କବର ଭିତରୁ ଜୀବନ୍ତ ବାହାରିଲେ ମହିଳା। ଦୀର୍ଘ ୧୧ ଦିନ ପୂର୍ବରୁ ଦିଆଯାଇଥିଲା କବର । ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ଜଣେ ବ୍ୟକ୍ତିର ମୃତ୍ୟୁ ପରେ ସେ ପୁଣିଥରେ ଜୀବିତ ହେବା ଘଟଣା କେବେ ଶୁଣିଛନ୍ତି କି ? ହୁଏତ ଏଭଳି ଘଟଣା ଖୁବ କମ ଶୁଣିବାକୁ ମିଳିଥାଏ କିନ୍ତୁ ବାସ୍ତବରେ ଏଭଳି ଘଟିଥାଏ ମଧ୍ୟ । ତାହାର ଅନେକ କାରଣ ଥାଇପାରେ । ଯେମିତିକି କେବେକେବେ ମନୁଷ୍ୟର ଭୁଲ ପାଇଁ ଏଭଳି ହୋଇଥାଏ । ତ କେତେବେଳେ ବାସ୍ତବରେ ହିଁ ମନୁଷ୍ୟ ମୃତ୍ୟୁ ପରେ ଜୀବିତ ହୋଇଯାଏ ।

ଆଉ ଏଭଳି ଏକ ଘଟଣା ବ୍ରାଜିଲରେ ଦେଖିବାକୁ ମିଳିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ବାସ୍ତବରେ ସେଠାରେ ଜଣେ ମହିଳାଙ୍କୁ କବର ଦେବା ପରେ ମଧ୍ୟ ସେ ୧୧ ଦିନ ପର୍ଯ୍ୟନ୍ତ ଜୀବିତ ରହିଥିଲେ । ଯାହା ବର୍ତ୍ତମାନ ସେଠାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ ରୋଜାନିଲା ଜଣକ ଜଣେ ୩୭ ବର୍ଷୀୟ ଯୁବତୀଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିଲା । ଆଉ ମୃତ୍ୟୁ ପରେ ତାଙ୍କର ଶବ ସତ୍କାର ମଧ୍ୟ କରିଥିଲେ ତାଙ୍କ ପରିବାର ଲୋକେ । ସବୁ ଧର୍ମରେ ଶବ ସତ୍କାରର ଭିନ୍ନ ଭିନ୍ନ ନୀତି ନିୟମ ରହିଛି । ଯେମିତି ହିନ୍ଦୁ ଧର୍ମରେ ଶବକୁ ଦହନ କରି ସତ୍କାର କରାଯାଏ , ସେହିଭଳି ଖ୍ରୀଷ୍ଟିଆନ ଏବଂ ମୁସଲମାନ ମାନଙ୍କର କଫନ ମଧ୍ୟରେ କବର ଦେବାର ନିୟମ ରହିଛି । ଆଉ ସେହି କାରଣରୁ ହିଁ ଯୁବତୀ ଜଣକ ଭାଗ୍ୟ ବଶତଃ ଜୀବିତ ରହି ଯାଇଥିଲେ । ତେବେ ରୋଜାନିଲାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ପରିବାର ଲୋକେ ତାଙ୍କର କବର ଦେଇଥିଲେ । କିନ୍ତୁ ଯୁବତୀଙ୍କର ମୃତ୍ୟୁ ହୋଇ ନଥିଲା ।

କବର ଭିତରେ ସେ ଚିତ୍କାର କରୁଥିଲେ । ଏମିତିକି ଆଖପାଖ ଲୋକଙ୍କୁ ମଧ୍ୟ ଏହା ଶୁଣିବାକୁ ମିଳିଥିଲା । ଏହାପରେ ଦୀର୍ଘ ୧୧ ଦିନ ପରେ କବର ଖୋଲାଯାଇ ମହିଳାଙ୍କୁ ଉଦ୍ଧାର କରି ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ଯାଞ୍ଚ କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏଭଳି ଏକ ଘଟଣା ଘଟିବା ପରେ ଲୋକେ କହୁଛନ୍ତି ଯେ ବୋଧହୁଏ ରୋଜାନିଲାଙ୍କୁ କବର ଦେବା ସମୟରେ ସେ ଚେତାଶୂନ୍ୟ ଥିଲେ । ଆଉ ପରିବାର ଲୋକେ ସଠିକ ଭାବରେ ଯାଞ୍ଚ ନକରି ତାଙ୍କୁ ପୋତି ଦେଇଥିଲେ । ଯଦି ଏହି ଭୁଲ ହୋଇ ନଥାନ୍ତା ତେବେ ହୁଏତ ରୋଜାନିଲା ବଞ୍ଚି ଯାଇଥାନ୍ତେ । ଆଉ ଆମ ଦେଶରେ ମଧ୍ୟ ଏଭଳି କିଛି ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *