁ ଆସିଛି ସୋନାଲି ଆଉ ସୌମ୍ୟଙ୍କ ମାମଲା। ସୋନାଲିଙ୍କ ଅନୈତିକ ସମ୍ପର୍କକୁ ନେଇ ସୋସିଆଲ ମିଡ଼ିଆରେ ସୋନାଲିଙ୍କୁ ଖୁବ ଟ୍ରୋଲ କରାଯାଉଛି। ତେବେ ବର୍ତ୍ତମାନ ସମୟରେ ତାଙ୍କ ନାମରେ ଏକ ଗୀତ ରଚନା କରାଯାଇଛି ଏବଂ ଏହାକୁ ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ଏହା ଖୁବ ମାତ୍ରରେ ଭାଇରାଲ ହେବାରେ ଲାଗିଛି।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଗୀତର ନାମ ହେଉଛି “ସୋନାଲି ତତେ ଭଲ ପାଇ ଭୁଲ କଲି।” ତେବେ ଗୀତର ଆରମ୍ଭ ଲାଇନ ହେଉଛି ଯେତେ ଦୋଷ କଲୁ ତୋତେ ଦେଇଛି କ୍ଷମା, ଏତେ ଭୁଲ କଲୁ ତୋତେ କରିଛି କ୍ଷମା। ଫୁଲ ପରି ମନକୁ କଲୁ କାହିଁକି ଆହତ, ମୋ ସାଥିରେ କଲୁ କାହିଁକି ବିଶ୍ୱାସ ଘାତକ। ମୋ କଥା ଟିକେ ମାନି ଯା…. ତୁ ସୁଧୁରି ଯା ଲୋ ସୁଧରି ଯା, ମୋ ରାଣ ପ୍ରିୟା ତୁ ସୁଧରି ଯା।

ତେବେ ଏହି ଗୀତକୁ ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ଖୁବ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହାକୁ ଖୁବ ମାତ୍ରାରେ ଜଣେ ଆଉ ଜଣଙ୍କ ପାଖକୁ ସେୟାର କରୁଛନ୍ତି। କେବଳ ସେତିକି ନୁହେଁ ଏହି ଭିଡ଼ିଓରେ ଲୋକମାନେ ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି।

Leave a Reply

Your email address will not be published. Required fields are marked *