ସ୍ୱାମୀ ଆଖିରେ ପଶ୍ଚାତାପ ର ଲୁହ ! ଫେରିଆସ ନିରୁପମା ……ମୋତେ କ୍ଷମା କରିଦିଅ…. :-

କ୍ରୋଧର ନିଆଁରେ ଅନ୍ଧ ହୋଇ ସ୍ତ୍ରୀ କୁ କଡ଼ା କରି କହିଥିଲେ ରଶ୍ମୀରଞ୍ଜନ ଯାହାଦ୍ୱାରା ସ୍ତ୍ରୀ ନିରୁପମା ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି । କ୍ରୋଧ କାରଣରୁ ଅଲଗା ହୋଇ ଯାଇଛି ପରିବାର । କେଉଁଠି ନିରୁପମା ତାଙ୍କୁ ଜଣା ନାହିଁ । ବର୍ତ୍ତମାନ କେବଳ କାନ୍ଦିବା ଏବଂ ଅନୁତାପ କରିବା ଛଡ଼ା ଆଉ କିଛି ଚାରା ନାହିଁ । ନିଜ ମନର ବ୍ୟଥାକୁ ପ୍ରକାଶ କରି କାନ୍ଦି ପକାଉଛନ୍ତି ରଶ୍ମୀରଞ୍ଜନ । ଯେତେ ଇଚ୍ଛା କଲେ ବି କଣ ନିରୁପମା ଫେରି ଆସିବେ କି ? ଏମିତିରେ ନିରୁପମା କେଉଁଠି ଅଛନ୍ତି ତାହା କାହାକୁ ବି ଜଣା ନାହିଁ । ନିଜ ସ୍ତ୍ରୀ ଏବଂ ପୁଅର ଫୋଟ କୁ ଧରି ଗେଲ କରୁଛନ୍ତି ଏବଂ ଅନୁରୋଧ କରିଛନ୍ତି ତାଙ୍କୁ ଫେରି ଆସିବାକୁ ।

ରାଜଧାନୀ ର ବଡ଼ଗଡ଼ ବେହେରା ବସ୍ତି ରେ ୪୦ ବର୍ଷ ଧରି ରହି ଆସୁଥିବା ରଶ୍ମୀରଞ୍ଜନ ତାଙ୍କ ସ୍ତ୍ରୀ ନିରୁପମା ଏବଂ ପୁଅ । କିନ୍ତୁ ଗତ ତିନିମାସ ତଳେ ନିରୁପମା ଘର ଛାଡ଼ି ଚାଲି ଯାଇଛନ୍ତି । ରଶ୍ମୀ ଙ୍କ କହିବା ଅନୁଯାୟୀ ଗତ କିଛି ମାସ ତଳେ ସେ ଏକ ବ୍ୟବସାୟ ଆରମ୍ଭ କରିବା ପାଇଁ ବ୍ୟଙ୍କ ରୁ ଏବଂ କିଛି ଲୋକଙ୍କ ଠାରୁ କରଜ ଆଣିଥିଲେ । ଯେଉଁ କାରଣରୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ କିସ୍ତି କୁ ନେଇ ପାଟିତୁଣ୍ଡ ହୋଇଥିଲା ।

କ୍ରୋଧରେ ରଶ୍ମୀ ମଧ୍ୟ ନିରୁପମା ଙ୍କୁ ଏଣୁତେଣୁ କହି ଦେଇଥିଲେ ।ଯେଉଁ କାରଣରୁ ନିରୁପମା ଘର ଛାଡ଼ି ଚାଲି ଯାଇଥିବା କହିଛନ୍ତି ରଶ୍ମୀ । ତିନି ମାସ ଧରି ସେ ନିଜ ସ୍ତ୍ରୀ ପିଲାଙ୍କୁ ଖୋଜି ଆସୁଛନ୍ତି । କିନ୍ତୁ କେଉଁଠିବି ତାଙ୍କ ଖୋଜ ଖବର ପାଇ ନାହାଁନ୍ତି । ନିଜ ଶ୍ୱଶୁର ଘରକୁ ଯାଇ ବି ଆସିଛନ୍ତି କିନ୍ତୁ ତଥାପି କୌଣସି ସନ୍ଧାନ ନାହିଁ । ତେଣୁ ସେ ଏକମାତ୍ର ଗଣମାଧ୍ୟମ ଜରିଆରେ ହିଁ ନିଜର ମନ କଥା ନିଜ ସ୍ତ୍ରୀ ସାମ୍ନାରେ ବ୍ୟକ୍ତ କରିବାକୁ ପୂର୍ବରୁ ଚେଷ୍ଟା କରି ବିଫଳ ହୋଇଥିଲେ ହେଁ ପୁଣିଥରେ ନିଜ ସ୍ତ୍ରୀ ଙ୍କୁ ଘରକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି ।

ନିଜ ସ୍ତ୍ରୀ ପୁଅ କୁ ଛାଡ଼ି ସେ ବଞ୍ଚି ପାରିବେ ନାହିଁ ବୋଲି କହିଛନ୍ତି । ଏମିତିକି ନିଜର ଭୁଲ କୁ ସ୍ୱୀକାର କରି କହିଛନ୍ତି ଯେ ଯଦି ତାଙ୍କର କିଛିବି ଭୁଲ ଥାଏ ତେବେ ତାଙ୍କୁ ଦଣ୍ଡ ମିଳିବ କିନ୍ତୁ ନିରୁପମା ଏପରି ରାଗି ଘର ଛାଡ଼ିବାର ନଥିଲା । ବିବାହର ୨୭ ବର୍ଷ ପରେ ତାଙ୍କ ପରିବାରରେ ଏପରି ଦୁଃଖ ଖେଳି ଯାଇଛି । ନିଜ ଝିଅର ବିବାହ ମଧ୍ୟ ସରିଛି । କିନ୍ତୁ କାମ ନମିଳିବାରୁ କରଜ ସୁଝିବାକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଏପରି ବଚସା ହୋଇଛି ଯାହାଦ୍ୱାରା ପରିବାର ପୁରା ଅଲଗା ହୋଇ ଯାଇଛି । ପୁଅକୁ ଟିଉସନ ରୁ ଆଣିବାକୁ ଯିବେ କହି ନିରୁପମା କୁଆଡ଼େ ଚାଲି ଯାଇଛନ୍ତି । କାନ୍ଦିକାନ୍ଦି ସ୍ତ୍ରୀ ଙ୍କୁ ହାତ ଯୋଡ଼ି ଅନୁରୋଧ କରିଛନ୍ତି ରଶ୍ମୀ ଏବଂ ଘରକୁ ଫେରି ଆସିବାକୁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *