ସବୁ ଟିଭି ଵାଲା ଆସ, ସବୁ ପେପେର ଵାଲା ଆସ ମୁଁ ଗୋପାଳ ଦାସ କହିବି ସବୁ ସତ କଥା ….

ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଜଣେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଏଏସଆଇ ଗୋପାଳ ଦାସ । ଯିଏ ସମସ୍ତଙ୍କ ଆଗରେ ନିଜ ଜୀବନକୁ ଭୟ ନ କରି ସିଧା ଗୁଳି ଚଳାଇ ଦେଇଥିଲେ ନବ ଦାସଙ୍କ ଉପରକୁ । ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ଆରପାରିକୁ ଚାଲି ଯାଇଥିଲେ ନବ ଦାସ । ତାଙ୍କ ଯିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଜଣେ ପୋଲିସ ଅଧିକାରୀ କିପରି ଏହି କାଣ୍ଡ କଲେ ।

ଜଣେ ସୁରକ୍ଷା ଯୋଗାଉଥିବା କର୍ମଚାରି ଯଦି ଏପରି କରିବେ , ତେବେ ଲୋକ ମାନଙ୍କର କାହା ଉପରେ ଭରସା ପାଇବ । କାହା ଉପରେ ଏ ମଣିଷ ସମାଜ ବିଶ୍ୱାସ କରି ବଞ୍ଚି ପାରିବ । ତେବେ ଏହାପରେ ଗୋପାଳ ଦାସ ଉପରେ ସମସ୍ତେ ରାଗି ଯାଇ ମାଡ଼ ମାରିଥିବା ବେଳେ ଆଉ କିଛି ଲୋକ ତାଙ୍କ ସପକ୍ଷରେ ମଧ୍ୟ ରହିଥିଲେ ।

ତେବେ ବର୍ତ୍ତମାନ ସମୟରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଜେଲ ମଧ୍ୟରେ ରଖା ଯାଇଛି । ଅନେକ ସମୟରେ ତାଙ୍କର ଜେରା ମଧ୍ୟ କରାଯାଉଛି । କାହିଁକି ଏବଂ କଣ ପାଇଁ ଗୋପାଳ ଏଭଳି ପଦକ୍ଷେପ ନେଲେ , ଆଉ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ପୁରାପୁରି ଜୀବନରୁ ମାରି ଦେଲେ , ତାହା ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ତାଙ୍କୁ ଜେରା କରୁଛି । ତାଙ୍କର ପଲିଗ୍ରାଫ ପରୀକ୍ଷା ମଧ୍ୟ କରାଯାଇଛି ।

ପରୀକ୍ଷା କରାଯିବା ପାଇଁ ତାଙ୍କୁ ଗୁଜୁରାଟ ମଧ୍ୟ ନିଆ ଯାଇଥିଲା । ଆଉ ବିମାନରେ ବସିବା ଆଗରୁ ବିମାନକୁ ମୁଣ୍ଡିଆ ମାରିଥିଲେ ଗୋପାଳ । ଯାହା ଦେଖିବା ପରେ ଲୋକଙ୍କ ମନରେ ତାଙ୍କ ପ୍ରତି ଆହୁରି ଘୃଣାଭାବ ଆସି ଯାଇଥିଲା । ଜଣେ ମଣିଷକୁ ହତ୍ୟା କରିଥିବା ଅଭିଯୁକ୍ତର ଏପରି ବ୍ୟବହାରକୁ କେହି ଗ୍ରହଣ କରି ପାରି ନଥିଲେ। ତେଣୁ ଲୋକେ ଅତ୍ୟନ୍ତ ବିରକ୍ତଭାବ ପ୍ରକାଶ କରିଥିଲେ ।

ସେ ଯାହା ବି ହେଉ ନା କାହିଁକି , ବର୍ତ୍ତମାନ ଆଉ କିଛି ଖବର ବିଷୟରେ ଶୁଣିବାକୁ ମିଳିଛି ଯାହା ବିଷୟରେ ଜାଣିବା ପରେ ଲୋକଙ୍କ ମନରେ କ୍ରୋଧ ଭାବ ପ୍ରବେଶ କରିଛି । ଅଭିଯୁକ୍ତ ଗୋପାଳ ଦାସ ଏପରି କିଛି କଥା କହିଛନ୍ତି , ଯାହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା । ସେ କହିଛନ୍ତି କି , ସମସ୍ତ ମିଡ଼ିଆ ଆଉ ପେପର ବାଲାଙ୍କୁ ଡାକନ୍ତୁ । ମୁଁ ଆଜି ସବୁ ସତ କଥା କହିବି ।

କାହିଁକି ଜଣେ ମନ୍ତ୍ରୀଙ୍କୁ ଏତେ ଲୋକଙ୍କ ଆଗରେ ଏତେ ସାହସ କରି ହତ୍ୟା କରିଲି , ସେ କଥା ସବୁ ବଖାଣିବି ଆଜି । କାହାକୁ ମୁଁ ଭୟ କରି ନାହିଁ , ସମସ୍ତଙ୍କୁ ଡକା ଯାଉ , ସବୁ କହି ଦେବି ଆଜି । ମୋ ପାଇଁ ଗୋଟିଏ ପ୍ରେସ କନଫରେନଶ କରାଯାଉ , ଯେଉଁଥିରେ ମୁଁ ମୋ ମନର କଥା ସବୁ କହିଦେବି । ଯାହା ମନରେ ଯାହା ସନ୍ଦେହ ଅଛି , ସବୁ ମୁଁ ଦୂର କରିଦେବି । ବର୍ତ୍ତମାନ ସମୟରେ ଏପରି କଥା ଶୁଣି ସମସ୍ତେ ଅବାକ୍ ହୋଇ ଯାଇଛନ୍ତି।

ଜଣେ ହତ୍ୟାକାରୀର ଏତେ ଗରମ ଆଉ ଏତେ ସାହସ କି ସେ ଏପରି କଥା କହି ଦେଉଛି । ଯେଉଁ କଥା ଶୁଣିବା ପରେ ଲୋକ ମାନେ ଅନେକ ଆଲୋଚନା କରିବାରେ ଲାଗିଛନ୍ତି । ତେବେ ଗୋଟିଏ ପକ୍ଷରେ ଗୋପାଳର ସାହସକୁ ନେଇ ମଧ୍ୟ ସମସ୍ତଙ୍କ ମନରେ ପ୍ରଶ୍ନ । ଜଣେ ପୋଲିସ ଅଧିକାରୀ ତଥା ଜଣେ ଅଭିଯୁକ୍ତ ହୋଇ ମଧ୍ୟ ତା ମନରେ ଏତେ ଗର୍ବ କାହିଁକି , ତାହା ଲୋକ ମାନେ ଜାଣି ପାରୁ ନାହାନ୍ତି ।

ତେବେ ସମସ୍ତେ ଅପେକ୍ଷା କରିଛନ୍ତି କି , କେବେ ସେହି ଦିନ ଆସିବ ଆଉ କେବେ ଧରା ପଡ଼ିବ ସବୁ କିଛି । ଗୋପାଳ ଧରା ପଡ଼ିବ ଆଉ ନିଜର ଏପରି କାଣ୍ଡ କରିଥିବାର ସବୁ କଥା ଖୋଲି କହିବ ବୋଲି ସମସ୍ତେ ଅନାଇ ବସିଛନ୍ତି । ସମସ୍ତେ ଅନାଇ ବସିଛନ୍ତି କି , ଗୋପାଳକୁ କେବେ ଦଣ୍ଡ ମିଳିବ ଆଉ ସମସ୍ତେ ଖୁସି ହେବେ । ତେବେ ଦେଖାଯାଉ ସେ ଦିନ କେବେ ଆସୁଛି ।

Leave a Reply

Your email address will not be published. Required fields are marked *