ଖରାଦିନେ ଫାଟି ଯାଉଛି ଏସି। ଯଦି ଏମିତି ସତର୍କତା ଅବଲମ୍ବନ ନକରନ୍ତି ଚାଲିଯାଇପରେ ଜୀବନ।

ପ୍ରତିଦିନ ଏସି ଚଲାଉଥିଲେ ହୋଇଯାନ୍ତୁ ସାବଧାନ। ଖରାଦିନେ ବେଶି ଫାଟି ଯାଉଛି ଏସି। ଥଣ୍ଡା ଚକରରେ ଚାଲିଯାଇପାରେ ଜୀବନ। ଗରମରୁ ରକ୍ଷା ପାଇବା ପାଇଁ ଘରେ ଲୋକମାନେ ଏସି ଇନ୍ସଟଲ କରୁଛନ୍ତି। ଖରାଦିନେ ହେବା କ୍ଷଣି ବଢିଯାଏ ଏସିର ଚାହିଦା। ହେଲେ ଏସି ମଧ୍ୟ ଏକ ଇଲେକ୍ଟ୍ରୋନିକ ପ୍ରଡକ୍ଟ। ଆଉ ଏଥିରେ ନିଆଁ ଲାଗିବାର ବିପଦ ସବୁବେଳେ ରହିଥାଏ। ଆଉ ଏସି ଫାଟିଯିବା କାରଣରୁ ଜୀବନ ମଧ୍ୟ ଚାଲିଯାଇପାରେ।

ରିପୋର୍ଟ ଅନୁସାରେ ଏସି ଫାଟିବା କାରଣରୁ ଅନେକ ଲୋକଙ୍କର ମଧ୍ୟ ଜୀବନ ଗଲାଣି। ଏସିରେ ନିଆଁ ଲାଗିଲେ ବି ଏହା ତୁରନ୍ତ ଫାଟିବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ସେଥିପାଇଁ ସାବଧାନତା ଅବଲମ୍ବନ କରିବା କରିବ ନିହାତି ଜରୁରୀ। ପୁରା ସତର୍କ ହୋଇ ଏୟାର କଣ୍ଡିସନ ବ୍ୟବହାର କରିବା ଆବଶ୍ୟକ। କହିବାକୁ ଗଲେ ଆମ ଦେଶରେ ଏୟାରକଣ୍ଡିସନର ବ୍ୟବହାର ବେଶି ବଢିଯାଇଛି। ସେଥିପାଇଁ ଏଥିରେ ବିସ୍ପୋରଣ ହେବାର ଚାନ୍ସ ଅଧିକ ଅଛି। ଏଥିପାଇଁ କିଛି ଟିପ୍ସ ଫୋଲ କରିବା ଆବଶ୍ୟକ। ଯାହା ଆପଣ ନିଜର ଜୀବନ ରକ୍ଷା କରିପାରିବେ ଏବଂ ନିଜର ଜିନିଷକୁ ମଧ୍ୟ ସୁରକ୍ଷିତ କରିପାରିବେ।

ଦେଖିବାକୁ ଗଲେ ତ ଏସି ବ୍ଲାଷ୍ଟ ହେବାର ଅନେକ ଗୁଡିଏ କାରଣ ରହିଛି। ଯେମିତିକି ପୁରୁଣା ଲୋ କ୍ୟାଟେରୀରେ ଏସି ବ୍ୟବହାର କରିବା କଂପ୍ରେସନରେ ଅଳିଆ ଆବର୍ଜନା ରହିବା। ଯାହା ଦ୍ୱାରା ଜାମ ହୋଇପାରେ କମ୍ପ୍ରେସର। ଏସିର ଗ୍ୟାସ ଲିକ ହେବା ଏସି ଭିତରେ ଜାମ ହେବା। ସେହିପରି ଲମ୍ବା ସମୟ ଧରି ଏସି ଚାଲିବା ଯାହା ଦ୍ବାରା ଏସି ସର୍ଟସର୍କେଟ ହେବାର ସମ୍ଭାବନା ଅଧିକ ଥାଏ।

ସମାନ ଭାବରେ ବିଦ୍ୟୁତର ହାଇ ଭଲଟେଜ ପ୍ରଡକ୍ଟ ଉପରେ ମଧ୍ୟ ଚାପ ପକାଇଥାଏ। ଲମ୍ବା ସମୟ ଧରି ଏସିର ସର୍ଭିସେସ ନକରିବା। ଘଡଘଡି କିମ୍ବା ବର୍ଷା ବେଳେ ଏସି ଚଲାଇବା। ଆଉ ଆର୍ଥିଙ୍ଗ ସିଷ୍ଟମ ଖରାପ ବେଳେ ଏସି ଚଲାଇବା ଏସି ବ୍ଲାଷ୍ଟ ହେବାର ଥାଏ ଅଧିକ ସମ୍ଭାବନା।

ତେବେ ଏଥିପାଇଁ କଣ ପ୍ରତିକାର କରିବେ ଆସନ୍ତୁ ଜାଣିବା।

ପ୍ରଫେସନାଲ ଭାବରେ ଏସିର ରେଗୁଲାର ସର୍ଭିସେସ କରନ୍ତୁ। ରୁମ ସାଇଜ ହିସାବରେ ଲଗାନ୍ତୁ ଏସି। ବିଶ୍ୱାସନୀୟ ବ୍ରାଣ୍ଡରୁ ମଧ୍ୟ ଏସି ବ୍ୟବହାର କରିବା ଜରୁରୀ। ଲଗାତାର ଭାବରେ ଏସି ଚଲାନ୍ତୁ ନାହିଁ। ମଝିରେ ମଝିରେ ବ୍ରେକ ଦିଅନ୍ତୁ। ବିଦ୍ୟୁତ ସର୍କେଟ ସବୁବେଳେ ଯାଞ୍ଚ କରନ୍ତୁ। ହାଇ ଭୋଲଟେଜରୁ ରକ୍ଷା ପାଇବା ପାଇଁ ସର୍କେଟ ବ୍ରେକପର ବ୍ୟବହାର କରନ୍ତୁ। ଏହା ବାଦ ଛାତ ଉପରେ ଥଂଡର ପ୍ରଟେକସନ ସିଷ୍ଟମ ଲଗାନ୍ତୁ। ଆଉ ୮ ଘଂଟାରୁ ଅଧିକ ସମୟ ଧରି ଏସି ଚଲାନ୍ତୁ ନାହିଁ। ଏହା ବାଦ କମ୍ପ୍ରେସରକୁ ଏମିତି ଜାଗାରେ ରଖନ୍ତୁ ଯେଉଁଠି ପବନ ଆସୁଥିବ।ଏହିସବୁ କଥା ଉପରେ ଧ୍ୟାନ ଦେବା ଦ୍ୱାରା ଆପଣ ଏସି ବିପଦରୁ ରକ୍ଷା ପାଇପାରିବେ।

Leave a Reply

Your email address will not be published. Required fields are marked *