ଆସିଲା ଶୁଭ ଖବର, ପିଣ୍ଟୁ ନନ୍ଦଙ୍କ ପାଇଁ ମିଳିଗଲେ ଲିଭର୍ ଡନର , କିନ୍ତୁ କେବେ ହେବ ଅପରେସନ…!

ଦୀର୍ଘ ଦିନ ଧରି ଲିଭର୍ ରୋଗରେ ପୀଡିତ ରହିଥିବା ପିଣ୍ଟୁ ନନ୍ଦଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା । କଣ ହେବ ପିଣ୍ଟୁଙ୍କର ସମସ୍ତେ ତାକୁ ନେଇ ଆଲୋଚନା କରିବାରେ ଲାଗିଛନ୍ତି । କେବେ ସେ ଠିକ୍ ହେବେ ଆଉ ପୁଣିଥରେ ପରଦା ଉପରକୁ ଫେରି ଆସିବେ ଆଉ ପୁଣିଥରେ ନିଜର ଅଭିନୟର ଯାଦୁ ସମସ୍ତଙ୍କୁ ଦେଖାଇବେ , ସେଥିପାଇଁ ଅପେକ୍ଷା କରି ବସିଛନ୍ତି ।

ଜଣେ ଭଲ ଅଭିନେତା , ଯାହାଙ୍କ ଅଭିନୟକୁ ସମସ୍ତେ ଭଲ ପାଇଥାନ୍ତି , ହଠାତ୍ ତାଙ୍କର ଏପରି ଅବସ୍ଥା ଦେଖି ସମସ୍ତଙ୍କ ଆଖିରେ ଲୁହ ଆସି ଯାଉଛି । ଜଣେ ଭଲ ମଣିଷଙ୍କର ହଠାତ୍ ଏପରି ଅବସ୍ଥା ଦେଖି କେହି ସହି ପାରୁ ନାହାନ୍ତି। ସେ ଶୀଘ୍ର ଠିକ୍ ହେବେ ଆଉ ପରଦାକୁ ଫେରିବେ ବୋଲି , ସେହି ଅପେକ୍ଷାରେ ସମସ୍ତେ ରହିବା ସହିତ ଭଗବାନଙ୍କ ନିକଟରେ ତାଙ୍କ ଶୁଭ ଚିନ୍ତକ ମାନେ ପ୍ରାର୍ଥନା କରିବାରେ ଲାଗିଛନ୍ତି ।

ତେବେ ଆପଣ ସମସ୍ତେ ଜାଣିଥିବେ କି , କିଛିଦିନ ଆଗରୁ ପିଣ୍ଟୁ ନନ୍ଦଙ୍କର ଦେହ ଖରାପ ହେବାର ଖବର ସାମ୍ନାକୁ ଆସିଥିଲା । ଆଉ ଡାକ୍ତରଙ୍କ ନିକଟରେ ଚିକିତ୍ସା ପରେ ଜଣା ପଡିଥିଲା କି , ସେ ଲିଭର ସିରୋସିସ ନାମକ ଏକ ରୋଗରେ ପୀଡ଼ିତ ଅଛନ୍ତି । ଆଉ ତାଙ୍କର ଲିଭର ପୁରାପୁରି ଖରାପ ହୋଇଯାଇଛି ।

ତେଣୁ ତାଙ୍କର ଏପରି ଅବସ୍ଥା ଦେଖି ସମସ୍ତେ ଆଉ ତାଙ୍କ ପ୍ରିୟ ପରିଜନ ମାନେ ଭାଙ୍ଗି ପଡ଼ିଥିଲେ । ବର୍ଷ ବର୍ଷ ଧରି ଯେଉଁ ମହାନ କଳାକାର ନିଜ ଅଭିନୟ ପାଇଁ ଚାରିଆଡ଼େ ସୁନାମ ଅର୍ଜନ କରିଛନ୍ତି , ତାଙ୍କର ଅବସ୍ଥା ଦେଖି ସମସ୍ତେ ନିରାଶ ହୋଇ ଯାଇଥିଲେ । ତେବେ ଏହାପରେ ଡାକ୍ତର କହିଥିଲେ କି , ଏଠାରେ ତାଙ୍କର ଚିକିତ୍ସା ହୋଇପାରିବ ନାହିଁ , ତେଣୁ ତାଙ୍କୁ ବାହାରକୁ ନେବାକୁ ପଡ଼ିବ । ଆଉ ଶେଷରେ ତାହା ହିଁ ହୋଇଥିଲା ।

କିଛି ଦିନ ଆଗରୁ ତାଙ୍କୁ ଦିଲ୍ଲୀ ଚିକିତ୍ସା କରିବା ପାଇଁ ନିଆଯାଇଛି । ସେଠାରେ ତାଙ୍କର ଚିକିତ୍ସା ମଧ୍ୟ ଚାଲିଛି । ତେବେ ମଝିରେ କଥା ଆସିଥିଲା କି , ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟଟେସନ ହୋଇଗଲେ , ସେ ସୁସ୍ଥ ହୋଇଯିବେ । ତେଣୁ ତାଙ୍କର ଟ୍ରାନ୍ସପ୍ଲାଣ୍ଟଟେସନ ପାଇଁ ଟଙ୍କା ଦରକାର ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା । ସମସ୍ତେ ତାଙ୍କର ଚିକିତ୍ସା ପାଇଁ ମଧ୍ୟ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ସହିତ ଅନେକ ଲୋକ ତାଙ୍କୁ ଟଙ୍କା ସାହାଯ୍ୟ କରିଥିଲେ ।

ସେ ଯେପରି ଠିକ୍ ହୋଇ ଯାଆନ୍ତୁ ସେଥିପାଇଁ ସମସ୍ତଙ୍କ ମନରେ ଚିନ୍ତା । ତେବେ ବର୍ତ୍ତମାନ ପିଣ୍ଟୁ ନନ୍ଦଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟଟେସନ ବାବଦରେ ଏକ ଖୁସି ଖବର ଶୁଣିବାକୁ ମିଳିଛି । ଯାହାକୁ ଶୁଣିବା ପରେ ବର୍ତ୍ତମାନ ତାଙ୍କ ଫ୍ୟାନସ ମାନେ ଖୁସି ହୋଇ ଯାଇଛନ୍ତି ଆଉ ଭଗବାନଙ୍କୁ ଧନ୍ୟବାଦ ଜଣାଉଛନ୍ତି ।

ତେବେ କୁହାଯାଉଛି କି , ପିଣ୍ଟୁ ନନ୍ଦଙ୍କୁ ଲିଭର ଦେବେ ତାଙ୍କର ମାଉସୀ କି ପିଉସି ଝିଅ ଭଉଣି । ତେବେ କିଏ ଏମାନଙ୍କ ମଧ୍ୟରୁ ଲିଭର ଦେବେ ସେ କଥା କହି ହେଉ ନାହିଁ । ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱଚ୍ଛ ହୋଇ ନାହିଁ । ତେଣୁ ଯାହା କୁହାଯାଉଛି ତାଙ୍କୁ ଡନର ମିଳି ଯାଇଛି । ତେବେ ଦେଖାଯାଉ ଆଗକୁ କଣ ହେଉଛି।

କିଏ ସେହି ଭଗବାନ ସଦୃଶ ମଣିଷ , ଯିଏ ପିଣ୍ଟୁ ନନ୍ଦଙ୍କୁ ଲିଭର ଦେବେ । ତେବେ ଏହା କୁହାଯାଉଛି କି , ଯଦି ପିଣ୍ଟୁ ନନ୍ଦଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟଟେସନ ହୋଇଯାଉଛି , ତେବେ ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଯିବେ । ଆଉ ପୁଣିଥରେ ନିଜର ସାଧାରଣ ଜୀବନ ବଞ୍ଚି ପାରିବେ । ତେବେ ଦେଖାଯାଉ ଆଗକୁ କଣ ହେଉଛି ଆଉ ସେ ପୁଣିଥରେ ସୁସ୍ଥ ହୋଇ ଫେରୁଛନ୍ତି ।

Leave a Reply

Your email address will not be published. Required fields are marked *