ବୋଲବମ ପାଇଁ ରାସ୍ତାରେ ବ୍ରିକି ହେବନି ମାଛ ଏବଂ ମାଂସ : ସରକାର ଦେଲେ ବଡ଼ ନିର୍ଦ୍ଦେଶ

ଆସନ୍ତା ୧୦ ତାରିଖ ଠାରୁ ଭଗବାନ ଶିବଙ୍କ ବୋଲବମ୍ ଯାତ୍ରା ସବୁଆଡେ ଆରମ୍ଭ ହେଇଯିବ ସେଥିପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ କମିଶନର, ଡିଭିଜନାଲ କମିଶନର, ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୋଲିସ ଅଧୀକ୍ଷକଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀଙ୍କ ସହିତ ଏକ ବୈଠକ ଗଠନ କରି ବୋଲବମ୍ ଯାତ୍ରା ପାଇଁ କିଛି ନିୟମ ଲାଗୁ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିବା ଅନୁସାର ଚଳିତ ବର୍ଷ ଦୋ ମାସି ପଡୁଥିବାରୁ ଶ୍ରାବଣ ମାସ ଦୁଇମାସ ପର୍ୟ୍ୟନ୍ତ ରହିବ। ସେଥିପାଇଁ ଏଥର ବହୁତ୍ ଦିନ ପର୍ଯ୍ୟନ୍ତ ବୋଲବମ୍ ଯାତ୍ରା ଲାଗି ରହିବ। ଇଦ୍ ପାଇଁ ଚାରିଆଡ଼େ ମାଛ ମାଂସ ମଧ୍ୟ ବିକ୍ରି ହେବ ସେଥିପାଇଁ ସବୁ ଘଟଣାକୁ ଦୃଷ୍ଟିରେ ରଖି ଏ ବର୍ଷ ଅଧିକ ସତର୍କତା ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ପଡ଼ିବ। ସେଥିପାଇଁ ମୁଖ୍ୟମନ୍ତ୍ରୀ ଭକ୍ତମାନଙ୍କ ପାଇଁ ନୂଆ ଗାଇଡ ଲାଇନ ଲାଗୁ କରିଛନ୍ତି।

ଗାଇଡଲାଇନର ନିୟମ ଅନୁସାରେ ଭକ୍ତଙ୍କ ବିଶ୍ୱାସକୁ ସମ୍ମାନ ଦେଇ ସେମାନେ ବୋଲବମ୍ ଯାତ୍ରା କରି ଯାଉଥିବା ଖୋଲା ସ୍ଥାନ ମାନଙ୍କରେ ମାଛ ମାଂସ ବିକ୍ରି କରାଯିବ ନାହିଁ ସବୁଆଡେ ଦୋକାନ ବଜାର ବନ୍ଦ ରହିବ। ସେମାନଙ୍କ ମାର୍ଗ ପରିଷ୍କାର ଏବଂ ପରିମଳ ରହିବା ଉଚିତ୍ ସବୁ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା ରହିବ ଉଚିତ୍। ଯଦି ଅଧିକ ଖରା ପାଗ ରହିବ ତେବେ ସବୁ ସ୍ଥାନରେ ପାନୀୟ ଜଳ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ।

ଯାତ୍ରୀମାନେ ଯାତ୍ରା କରି ଯାଉଥିବା ମାର୍ଗରେ ସିସିଟିଭି କ୍ୟାମେରା ଲାଗିବ ଏବଂ ସିସିଟିଭି କ୍ୟାମେରାକୁ ଚଳାଇବା ପାଇଁ ଲୋକ ମଧ୍ୟ ରହିବେ। ବୋଲବମ୍ ଯାତ୍ରୀମାନେ ଆଶ୍ରୟ ନେବା ପାଇଁ ଆଗରୁ ସ୍ଥାନ ଠିକ କରାଯିବ ଯାହାଦ୍ବାରା ଟ୍ରାଫିକରେ କୌଣସି ସମସ୍ୟା ସୃଷ୍ଟି ହେବନି। ଯେଉଁ ସ୍ଥାନ ମାନଙ୍କରେ ଗଣ୍ଡୋଗୋଳ ହେଲା ପରି ଲାଗିବ ସେଠି ଅତିରିକ୍ତ ପୋଲିସ୍ ଫୋର୍ସ ରହିବେ ଏବଂ ପୋଲିସ ଫୋର୍ସ ପ୍ରତିଦିନ ସନ୍ଧ୍ୟାରୁ ରାତି ପର୍ୟ୍ୟନ୍ତ ପାଦଚଲା ପ୍ରେଟୋଲିଂ କରିବେ।

Leave a Reply

Your email address will not be published. Required fields are marked *