ସେଦିନ ବି ଥିଲା ଶୁକ୍ରବାର, ସେଇ କରମଣ୍ଡଳ… ବାଲେଶ୍ୱରର ଟ୍ରେନ ଦୁର୍ଘ-ଟଣା ମନେ ପକାଇ ଦେଲା ୨୦୦୯ ମସିହାର ଟ୍ରେନ ଦୁର୍ଘ-ଟଣା ।

ସାରା ଓଡ଼ିଶା ସମେତ ସାରା ଦେଶରେ ବର୍ତ୍ତମାନ ସମୟରେ ସବୁଠି ଗୋଟିଏ ଘଟଣା ଉପରେ ଚର୍ଚ୍ଚା ହେଉଛି । ତାହା ହେଉଛି ବାଲେଶ୍ୱର ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିବା ଟ୍ରାଜିକ ଟ୍ରେନ ଦୁର୍ଘଟଣା । ଯାହାର ଦୃଶ୍ୟ ଲୋକଙ୍କ ଆଖିରୁ ହୁଏତ ଲିଭି ନପାରେ । କେହି କେହି ଶୁକ୍ରବାର ଦିନକୁ ଅଶୁଭ ବୋଲି କହିଛନ୍ତି ।

କାରଣ ଶୁକ୍ରବାର ସନ୍ଧ୍ୟା ସମୟରେ ଏଭଳି ଏକ ଘଟଣା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । କେତେ କେତେ ଜୀବନ ଯେ ଯାଇଛି ଯାହା ବେଶ ଦୁଃଖଦ ଅଟେ । ତେବେ ଆଉ ଏକ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଏପରି ଘଟଣା ଓଡ଼ିଶାରେ ପ୍ରଥମ ନୁହେଁ । ଏହିଭଳି ସମାନ ଘଟଣା କିଛି ବର୍ଷ ତଳେ ମଧ୍ୟ ଓଡ଼ିଶାରେ ଘଟିଥିଲା ।

ଆଉ ସେଦିନବି ଥିଲା ଠିକ ଶୁକ୍ରବାର । ୨୦୦୯ ମସିହାରେ ଓଡ଼ିଶାର ଯାଜପୁର ଠାରେ ଏଭଳି ଏକ ଟ୍ରେନ ଦୁର୍ଘଟଣା ଘଟିଥିଲା । ତେବେ ସେତେବେଳେ ମଧ୍ୟ ସେହି ସମାନ କରମଣ୍ଡଳ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହାୱଡ଼ାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଟ୍ରେନ ଯାଜପୁର ରୋଡ଼ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଘଟଣାସ୍ଥଳରେ ୧୩ ଟି ବଗି ଟ୍ରେନ ଲାଇନରୁ ବିଚ୍ୟୁତ ହୋଇ ଓଲଟି ପଡ଼ିଥିଲା ।

ଘଟଣା ଘଟିବା ପରେ କାନ୍ଦ ବୋବାଳି ଚିତ୍କାର ଶୁଣିବାକୁ ମିଳିଥିଲା । ସେହି ଦୁର୍ଘଟଣାରେ ମୋଟ ୧୬ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ୧୬୧ ଜଳ ଯାତ୍ରୀ ଗୁରୁତର ଭାବରେ ଆହତ ହୋଇଥିଲେ । ଆଉ ସେଦିନବି ଶୁକ୍ରବାର ଥିଲା ।

ଏଠାରେ କିଛି ଲୋକ କାଳ ଶୁକ୍ରବାର କହୁଥିବା ବେଳେ ଆଉ କେହି କହିଛନ୍ତି ଯେ ଇତିହାସ ପୁନରାବୃତ୍ତି ହୋଇଛି । ତେବେ କହିରଖିବୁ ଯେ ଗତକାଲିର ମର୍ମନ୍ତୁଦ ଟ୍ରାଜିକ ଟ୍ରେନ ଦୁର୍ଘଟଣା ଅର୍ଥାତ କରମଣ୍ଡଳ ଏକ୍ସପ୍ରେସ , ୟସବନ୍ତପୁର ଏକ୍ସପ୍ରେସ ଏବଂ ଏକ ମାଲବାହୀ ଟ୍ରେନ ପରସ୍ପର ସହିତ ଧକ୍କା ହୋଇଥିବାରୁ ଏଭଳି ଘଟଣା ଘଟିଥିଲା ।

ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୫୦ ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ ରୁ ଅଧିକ ଯାତ୍ରୀ ଗୁରୁତର ଭାବରେ ଆହତ ହୋଇଥିବା କୁହାଯାଇଛି । ବାହାନଗା ନିକଟରେ ଗତକାଲି ଏଭଳି ଏକ ଘଟଣା ଘଟିଯିବା ପରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ୨୨ ଜଣିଆ ଏନଡିଆରଏଫ ଟିମ ନିୟୋଜିତ ହୋଇଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *