ମର୍ମନ୍ତୁଦ ଟ୍ରେନ ଦୁର୍ଘ-ଟଣାରୁ ବର୍ତ୍ତି ପୁଣି ବସ ଦୁର୍ଘ-ଟଣାଗ୍ରସ୍ତ ହେଲେ ଯାତ୍ରୀ । ଅବସ୍ଥା ଗୁରୁତ୍ୱର…

ଦୁଃଖ ଉପରେ ଦୁଃଖ ଆସିବା ଭଳି ବର୍ତ୍ତମାନ ଏତେ ବଡ଼ ଟ୍ରେନ ଦୁର୍ଘଟଣା ପରେ ପୁଣି ଏକ ବସ ଦୁର୍ଘଟଣା ଘଟଣା ଶୁଣିବାକୁ ମିଳୁଛି । ଟ୍ରେନ ଟ୍ରାଜେଡିରେ ତ ଶହ ଶହ ଲୋକ ଜୀବନ ହାରିଲେ । ଆଉ ସେଥିରେ ଏକ ହଜାରରୁ ଅଧିକ ଲୋକ ଗୁରୁତର ଆହତ ମଧ୍ୟ ହେଲେ । ପୁରା ଘଟଣାସ୍ଥଳ ଚିତ୍କାର କାନ୍ଦରେ ଫାଟି ପଡ଼ୁଛି । ବର୍ତ୍ତମାନ ସମୟରେ ବି ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିଲେବି ସୁଦ୍ଧା ଉଦ୍ଧାର କାର୍ଯ୍ୟ ଏବେ ସୁଦ୍ଧା ଜାରି ରହିଛି । ବର୍ତ୍ତମାନ ଆହୁରି ୬ ଶବ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ଆଉ ଏହାରି ମଧ୍ଯରେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଘଟଣା ଅନୁଯାୟୀ ଟ୍ରେନ ଦୁର୍ଘଟଣାରେ ସାମନ୍ୟ ଆହତ ହୋଇ ବର୍ତ୍ତିଥିବା କିଛି ଯାତ୍ରୀ ବସ ଯୋଗେ ବାଲେଶ୍ଵରରୁ ପଶ୍ଚିମବଙ୍ଗ ଫେରୁଥିବା ବେଳେ ବସ ଦୁର୍ଘଟଣା ଘଟିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି । କେହିବି ବିଶ୍ୱାସ କରି ପାରି ନାହାଁନ୍ତି ଯେ ଗୋଟିଏ ଘଟଣା ନସରୁଣୁ ଆଉ ଏକ ଘଟଣା । ଏବେ ସୁଦ୍ଧାବି କିଛି ମୃତ ଶବକୁ ଆତ୍ମୀୟ ସ୍ୱଜନ ପାଇ ପାରି ନାହାଁନ୍ତି । ଆଉ ଏହାରି ମଧ୍ୟରେ ଆଉ ଏକ ହୃଦୟ ବିଦାରକ ଘଟଣା ସମସ୍ତଙ୍କୁ ଦୁଃଖରେ ଭସାଇ ଦେଇଛି ।

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା କିଛି ଯାତ୍ରୀ ବସ ଯୋଗେ ପଶ୍ଚିମବଙ୍ଗ ଯାଉଥିବା ସମୟରେ ମେଦିନିପୁର ନିକଟରେ ଏହି ଦୁର୍ଘଟଣା ଘଟି ଯାଇଛି । ବସଟି ଏକ ପିକଅପ ଭ୍ୟାନ ସହିତ ଧକ୍କା ହେବାରୁ ଏଭଳି ଏକ ଘଟଣା ଘଟି ଯାଇଛି । ତେବେ ଏହି ଘଟଣା ଘଟିବା ପରେ ଘଟଣାରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ବସ ଦୁର୍ଘଟଣାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କେବଳ ଅନୁମାନ କରାଯାଉଛି ।

ତେବେ ଏଠାରେ କହି ରଖିବୁ ଯେ ବିପଦ ଏଭଳି ଆସୁଛି ଯେମିତି ଜୀବନ ନେଇ ହିଁ ଯିବ । କାରଣ ଖୁବ ସଂଘର୍ଷ ମୟ ମୁହୂର୍ତ୍ତ ସହିତ ଲଢ଼େଇ କରି ଯେଉଁ କେତୋଟି ଯାତ୍ରୀ ବର୍ତ୍ତି ଯାଇଥିଲେ ସେମାନେ ପୁଣିଥରେ ମୃତ୍ୟୁ ମୁଖରେ । ଯାହା ଗତ ୨୪ ଘଣ୍ଟାର ସେହି ଲୋମ ଟାଙ୍କୁରା ମୁହୂର୍ତ୍ତକୁ ବାରମ୍ବାର ମନେ ପକାଇ ଦେଉଛି ।

Leave a Reply

Your email address will not be published. Required fields are marked *