ଶଶୁରଘରେ ରହି ଶାଳୀ ଏବଂ ଶଳାର ପତ୍ନୀ ସହ ସମ୍ପର୍କ ରଖିଥିଲେ ବ୍ୟକ୍ତି । ସମସ୍ତେ ମିଶି ରଚିଲେ ଏପରି ଷଡ଼ଯନ୍ତ୍ର । ଆଉ ତାପରେ….

ଝାଡଖଣ୍ଡର ଦେଓଗରରେ ଫୁଲେଶ୍ୱର ପଣ୍ଡିତ ନାମକ ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲା ସାମ୍ନାକୁ ଆସିଛି । ପୋଲିସ ଏହି ଘଟଣା ପଛରେ ଥିବା ରହସ୍ୟକୁ ପ୍ରକାଶ କରିଛି । ପ୍ରକାଶ କରି ପୋଲିସ କହିଛି ଯେ ଫୁଲେଶ୍ୱର ତାଙ୍କ ଶଶୁର ଘରେ ରହୁଥିଲେ ଓ ସେଠାରେ ଶ୍ରମିକ ଭାବରେ କାମ କରୁଥିଲେ । ଆହୁରି ମଧ୍ୟ ଫୁଲେଶ୍ୱର ପଣ୍ଡିତ ତାଙ୍କର ଦୁଇ ଶାଳୀ ଏବଂ ତାଙ୍କ ଶଳାର ପତ୍ନୀଙ୍କ ସହ ଅନୈ-ତିକ ସମ୍ପର୍କ ରଖିଥିଲେ ।

ପୋଲିସର ତଥ୍ୟ ଅନୁଯାୟୀ ଫୁଲେଶ୍ୱର ପଣ୍ଡିତ ତାଙ୍କ ଦୁଇ ଶାଳୀ ଏବଂ ଶଳାର ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖିବା ପରେ ପରିବାର ସଦସ୍ୟଙ୍କୁ ପ୍ରତିଦିନ ଏପରି କରିବାକୁ ଚାପ ପକାଉଥିଲେ । ଏହା ପରେ ପରିବାର ଲୋକେ ତାଙ୍କୁ ଏକ ଶିକ୍ଷା ଦେବା ପାଇଁ ମନ ବଳେଇଲେ ଏବଂ ତାଙ୍କୁ ହତ୍ୟା କରିଥିଲେ ।

ମୃତକ ଫୁଲେଶ୍ୱର ଝାଡ଼ଖଣ୍ଡର ଦେଓଘର ଜିଲ୍ଲାର ବାସୱାରିୟା ଗାଁର ରହୁଥିଲେ । ସେ 9 ବର୍ଷ ପୂର୍ବେ ସିଂହୱା ର ମୋହରିୟାବାଦ ଗାଁର କଳ୍ପନା ସହିତ ବିବାହ କରିଥିଲେ । ବିବାହ ପରେ ଫୁଲେଶ୍ୱର ଶଶୁର ଘରେ ରହି ଶ୍ରମିକ ଭାବରେ କାମ କରୁଥିଲେ ।

ଜାନୁଆରୀ 18 ରେ, ପୋଲିସ ତାଙ୍କ ମୃତଦେହକୁ ସିଂହୱା ଗାଁ ନିକଟ ଦାଦୱା ନଦୀରୁ ପାଇଥିଲା । ଜସିଡିହ ପୋଲିସ ଷ୍ଟେସନର ଇନ୍ସପେକ୍ଟର ବିକ୍ରମ ପ୍ରତାପ ସିଂଙ୍କ ଅଧୀନରେ ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିଲା । ପ୍ରଥମେ ପୋଲିସକୁ ମୃତକଙ୍କ ଶଶୁରଘର ଲୋକଙ୍କ ଉପରେ ସନ୍ଦେହ ହୋଇଥିଲା । ପୋଲିସ ଯେତେବେଳେ ଫୁଲେଶ୍ୱରଙ୍କ ଶଶୁରଘର ଲୋକଙ୍କୁ କଡାକଡ଼ି ଭାବରେ ପଚରାଉଚରା କରିଥିଲା ସେତେବେଳେ ସେମାନେ ପୋଲିସ ଆଗରେ ସବୁକିଛି କହିଥିଲେ ।

ଫୁଲେଶ୍ୱରଙ୍କ ଉପରେ ତାଙ୍କ ଶଶୁରଘର ଲୋକ ସମସ୍ତେ ରାଗିଯାଇଥିଲେ ସମସ୍ତେ ଏକାଠି ହୋଇ ଫୁଲେଶ୍ୱରଙ୍କୁ ହତ୍ୟା କରିବା ପାଇଁ ଏକ ଷଡଯନ୍ତ୍ର ରଚିଥିଲେ । ଗୋଟେ ଦିନ ସୁଯୋଗ ଦେଖି ସମସ୍ତେ ଫୁଲେଶ୍ୱରଙ୍କୁ ଧରିଥିଲେ ଓ ତାକୁ ସବୁଦିନ ପାଇଁ ମୃତ୍ୟୁ ର ନିଦ ରେ ଶୁଆଇ ଦେଇଥିଲେ ।

ସୂଚନାନୁସାରେ,ଫୁଲେଶ୍ୱର ପଣ୍ଡିତଙ୍କ ମୃତଦେହକୁ ତାଙ୍କ ଭାଇ ଚିହ୍ନଟ କରିଥିଲେ । ଏହି ମାମଲାରେ ପୋଲିସ ମୃତକଙ୍କ ଶାଶୁ ରୁକ୍ୱା ଦେବୀ ଏବଂ ଶାଳୀ ମୁନି ଦେବୀଙ୍କୁ ଗିରଫ କରି ଉଭୟଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଏବେବି ଏହି ହତ୍ୟା ମାମଲାର ପାଞ୍ଚ ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ବର୍ତ୍ତମାନ ପୋଲିସ ସେମାନଙ୍କୁ ଧରିବାରେ ବ୍ୟସ୍ତ ଅଛି ।

Leave a Reply

Your email address will not be published. Required fields are marked *