ରାସ୍ତା ମଝିରେ ହଠାତ ରାସ୍ତା ଘେରିଲେ ସିଂହ , ତାପରେ ଯାହା ହେଲା ତାହା ଜାଣି ଆପଣ ବି ଭୟରେ ଥରି ଉଠିବେ :- ଦେଖନ୍ତୁ ଭିଡିଓ

ଦେଶ ଭିତରେ ହେଉ କିମ୍ବା ଦେଶ ବାହାରେ ହେଉ ପ୍ରାୟତଃ ସବୁ ଦେଶରେ ହିଁ ବନ୍ୟ ଜନ୍ତୁଙ୍କ ସୁରକ୍ଷା ପାଇଁ ଜାତୀୟ ଉଦ୍ୟାନ କିମ୍ବା ଅଭୟାରଣ୍ୟ ସୁବିଧା ରହିଛି । ଯାହା ମଧ୍ୟରେ ଜୀବଜନ୍ତୁ ନିର୍ଭୟରେ ବାସ କରନ୍ତି । କିନ୍ତୁ କିଛି ଅଭୟାରଣ୍ୟ କିମ୍ବା ନ୍ୟାସନାଲ ପାର୍କ ଏପରି ରହିଛି ଯାହାର ମଝି ଦେଇ ଲୋକଙ୍କୁ ଯାତାୟାତ କରିବାକୁ ପଡ଼ିଥାଏ । ଅନେକ ସମୟରେ ଏହି କାରଣରୁ କିଛି ଦୁର୍ଘଟଣା ଘଟିବାରେ ମଧ୍ୟ ଶୁଣା ଯାଇଛି । ଆଜିକାର ଏହି ଲେଖାରେ ମଧ୍ୟ ଆମେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏକ ଘଟଣା ସମ୍ବନ୍ଧରେ କହିବୁ ଯାହା ଶୁଣିଲେ ଆପଣ ଭୟଭୀତ ହୋଇଯିବେ ।

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ଦେଖା ଯାଇଛି ଯେ କିପରି ଏକ ସିଂହ ଦଳ ରାସ୍ତା ଅବରୋଧ କରିଛନ୍ତି । ସିଂହ ନାମ ଶୁଣିଲେ ହିଁ ମଣିଷ ଭୟଭୀତ ହୋଇଯାଏ । କାରଣ ସିଂହ ମାଂସାଶୀ ହୋଇଥାଏ । କିନ୍ତୁ ଏହି ଭିଡ଼ିଓ ରେ ଆପଣ ମାନେ ଦେଖି ପାରିବେ ଯେ କିପରି ଭାବରେ ସିଂହ ମଣିଷର କିଛିବି କ୍ଷତି କରିବାକୁ ଚେଷ୍ଟା ବି କରିନାହିଁ । ତେବେ ସୂଚନା ଅନୁଯାୟୀ ଏହି ଘଟଣା ଟି କ୍ରୁଗର ପାର୍କ ର ଅଟେ । କ୍ରୁଗର ପାର୍କ ମଝି ଦେଇ ଏକ ସଡ଼କ ରହିଛି ଯେଉଁଥିରେ ଲୋକେ ଯାତାୟାତ କରନ୍ତି ।

କିନ୍ତୁ ପୂର୍ବରୁ ଯେହେତୁ ଏପରି ଦୃଶ୍ୟ କେବେ ଦେଖାଯାଇ ନାହିଁ ତେଣୁ ଲୋକେ ଏହି ଭିଡ଼ିଓ ଦେଖି ଭୟଭୀତ ହୋଇଛନ୍ତି । ଭିଡ଼ିଓରେ ଆପଣ ମାନେ ଦେଖି ପାରିବେ ଯେ ପ୍ରଥମରୁ ରାସ୍ତାରେ କିଛି ସିଂହ ବସିଥିବାର ଦେଖା ଯାଇଛି ।

କିଛି ସମୟ ପରେ ଆହୁରି କିଛି ସିଂହ ଆସି ପୁରା ରାସ୍ତାକୁ ଅବରୋଡଧ କରିଥିବାର ଦେଖା ଯାଇଛି । ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ଗାଡ଼ି ଅନେକ ସମୟ ଧରି ରାସ୍ତାରେ ଅଟକି ରହିଛି ।

କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହା ଯେ ସିଂହ ଗୁଡ଼ିକ କାହାରି କିଛି କ୍ଷତି କରି ନାହାଁନ୍ତି ବରଂ ରାସ୍ତାରେ ଆରାମ ରେ ବସି ରହିଛନ୍ତି । ଅନେକ ସମୟ ଧରି ରାସ୍ତା ଅବରୋଧ ହେବାରୁ କିଛି ଗାଡ଼ି ଫେରି ଯାଇଛି ମାତ୍ର ଆଉ କିଛି ଗାଡ଼ି ରାସ୍ତା ଖାଲି ହେବାକୁ ଅପେକ୍ଷା କରିଛି । ସିଂହ ଗୁଡ଼ିକ ପୁରା ଶାନ୍ତ ଭାବରେ ରାସ୍ତାରେ ବସି ରହିଛନ୍ତି । ତେବେ ସେହି ସମୟରେ ଜଣେ ବ୍ୟକ୍ତି ପୁରା ଭିଡ଼ିଓ ଉତ୍ତୋଳନ କରିଛନ୍ତି ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି । ହୁଏତ ସିଂହ ଗୁଡ଼ିକ ଲୋକଙ୍କର କିଛି କ୍ଷତି କରି ନାହାଁନ୍ତି କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ସେମାନେ ଆଉ କେବେ କ୍ଷତି କରିବେ ନାହିଁ ।

Leave a Reply

Your email address will not be published. Required fields are marked *