ଲୋକସଭା ନିର୍ବାଚନକୁ ନେଇ ଶୁଆର ଭବିଷ୍ୟବାଣୀ । ଆଉ ଜଣା ପଡ଼ିବା ପରେ ଏବେ ଅଡ଼ୁଆରେ ଶୁଆ ମାଲିକ ।

ଲୋକସଭା ନିର୍ବାଚନ ପାଖେଇ ଆସୁଛି । ଯାହାକୁ ନେଇ ପ୍ରତ୍ୟେକ ଲୋକଙ୍କ ମନରେ ଅନେକ ପ୍ରକାରର ଭବିଷ୍ୟବାଣୀ ସୃଷ୍ଟି ହେଉଛି । ଆଉ ଏହାରି ମଧ୍ୟରେ ଶୁଆ ଠାରୁ ମଧ୍ୟ ଭବିଷ୍ୟବାଣୀ ଜାଣିବାକୁ ମିଳିଛି । ଯାହାକୁ ସତ ସତ ବୋଲି ସମସ୍ତେ ଚର୍ଚ୍ଚା କରୁଛନ୍ତି । ଏହି ଖବର ବିଷୟରେ ଜଣା ପଡ଼ିବା ପରେ ଏହା ବିଷୟରେ ସବୁଠି ଅଧିକ ଚର୍ଚ୍ଚା ହେବାରେ ଲାଗିଛି । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରଲ ହେବା ପରେ ଲୋକେ ଏହାକୁ ନେଇ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି । ହୁଏତ ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ ଯେ ଗୋଟିଏ ଶୁଆ କିଭଳି କାହାରି ଭବିଷ୍ୟବାଣୀ କରିପାରିବ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ କାରଣ ଲକ୍ଷ ଲକ୍ଷ ଲୋକଙ୍କର ଏହା ଉପରେ ବିଶ୍ୱାସ ରହିଛି ।

ଏପଟେ ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ମାହୋଲ ସରଗରମ ହୋଇ ଗଲାଣି । ଏଥିପାଇଁ ସବୁଠି ପ୍ରଚାର ପ୍ରସାର ଜୋରଦାର ଚାଲିଛି । ତାହାରି ମଧ୍ୟରେ ନିର୍ବାଚନ ଭବିଷ୍ୟବାଣୀକୁ ନେଇ ଏକ ଶୁଆ ବେଶ ଚର୍ଚ୍ଚାରେ ରହିଛି । ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ତାମିଲନାଡ଼ୁର କୁଡ଼ାଲୁର ଅଞ୍ଚଳରେ ଦେଖିବାକୁ ମିଳିଛି ।

ଲୋକଙ୍କ ଭବିଷ୍ୟ ବିଷୟରେ ଭବିଷ୍ୟବାଣୀ କରୁଥିବା ଗୋଟିଏ ଶୁଆର ମାଲିକକୁ ଏକ ପୋଲିସ ଗିରଫ କରିଛି । ବାସ୍ତବରେ କୁଡ଼ାଲୁର ଲୋକସଭା ଆସନରୁ କିଏ ଜିତିବ ବୋଲି ଶୁଆଟି ପୂର୍ବାନୁମାନ କରିଥିଲା । ଆଉ ଶୁଆକୁ ବନ୍ଦୀ କରି ସେହି ଲୋକଟି ଏଭଳି ଭବିଷ୍ୟବାଣୀ କରୁଥିବାରୁ ତାହାର ମାଲିକକୁ ପୋଲିସ ଗିରଫ କରିଛି । ଶୁଆର ମାଲିକ ଶୁଆକୁ ବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଥିଲା ।

ବନାବିଭାଗର ରେଞ୍ଜର ଜେ. ରମେଶ କହିଛନ୍ତି ଯେ ବନ୍ୟଜନ୍ତୁ ସୁରକ୍ଷା ଅଧିନିୟମ ୧୯୭୨ ଅନୁଯାୟୀ ଶୁଆଙ୍କୁ ସେଡ୍ୟୁଲ 2 ପ୍ରଜାତିର ଅନ୍ତର୍ଭୁକ୍ତ କରାଯାଇଛି । ଆଉ ସେମାନଙ୍କୁ ବନ୍ଦୀ କରି ରଖିବା ଏକ ଅପରାଧ ଅଟେ । ତେବେ ସେହି ଶୁଆ ମାଲିକକୁ ଗିରଫ କରାଯିବା ସହିତ ଆହୁରି ମଧ୍ୟ ୧୦,୦୦୦ ଟଙ୍କା ଜୋରିମାନା କରାଯାଇଥିବା ମଧ୍ୟ କୁହାଯାଇଛି । କହିରଖିବୁ ଯେ ଏପ୍ରିଲ ୧୯ ତାରିଖରେ ତାମିଲନାଡୁର କୁଡ଼ାଲୁର ଲୋକସଭା ଆସନରେ ମତଦାନ ଅନୁଷ୍ଠିତ ହେବ । ସେଠାରେ ମତଦାନ ପାଇଁ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି । ଆଉ ବର୍ତ୍ତମାନ ମତଦାନ ନିମନ୍ତେ ପ୍ରସ୍ତୁତି ଚାଲିଛି । ଚଳିତ ଥର ବିଜେପି ପିଏମକେ ମଧ୍ୟରେ ମେଣ୍ଟ ହୋଇଛି । ପିଏମକେ ଥଙ୍କର ବଚ୍ଚନଙ୍କୁ ପାର୍ଥୀ କରିଛି । କଂଗ୍ରେସ ମଧ୍ୟ ଏମକେ ବିଷ୍ଣୁ ପ୍ରସାଦଙ୍କୁ ପାର୍ଥୀ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *