ନରଭକ୍ଷୀ ମହିଳା ବନାଉଥିଲେ ମଣିଷ ମାଂସ ଏବଂ ରକ୍ତର କେକ, ଜାଣନ୍ତୁ ଏହା ବିଷୟରେ ସବୁକିଛି

ଆମେ ମାଂସାହାରୀ ଏବଂ ଶାକାହାରୀ ପଶୁ ମାନଙ୍କ ବିଷୟରେ ଜାଣିଛେ। ଯେଉଁ ପଶୁମାନେ କେବଳ ଗଛ-ପତ୍ର, ଫଳ ଏବଂ ପରିବା ଖାଇଥାନ୍ତି ଶାକାହାରୀ ଏବଂ ଯିଏ ମନୁଷ୍ୟ ଏବଂ ପଶୁ ମାନଙ୍କ ମାଂସ ଖାଇଥାନ୍ତି ମାଂସାହାରୀ କୁହା ଯାଇଥାନ୍ତି। ମନୁଷ୍ୟ ମାନଙ୍କ ମଧ୍ୟରେ ମଧ୍ୟ ଲୋକ ଭେଜ ଏବଂ ନନ-ଭେଜ ଖାଦ୍ୟ ଖାଇଥାନ୍ତି, କିନ୍ତୁ ଏସବୁ ମଧ୍ୟରୁ ମଧ୍ୟ ଅଲଗା ପ୍ରକାରର ମନୁଷ୍ୟ ରହିଥାନ୍ତି ଯେଉଁମାନେ ମନୁଷ୍ୟ ମାନଙ୍କୁ ମଧ୍ୟ ଖାଇଥାନ୍ତି।

ଏମିତି ମନୁଷ୍ୟକୁ “ନରଭକ୍ଷୀ” କୁହା ଯାଇଥାଏ।ନରଭକ୍ଷୀ ମାନଙ୍କର ସବୁଠାରୁ ଖାସ କଥା ହେଉଛି କି ଏମାନଙ୍କ ଆଖପାଖରେ ରହୁଥିବା ମନୁଷ୍ୟ ମାନଙ୍କୁ ଜଣା ନଥାଏ କି ସେମାନେ କେତେ ଭୟଙ୍କର ବ୍ୟକ୍ତିଙ୍କ ସହିତ ରହୁଛନ୍ତି। ଏମିତି ଲୋକ ଗୋଟିଏ ମାନସିକ ରୋଗରେ ପୀଡିତ ହୋଇଥାନ୍ତି ଯାହାଦ୍ଵାରା ବ୍ୟକ୍ତିକୁ ମନୁଷ୍ୟ ମାଂସ ଖାଇବାର ଅଭ୍ୟାସ ହୋଇ ଯାଇଥାଏ। ବର୍ତମାନ ସମୟରେ ଗୋଟିଏ ଏମିତି ଘଟଣା ଆସିଛି ଯେଉଁଠାରେ ଜଣେ ସାଇକୋ ଘାତକ ମହିଳା ନିଜ ପଡୋଶୀ ମାନଙ୍କୁ ମନୁଷ୍ୟ ମାଂସରେ ପ୍ରସ୍ତୁତ କେକ ଖୁଆଇବାକୁ ଲାଗିଥିଲେ ଏବଂ ପଡୋଶୀ ମାନଙ୍କୁ ଏହାର ସୂଚନା ମଧ୍ୟ ମିଳିନଥିଲା। ଆସନ୍ତୁ ଜାଣିବା ଏହି ସିରିୟଲ କିଲର ମହିଳାଙ୍କ ବିଷୟରେ…..

ଇଟାଲୀରେ ରହୁଥିବା ଏହି ମହିଳାଙ୍କ ନାମ ଲିନାର୍ଡା ସିୟାନସିଲୁ ଥିଲା।ଏହି ମହିଳା ଜଣଙ୍କର ମନୁଷ୍ୟ ମାନଙ୍କୁ ଜୀବନରୁ ମାରିବାର ସଉକ ରହିଥିଲା। ଏହି ମହିଳା ଜଣଙ୍କର ଅପରାଧ କରିବାର ଅଜବପ୍ରକାରର ତରିକା ଥିଲା। ଏହି ମହିଳା ଜଣଙ୍କ ସେହି ମହିଳା ମାନଙ୍କୁ ନିଜର ଲକ୍ଷ ବନେଇ ଥାନ୍ତି ଯେଉଁମାନେ ନିଜ ଜୀବନକୁ ନେଇ ଚିନ୍ତିତ ରହୁଥିଲେ। ଯେତେବେଳେ ଆପଣ ଜାଣିବେ କି ସେ ମହିଳା ମାନଙ୍କୁ ମାରି କଣ କରୁଥିଲେ? ତାହେଲେ ଆପଣଙ୍କର ମଧ୍ୟ ଲୋମ ଛିଡ଼ା ହୋଇଯିବ।

ଗୋଟିଏ ମିଡ଼ିଆ ରିପୋର୍ଟ ଅନୁସାରେ, ଏହି ମହିଳା ଜଣଙ୍କୁ “The Soap-Maker of Correggio” ନାମରେ ମଧ୍ୟ ଜଣା ଯାଇଥାଏ। ଏହି ମହିଳା ଜଣଙ୍କ ଯେତେବେଳେ ଏହା ଜାଣି ଯାଉଥିଲେ କି କୈାଣସି ମହିଳା ନିଜ ସ୍ବାମୀଙ୍କୁ ନେଇ ଚିନ୍ତିତ ଅଛନ୍ତି ତ ତାଙ୍କୁ ଆଉ ଗୋଟିଏ ଭଲ ସ୍ବାମୀ ଦେବା ବାହାନାରେ ଘରକୁ ଡ଼ାକୁଥିଲେ। ଏହି ମହିଳା ଜଣଙ୍କର ସବୁଠାରୁ ପ୍ରଥମ ଶିକାର ବର୍ଷ ୧୯୩୯ରେ ଫସ୍ତିନା ସେଠ୍ଠୀ ନାମକ ମହିଳା ହୋଇଥିଲେ।ସେ ଏହି ମହିଳାଙ୍କ ଦ୍ବାରା ପ୍ରଥମେ ଚିଠି ଲେଖାଇ ଥିଲେ କି ସେ କାହା ସହିତ ଦେଖା ହେବାପାଇଁ ଦେଶରୁ ବାହାରକୁ ଯାଉଛନ୍ତି।

ଏହାପରେ ତାଙ୍କର କୁରାଢ଼ିରେ ହତ୍ୟା କରି ଦେଇଥିଲେ। ହତ୍ୟା ପରେ ମହିଳାଙ୍କ ଶବକୁ ୯ ଟୁକୁଡା କରିଥିଲେ।ଏହି ଟୁକୁଡା ଗୁଡ଼ିକୁ ସାବୁନ କରିବା ପାଇଁ କାଷ୍ଟିକ ସୋଢାରେ ଫୁଟାଇ ଦେଇଥିଲେ। ଏହାପରେ ରକ୍ତକୁ ଗୋଟିଏ ପାତ୍ରରେ ଏକାଠି କରି ଓଭନରେ ଶୁଖାଇ ଦେଇଥିଲେ। ଯେତେବେଳେ ରକ୍ତ ଶୁଖି ଯାଇଥିଲା ତ ସେ ଅଟା, ଚିନି, ଚକୋଲେଟ, ଅଣ୍ଡା ଏବଂ କ୍ଷୀର ସହିତ ମିଶାଇ କୁରକୁରେ ଟି କେକ୍ସ ବନେଇ ଥିଲେ। ଏହି କେକ ନିଜ ଘରକୁ ଆସୁଥିବା ପଡୋଶୀ ମାନଙ୍କୁ ଖୁଆଉ ଥିଲେ।

ଏହି ମହିଳା ଜଣଙ୍କ ନିଜର ଦ୍ଵିତୀୟ ଶିକାର ବର୍ଷ ୧୯୪୦ରେ ଫ୍ରାଂସେସ୍କା ସୋଏବି ନାମକ ମହିଳାଙ୍କୁ ବନେଇଥିଲେ।ଏହି ମହିଳା ଜଣଙ୍କୁ ସେ ଚାକିରୀ ଦେବା ନାମରେ ନିଜ ଜାଲରେ ଫସେଇ ଦେଇଥିଲେ। ଏହି ସିରିୟଲ କିଲର ମହିଳା ଜଣଙ୍କ ନିଜ ପୂର୍ବ ଶିକାର ପରି ହିଁ ମହିଳାଙ୍କ ହତ୍ୟା କରି ଦେଇଥିଲେ।

ଏହି ମହିଳାଙ୍କ ଶବର ମଧ୍ୟ କେକ ବନେଇ ଥିଲେ ଏବଂ ପଡୋଶୀ ମାନଙ୍କ ସହିତ ନିଜେ ମଧ୍ୟ ଖାଇଥିଲେ। ଏପରି ସେ ତୃତୀୟ ମହିଳା ଜଣଙ୍କୁ ମଧ୍ୟ ମାରିଥିଲେ, କିନ୍ତୁ ଏହିଥର ତାଙ୍କ ଭୁଲ ଧରା ପଡି ଯାଇଥିଲା। ବାସ୍ତବରେ, ଯେଉଁ ମହିଳା ଜଣଙ୍କୁ ସେ ମାରିଥିଲେ, ତାଙ୍କ ପରିବାର ଲୋକଙ୍କୁ ତାଙ୍କ ଚିଠି ଉପରେ ବିଶ୍ବାସ ହୋଇ ନଥିଲା।

ଏହାପରେ ପୋଲିସ ସେହି ସିରିୟଲ କିଲର ମହିଳାଙ୍କୁ ଧରି ନେଇଥିଲେ। ଏହି ମହିଳା ଜଣଙ୍କ ମଧ୍ୟ ନିଜ ଦୋଷ ସ୍ଵୀକାର କରିଥିଲେ ଏବଂ ତାଙ୍କୁ ୩୦ବର୍ଷର ଦଣ୍ଡ ମିଳିଥିଲା। ଅକ୍ଟୋବର ୧୯୭୦ରେ ଯେତେବେଳେ ସେ ୭୯ବର୍ଷର ଥିଲେ ସେହି ସମୟରେ ଜେଲରେ ତାଙ୍କ ମୃତ୍ୟୁ ହୋଇ ଯାଇଛି।

Leave a Reply

Your email address will not be published. Required fields are marked *