ସିଧା ଯାଇ ସାରଥୀଙ୍କ ସତସଂଘରେ ପହଞ୍ଚିଲେ ବିଧାୟକ ପାର୍ଥୀ । ସାରଥୀ ବାବାଙ୍କ ଠାରୁ ନେଲେ ଆଶୀର୍ବାଦ ।

ରାଜ୍ୟରେ ସାରଥୀ ବାବା ପାଇଁ ଲୋକେ ଅନ୍ଧ ଭାବରେ ପାଗଳ ହେଉଥିବା ଘଟଣା ଆପଣଙ୍କୁ ବି ଅଛପା ନଥିବ । ଆଉ ସେତେବେଳେ ସେହି ଘଟଣାକୁ ଅଧିକାଂଶ ଲୋକ ବିରୋଧ କରିଥିଲେ କାରଣ ସାରଥୀ ବାବାଙ୍କର ସବୁ କଳା କାରନାମା ଧରା ପଡ଼ି ଯାଇଥିଲା । କିନ୍ତୁ ତଥାପି କିଛି ସାରଥୀ ଭକ୍ତ ସେତେବେଳେବି ସେସବୁକୁ ବିଶ୍ୱାସ କରି ନଥିଲେ ଏବଂ ତାଙ୍କୁ ପୂଜା କରିବା ଜାରି ରଖିଥିଲେ । ଆଉ ବର୍ତ୍ତମାନ ବିଧାୟକ ପାର୍ଥୀ ମଧ୍ୟ ସାରଥୀ ବାବାଙ୍କୁ ମୁଣ୍ଡିଆ ମାରିବାକୁ ପହଞ୍ଚିଛନ୍ତି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଶେଷରେ ସାରଥୀ ବାବାଙ୍କ ଆଶ୍ରିତ ନେଇଗଲେ ବିଧାୟକ ପାର୍ଥୀ ଚଦ୍ରଶେଖର । ଜଣେ ବିଧାୟକ ହୋଇ ମଧ୍ୟ ଏଭଳି କାମ କରୁଥିବାରୁ ଅନେକ ଲୋକ ତାଙ୍କୁ ନିନ୍ଦା କରିବାରେ ଲାଗିଛନ୍ତି ।

କିଛିଦିନ ହେବ ଯେତେବେଳେ ନିର୍ବାଚନ ବାତାବରଣ ସରଗରମ ହେବାରେ ଲାଗିଛି ତାସହିତ ସାରଥୀ ବାବା ଭକ୍ତ ମାନେ ମଧ୍ୟ ଚଳ ଚଞ୍ଚଳ ହୋଇ ପଡୁଥିବା ଦେଖିବାକୁ ମିଳିଛି । ଯେତେବେଳେ ସତସଙ୍ଘ ଚାଲିଛି ସେଥିରେ ଶହ ଶହ ଅନ୍ଧ ଭକ୍ତ ଗହଳି ଜମାଇଛନ୍ତି । ଯେଉଁମାନେ ସାରଥୀ ବାବାକୁ ଭଣ୍ଡ ବାବା କହିଥିଲେ ଏବଂ ପ୍ରମାଣ ହେବା ପରେ ସାରଥୀ ବାବା ଜେଲ ଯାଇଥିଲା , ତାପରେ ବି ଲୋକେ ସୁଧୁରିବାର ନାଁ ନେଉ ନାହାଁନ୍ତି ।

ଆଉ ବର୍ତ୍ତମାନର ଦୃଶ୍ୟ ଆହୁରି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଚନ୍ଦ୍ରଶେଖର ମାଝୀ ନାମକ ଜଣେ ବିଧାୟକ ପାର୍ଥିଙ୍କୁ ଯାଇ ସାରଥୀ ବାବାଙ୍କ ଆଶୀର୍ବାଦ ନେଉଥିବାର ଦେଖା ଯାଇଛି । ଶେଷରେ କୋଟପାଳ ବିଧାୟକ ଅର୍ଥାତ ବିଜେପି ପାର୍ଥୀ ଚନ୍ଦ୍ରଶେଖର ସାରଥୀ ବାବାର ଆଶୀର୍ବାଦ ନେବାକୁ ପହଞ୍ଚିଛନ୍ତି ।

୨୦୧୯ ସାଧାରଣ ନିର୍ବାଚନ ପରାଜୟ ବୋଧହୁଏ ସେ ଭୁଲି ପାରୁ ନାହାଁନ୍ତି । ତେଣୁ ପୁଣିଥରେ ସେ ସାରଥୀ ବାବାଙ୍କ ଆଶୀର୍ବାଦ ନେବା ପାଇଁ ଅନୁଷ୍ଠିତ ହୋଇଥିବା ଏକ ସାରଥୀ ବାବା ସତସଙ୍ଘରେ ପହଞ୍ଚି ଯାଇଛନ୍ତି । ୨୦୧୯ ନିର୍ବାଚନ ସମୟରେ ଚଦ୍ରଶେଖର ମାଝୀ ସବୁ ଦେବଦେବୀଙ୍କ ମନ୍ଦିରକୁ ଯାଇ ଆଶୀର୍ବାଦ ନେଇଥିଲେ । ତଥାପି ସେ ପରାଜୟର ସମ୍ମୁଖୀନ ହୋଇଥିଲେ । କିନ୍ତୁ ଚଳିତ ନିର୍ବାଚନରେ ସେ ପୁଣିଥରେ ଲଢୁଥିବାରୁ ବୋଧହୁଏ ପୁରୁଣା ଭୁଲକୁ ନଦୋହରାଇ ସିଧା ଯାଇ ସାରଥୀଙ୍କ ସତସଂଘରେ ଯୋଗ ଦେଇଥିଲେ । ତେବେ ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ଯଦି ବିଧାୟକ ହୋଇ ଏଭଳି ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଅନ୍ତି ତେବେ ସମାଜରୁ ଏହା କେମିତି ଦୂରେଇବ । ତେଣୁ ଏଭଳି ଏକ ଘଟଣାକୁ ନେଇ ଅଧିକାଂଶ ଲୋକଙ୍କ ଠାରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।

Leave a Reply

Your email address will not be published. Required fields are marked *