ଗେଷ୍ଟ ହାଉସରେ ଚାଲିଥିଲା ସରପଞ୍ଚଙ୍କ ରାସଲୀଳା, ହଠାତ କବାଟ ଖୋଲିଦେଲା ସ୍ତ୍ରୀ। ଆଉ ତା’ପରେ…..

ସତରେ ସମାଜ ଯେତେ ଶିକ୍ଷିତ ହେଲେ ମଧ୍ୟ ସମାଜରେ ଏବେ ମଧ୍ୟ ଲାଗି ରହିଛି ଅନୈତିକତାର ଛାପ। ପୁଣି ସାମ୍ନା କୁ ଆସିଲା ଆଉ ଏକ ଅପରାଧର ଲମ୍ବା କାହାଣୀ। ଅନୈତିକ ସମ୍ପର୍କ ର କରୁଣ ପରିଣତି, ଯାହା ଦୋହୋଲାଇ ଦେଇଛି ଏକ ସଂପୂର୍ଣ୍ଣ ପରିବାରକୁ। ମଣିଷ ଯେତେ ଉପରକୁ ଉଠି ଚାଲିଲେ ମଧ୍ୟ ଯଦି ତାର ମାନବିକତାକୁ ସଠିକ ଭାବରେ ବ୍ୟବହାର ନକରେ ତେବେ ଏହାର କୌଣସି ମୂଲ୍ୟ ରହେ ନାହିଁ।ବାସ୍ତବରେ ବହୁତ୍ ଜଟିଳ ଏ ଦୁନିଆର ନୀତି। କେହି ବି ସାମାଜିକ କଟକଣାକୁ ମାନିବାକୁ ନାରାଜ।

କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯିବ ତାହା କେହି କହିପାରିବେ ନାହିଁ। କିନ୍ତୁ ଏହି ପ୍ରେମ କେତେଙ୍କର ଜୀବନ ମଧ୍ୟ ନେଇଛି ତାହାର କୌଣସି ହିସାବ ନାହିଁ। ପ୍ରେମରେ ପାଗଳ ଆଜିର ଯୁବ ପିଢି ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ସେମାନେ କିଛି କରିବାକୁ ମଧ୍ୟ ପଛାଉ ନାହାଁନ୍ତି।

ବାହାଘର ପରେ ସ୍ବାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବିପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ଯେତେବେଳେ ସ୍ୱାମୀ ହେଉ ଅବା ସ୍ତ୍ରୀ ଯଦି ସେମାନଙ୍କ ମନ ଅନ୍ୟ ପୁରୁଷ କିମ୍ବା ମହିଳା ଆଡକୁ ଯାଇଥାଏ ତେବେ ସେମାନଙ୍କ ସମ୍ପର୍କରେ ଫାଟ ପଡିବା ଆରମ୍ଭ ହୋଇଥାଏ। ତେବେ ଏହିଭଳି କିଛି ଘଟଣା ଘଟିଥିଲା। ସ୍ୱାମୀ ପ୍ରେମିକା ସହ ରାସଲୀଳା କରୁଥିବା ସମୟରେ ସ୍ତ୍ରୀ ଧରି ଥିଲା।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ସ୍ତ୍ରୀକୁ ଘରେ ଛାଡ଼ି ଦେଇ ସରପଞ୍ଚ ସ୍ୱାମୀ ଅନ୍ୟ ମହିଳାଙ୍କ ସହ କରୁଥିଲା ରାସଲୀଳା। ହଠାତ ସ୍ତ୍ରୀ ରଙ୍ଗେ ହାତରେ ସ୍ୱାମୀକୁ ଧରିଥିଲା। ତେବେ ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲାରେ ଘଟିଥିବାର ଜଣା ପଡ଼ିଛି। ସରପଞ୍ଚଙ୍କ ପରକୀୟା ପ୍ରିତି ଧରା ପଡିଗଲା ପରେ ସ୍ତ୍ରୀ ସମସ୍ତଙ୍କ ସାମ୍ନାରେ ସ୍ୱାମୀକୁ ମାଡ଼ ମାରିଛନ୍ତି। ତେବେ ସରପଞ୍ଚ ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ତିହିଡି ଥାନା ନୂଆ ନନ୍ଦ ପଞ୍ଚାୟତର ସୁଶାନ୍ତ ମଲ୍ଲୀକ।

ତେବେ ସୁଶାନ୍ତ ମଲ୍ଲୀକ ୧୯୯୭ ମସିହାରେ ରୋହଣୀ ନାମକ ମହିଳାଙ୍କୁ ପ୍ରେମ ବିବାହ କରିଥିଲେ। ଦୀର୍ଘ ୨୫ ବର୍ଷର ସମ୍ପର୍କ ହୋଇଥିଲେ ମଧ୍ୟ ସ୍ୱାମୀର ମନ ଅନ୍ୟ ମହିଳା ଆଡକୁ ଚାଲି ଯାଇଥିଲା। ରୋହଣୀଙ୍କ କହିବାନୁଯାୟୀ, ତାଙ୍କ ସ୍ୱାମୀ ଅନେକ ସମୟରେ ବିଭିନ୍ନ ବାହାନା କରି ଘରକୁ ଯାଉ ନଥିଲେ। ତେବେ ଏହା ପରଠାରୁ ତାଙ୍କର ସନ୍ଦେହ ବଢିଥିଲା ଏବଂ ସ୍ୱାମୀ ଉପରେ ନଜର ରଖିବା ଆରମ୍ଭ କରିଦେଇଥିଲେ। ଶେଷରେ ସେ ଯେଉଁ କଥାକୁ ଡରୁ ଥିଲେ ବାସ୍ତବରେ ତାହା ଘଟିଲା।

ସ୍ୱାମୀ ଗେଷ୍ଟ ହାଉସ ଭିତରେ ପର ମହିଳାଙ୍କ ସହ ଖଟ ଉପରେ ଖେଳ କରୁଥିଲେ। ସ୍ତ୍ରୀ କବାଟ ଖୋଲି ଦେଇ ସ୍ୱାମୀ କୁ ଘର ବାହାରକୁ ଭିସାଡି ଆଣିଥିଲେ ଏବଂ ଉତ୍ତ୍ୟକ୍ତ ହୋଇ ମାଡ଼ ମାରିଥିଲେ। ମାଡ଼ ମାରିବା ପରେ ସ୍ତ୍ରୀ ସ୍ୱାମୀଙ୍କ ନାମରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବର୍ତ୍ତମାନ ପୋଲିସ୍ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି।

Leave a Reply

Your email address will not be published. Required fields are marked *