ଶେଷ ହୋଇ ଆସୁଛି କଳିଯୁଗ ଏବଂ ସତ ହେଉଛି ମାଳିକା, ନଦୀରେ କୁମ୍ଭୀର ଟାଣି ଖାଇ ଯାଉଛି….

ନିକଟରେ ଘଟିଥିବା ବିରୂପା ନଦୀରେ କୁମ୍ଭୀର ଘଟଣା ଆପଣ ମାନେ ନିଶ୍ଚୟ ଦେଖିଥିବେ କିମ୍ବା ଜାଣିଥିବେ । ଆଉ ସେହି ଘଟଣା ଯିଏବି ଦେଖିଛି ସେ କେବେବି ନଦୀକୁ ଯିବାକୁ ସାହସ କରିବ ନାହିଁ । ତେବେ କେବଳ ବିରୂପା ନଦୀ ନୁହେଁ ସବୁ ନଦୀରେ ବର୍ତ୍ତମାନ କୁମ୍ଭୀର ଭୟ । ଯାହାକୁ ନେଇ ଲୋକେ କହୁଛନ୍ତି ଯେ ମାଳିକା ସତ ହେଉଛି ।

କାରଣ ମହାନ ପୁରୁଷ ଅଚ୍ୟୁତାନନ୍ଦ ଲେଖି ଯାଇଥିବା ମାଳିକାର ସବୁ ଘଟଣା ଏହି କିଛି ଦିନ ହେବ ସତ ହୋଇ ଆସୁଛି । ଯାହାକି କଳିଯୁଗର ସମାପ୍ତି ଦିଗରେ ଇଙ୍ଗିତ କରୁଛି । ଆଉ ଏମିତିରେ ମାଳିକାରେ କୁମ୍ଭୀର ସମ୍ବନ୍ଧରେ ମଧ୍ୟ ଅଚ୍ୟୁତାନନ୍ଦ ଲେଖି ଯାଇଛନ୍ତି ଯେ , କୁମ୍ଭୀର କିଭଳି ମଣିଷକୁ ଖାଇବ ସେହି ବିଷୟରେ ମଧ୍ୟ କହିଛନ୍ତି ।

ତେବେ ଖାଲି ଯେ କୁମ୍ଭୀର ତାହା ନୁହେଁ , ଅନ୍ୟ ହିଂସ୍ର ପଶୁ ଆହୁରି ହିଂସ୍ର ହୋଇ ଉଠିବେ ଏବଂ ମଣିଷକୁ ଘୋଷାରି ନେଇ ଖାଇବେ ବୋଲି ମଧ୍ୟ ମାଳିକାରେ ଦେଖା ଯାଇଛି । ଆଉ ଠିକ ଏହିଭଳି ହିଁ ହେଉଛି । ପ୍ରଥମେ ହୀରାକୁଦ ନଦୀ ବନ୍ଧରେ କୁମ୍ଭୀର ଦେଖିବାକୁ ପାଇଥିଲେ ଆଖପାଖ ଲୋକେ । ଆଉ ବର୍ତ୍ତମାନ ବିରୂପା ନଦୀରେ କୁମ୍ଭୀରର ଏଭଳି କାରନାମା ଦେଖି ଲୋକଙ୍କ ହୋସ ଉଡ଼ି ଯାଇଛି । କୁମ୍ଭୀରର ପ୍ରାଦୁର୍ଭାବ ଏତେ ବଢ଼ି ଯାଇଛି ଯେ ପାଖ ଗାଁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଅପରାହ୍ଣ ହେବା ମାତ୍ରେ ଗାଁ ଲୋକଙ୍କ ସତର୍କ ରହିବାକୁ ପଡୁଛି । କିଏ ଯେ କେତେବେଳେ କୁମ୍ଭୀର ହାବୁଡ଼ରେ ପଡ଼ିଯିବ ତାହା କିଏ କହିବ ?

ତେବେ ଖାଲି ବିରୂପା ନୁହେଁ , ବରଂ ବ୍ରାହ୍ମଣୀ , ବୈତରଣୀ ଏବଂ କେଲୁଅ ନଦୀରେ ମଧ୍ୟ କୁମ୍ଭୀରର ଆତଙ୍କ ରହିଛି । ଯେଉଁଠି ଦେଖ ଯେମିତି କୁମ୍ଭୀର ମଣିଷର ମାଂସ ଖାଇବାକୁ ଜଗି ରହିଛି । ଲୋକେ ନଦୀ ଜଳକୁ ବ୍ୟବହାର କରିପାରୁ ନାହାଁନ୍ତି । ବନ ବିଭାଗ କର୍ମଚାରୀ ମାନେ ମଧ୍ୟ ଡାକବାଜି ଯନ୍ତ୍ର ଲୋକଙ୍କୁ ନଦୀକୁ ନଯିବାକୁ ଏବଂ ସତର୍କ ରହିବାକୁ କହୁଛନ୍ତି । କିନ୍ତୁ ଏପଟେ ଲୋକଙ୍କ ଚିନ୍ତା ଯେ କଣ ସତରେ କଳିଯୁଗର ଶେଷ ହେବାକୁ ଆସିଲାଣି ? କାରଣ ପୂର୍ବରୁ ଏଭଳି ଆଦୋୖ ଘଟି ନଥିଲା । ଆଉ ଚଳିତ ବର୍ଷ ଏକାଥରେ ଏତେ ସଂଖ୍ୟକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

Leave a Reply

Your email address will not be published. Required fields are marked *