କାଉର କାରନାମା ଦେଖି ହୋସ ଉଡ଼ିଗଲା। ଘରେ ଘରେ ନିଆଁ ଲଗାଉଛି ଏହି କାଉ। ଜଳି ଗଲାଣି ୮ ବଖରା ଘର।

ଆସନ୍ତା କାଲି ରାମ ନବମୀ। ସାହି ପଡିସା ଗାଁ ଦାଣ୍ଡ ଖୁସିରେ କମ୍ପିବ ହେଲେ ଏ ବଦମାସ କାଉ ସବୁ ସାରିଦେଲା। ଆଜି ଗାଁଟି ସାରା ଲୋକଙ୍କ ପାଇଁ ସାଜିଲାଖଳନାୟକ। ଏମିତି କେବେ ହେବ ବୋଲି ଭାବିନଥିଲେ ଏହି ପରିବାର। ୨ ମିନିଟରେ ସବୁ ଛାରଖାର କରିଦେଲା ଏଇ କାଉ। ଆଉ ଏପଟେ କ’ଣ କରିବେ ପରିବାର କିଛି ଜାଣି ପାରୁନାହାନ୍ତି। ଏଇ ଫୋଟଟିକୁ ଦେଖନ୍ତୁ କିଛି ନାହିଁ ଆଖି ପିଛୁଳାକେ ଜଳି ପୋଡି ପାଉଁଶ ହୋଇଯାଇଛି ୮ ବଖରା ଚାଳ ଛପର ଘର।

ହଁ ଆଜ୍ଞା ମନ୍ଦିରରେ ଜଳୁଥିଲା ଦ୍ୱୀପ ସଳିତା ଆଉ କେଉଁଠି ଥିଲା କେଜାଣି ଏ କାଉଟି ନିଜ ଥଣ୍ଟରେ ଦ୍ୱୀପ ସଳିତାକୁ ଆଣି ଚାଳ ଛପର ଘର ଉପରେ ଆଣି ରଖିଦେଲା ଆଉ ତାପରେ ହଠାତ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଲା ଏଇ ଘର।ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟସ୍ଥ ସରଣ ପଞ୍ଚାୟତର ବଡ଼ଢ଼ିଅ ହିଂସରାଣୀ ଗ୍ରାମରେ।

ଏଇ ନିଆଁ ଯୋଗୁ ଗୋକୁଳ ରାଉତ ଏବଂ କାଳିଆ ରାଉତଙ୍କ ୮ ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି। ଏପଟେ ଖବର ପାଇ ଟାଙ୍ଗୀ ଦମକଳ ବାହାନି ପହଁଚି ନିଆଁକୁ ଆୟତ୍ତ କରିଛନ୍ତି। ହେଲେ ଦୁଇ ଭାଇଙ୍କର ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ ହୋଇଯାଇଛି। ରାସ୍ତା କୋଡ଼କୁ ଆସିଯାଇଛନ୍ତି ଏଇ ପରିବାର। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *